ଭାରତର ସେହି ଶୁନଶାନ୍ ସ୍ଥାନ ଯେଉଁଠୁ ଦେଖାଯାଏ ଶ୍ରୀଲଙ୍କା, ରାତିରେ ଯିବା ମନା

ଚେନ୍ନାଇ ୧୧/୯: ତାମିଲନାଡୁ ପୂର୍ବତଟରେ ରାମେଶ୍ୱରମ ଦ୍ୱୀପର ଦକ୍ଷିଣ ଦିଗରେ ଅଛି ଏକ ସ୍ଥାନ । ଏହାର ନାମ ଧନୁଷକୋଡି । ଭାରତର ଶେଷରେ ଏମିତି ଏକ ଶୁନଶାନ୍ ସ୍ଥାନ ଅଛି ଯେଉଁଠୁ ଶ୍ରୀଲଙ୍କା ଦେଖାଯାଏ । ଦିନ ଥିଲା ଏଠି ଅନେକ ଲୋକ ବସବାସ କରୁଥିଲେ । କିନ୍ତୁ ଏବେ ଏହି ସ୍ଥାନ ସମ୍ପୂର୍ଣ୍ଣ ରୂପେ ଶୁନଶାନ୍ ହୋଇଯାଇଛି ।

ଧନୁଷକୋଡି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଥିବା ଏମିତି ଏକମାତ୍ର ସ୍ଥଳଭାଗ ଯାହା ବିଶ୍ୱର ସବୁଠାରୁ କ୍ଷୁଦ୍ରତ୍ତମ ସ୍ଥାନ । ଏବଂ ଏହି ଜାଗାଟି ସମ୍ପୂର୍ଣ୍ଣ ଭାବେ ବାଲିରେ ନିର୍ମିତ । ଏହି ଜାଗାକୁ ଆଗରୁ ଅନେକ ଲୋକ ଭ୍ରମଣରେ ଆସୁଥିଲେ କିନ୍ତୁ ଅନ୍ଧାର ହେବା ପରେ ଏଠି ବୁଲିବାକୁ ମନା କରାଯାଏ । ଲୋକମାନେ ସନ୍ଧ୍ୟା ହେବାମାତ୍ରେ ଏଠାରୁ ରାମେଶ୍ୱରମ ଫେରିଯାଆନ୍ତି । କାରଣ ଧନୁଷକୋଡିରୁ ରାମେଶ୍ୱରମ ପର୍ଯ୍ୟନ୍ତ ପୁରା ୧୫ କିଲୋମିଟରର ରାସ୍ତା ଶୁନଶାନ୍ ହେବା ସହ ଅତି ଭୟାନକ ଏବଂ ରହସ୍ଯମୟୀ । ଅନେକ ଲୋକ ଏହାକୁ ହଣ୍ଟେଡ୍ ବୋଲି କୁହନ୍ତି ।

୧୯୬୪ ମସିହାରେ ଆସଥିବା ଭୟାନକ ବାତ୍ୟା ପୂର୍ବରୁ ଧନୁଷକୋଡି ଏକ ପର୍ଯ୍ୟଟନ ଏବଂ ତୀର୍ଥ ସ୍ଥଳ ଥିଲା । ସେବେ ଧନୁଷକୋଡିରେ ରେଳ ଷ୍ଟେସନ, ହସ୍ପିଟାଲ, ଚର୍ଚ୍ଚ, ହୋଟେଲ୍ ଓ ପୋଷ୍ଟ ଅଫିସ୍ ଆଦି ଥିଲା କିନ୍ତୁ ବାତ୍ୟାରେ ସବୁ ନଷ୍ଟ ହୋଇଗଲା । କୁହାଯାଏ ସେତେବେଳେ ୧୦୦ରୁ ଅଧିକ ଯାତ୍ରୀ ଥିବା ଏକ ରେଳଗାଡି ସମୁଦ୍ରରେ ବୁଡିଯାଇଥିଲା । ସେବେଠାରୁ ଏହି ସ୍ଥାନ ସମ୍ପୂର୍ଣ୍ଣ ରୂପେ ଶୁନଶାନ୍ ହୋଇପଡିଛି ।

କୁହାଯାଏ ଧନୁଷକୋଡି ସେହି ସ୍ଥାନ ଯେଉଁଠୁ ସମୁଦ୍ର ଉପରେ ରାମସେତୁ ନିର୍ମାଣ ଆରମ୍ଭ ହୋଇଥିଲା । ଏହି ସ୍ଥାନରୁ ଭଗବାନ ରାମ ହନୁମାନଙ୍କୁ ଏକ ପୋଲ ନିର୍ମାଣ କରିବା ପାଇଁ ଆଦେଶ ଦେଇଥିଲେ ଯାହା ଉପରେ ଦେଇ ବାନର ସେନା ଲଙ୍କା ଯାଇପାରିବେ । ଏହି ସ୍ଥାନରେ ରାମଙ୍କ ସମ୍ବନ୍ଧିତ ଅନେକ ମନ୍ଦିର ମଧ୍ୟ ଅଛି ।

ଏହି ସ୍ଥାନରେ ବିଭୀଷଣଙ୍କ ଅନୁରୋଧରେ ଭଗବାନ ରାମ ନିଜ ଧନୁର ଏକ ମୁଣ୍ଡ(ସିର) ସେତୁରେ ଭାଙ୍ଗି ଦେଇଥିଲେ । ଏଥିପାଇଁ ଏହାର ନାମ ଧନୁଷକୋଟି ରହିଛି । ଧନୁଷ ଅର୍ଥ ଧନୁ ଏବଂ କୋଟିର ଅର୍ଥ ସିର ବା ମୁଣ୍ଡ । ସେଥିପାଇଁ ଏହି ସ୍ଥାନର ନାଁ ଧନୁଷକୋଟି । କୁହାଯାଏ ଏହି ସ୍ଥାନରେ ଠିଆ ହୋଇ ଚାହିଁଲେ ସ୍ପଷ୍ଟ ନହେଲେ ମଧ୍ଯ ସମୁଦ୍ର ସେପଟେ ଶ୍ରୀଲଙ୍କା ଦେଖାଯାଏ ।

   ସମ୍ବନ୍ଧିତ ଖବର


ଆମେରିକାରେ ‘ଭଣ୍ଡଗୁରୁ’: ଯୁବତୀଙ୍କୁ ପ୍ରଭାବିତ କରି କରୁଥିଲେ ଯୌନଦାସି, ୧୨୦ ବର୍ଷ ଜେଲ ନିର୍ଦ୍ଦେଶ ଦେଲେ ଅଦାଲତ

ଗାନ୍ଧିଙ୍କ ମାଟିରେ ମଦ ଢାଳି ଭୂମି ପୂଜନ କଲେ ନେତା, ପରେ ପ୍ରସାଦ କରି ବାଣ୍ଟିଲେ…

ମହାକାଶରୁ ମହାବିପଦ ! ପୃଥିବୀ ଆଡ଼କୁ ମାଡ଼ିଆସୁଛି ବିଶାଳ ଧୂମକେତୁ, ଧକ୍କା ହେଲେ ଆସିବ ପ୍ରଳୟ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍

ବିହାରର ସେହି ଦିନକୁ ମନେପକାଅ, ଯେତେବେଳେ ଡ଼ରୁଥିଲେ ମାଆମାନେ : ସ୍ମୃତି ଇରାନୀ

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ