PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

ଜଟଣୀରେ ନବୀନଙ୍କ ପ୍ରଶ୍ନର ଉତ୍ତର ରଖିଲେ ଧର୍ମେନ୍ଦ୍ର, ‘ସାଢ଼େ ୪ କୋଟି ଲୋକ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ’

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ରାଜ୍ୟର ସାଢ଼େ ୪ କୋଟି ଓଡ଼ିଆ ସମସ୍ତେ ହେଉଛନ୍ତି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । କଳିଙ୍ଗ ଯୁଦ୍ଧରେ ଓଡ଼ିଶାର ରାଜା କିଏ ଥିଲା? କଳିଙ୍ଗର ସୁରକ୍ଷା ଓ ସ୍ୱାଭିମାନର ଲଢ଼େଇ ଲଢୁଥିବା ପ୍ରତ୍ୟେକ ଓଡ଼ିଆ ଥିଲେ ଜଣେ ଜଣେ ରାଜା । ନବୀନଙ୍କ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ପ୍ରଶ୍ନର ଏମିତି ଢଙ୍ଗରେ ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶନିବାର ସନ୍ଧ୍ୟାରେ ଜଟଣୀରେ ବିଶାଳ ରାଲି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶତର ପାଇକରାୟ ଷ୍ଟାଡିୟମଠୁ ଖୋଲାଜିପ୍‌ରେ ବାହାରି ନୂଆବସ୍‌ ଷ୍ଟାଣ୍ଡ, ନୀଳଚକ୍ର ମାର୍କେଟ, ସୀତାରରାମ ଛକ ହୋଇ ହରିଭାଇନା ଛକରେ ପହଞ୍ଚି ବିଜେପି ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିବା ଅବସରରେ ଏହା କହିଛନ୍ତି ଶ୍ରୀ ପ୍ରଧାନ ।

ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେପି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ଜଟଣୀ ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ବଡ଼ଜେନା ଗାଡ଼ିର ଉପରେ ଥିଲେ । ଏହି ଅବସରରେ ବିଜେଡ଼ିକୁ ଟାର୍ଗେଟ କରି ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶାର ଚାଷୀଙ୍କୁ ନବୀନ ପଟ୍ଟନାୟକ ଠକୁଛନ୍ତି । ଏ ସରକାର ହେଉଛି ଚାଷୀ ବିରୋଧୀ । କାଳିଆ ଯୋଜନାକୁ କେନ୍ଦ୍ର ରୋକୁଥିବା କଥା ହେଉଛି ମିଛ । ବାସ୍ତବରେ କାଳିଆ ଯୋଜନାରେ ଟଙ୍କା ଦେବାକୁ ସରକାର ବଜେଟ କରିନାହାନ୍ତି । ଲିଷ୍ଟ ମଧ୍ୟ ଠିକଣା ଭାବେ ତିଆରି ହୋଇନି । ଏତିକି ନୁହେଁ, ଅଯୋଗ୍ୟ ବ୍ୟକ୍ତିଙ୍କୁ କାଳିଆ ତାଲିକାଭୁକ୍ତ କରାଯାଇଛି । ଏ ପଟେ ନବୀନ ବାବୁ କାହିଁକି ପିଏମ୍‌ କିଷାନ ଯୋଜନା ପାଇଁ ଚାଷୀଙ୍କ ତାଲିକା ଦେଲେନି । ଏହାର ଉତ୍ତର ରଖନ୍ତୁ ନବୀନ ।

ଧର୍ମେନ୍ଦ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ନାରୀ ସଶକ୍ତିକରଣ କଥା କହୁଥିବା ବେଳେ ବେବିନା ଆଉ ଯୌନ କେଳେଙ୍କାରୀରେ ସଂପୃକ୍ତ ଥିବା ନେତାଙ୍କୁ ଟିକେଟ ଦେଇଛନ୍ତି । ଜଟଣୀ ନାବାଳିଆ ଦୁଷ୍କର୍ମ ମାମଲାରେ ପୁଲିସ ଉପରେ ଆଙ୍ଗୁଠି ଉଠାଇବା ସହ ସରକାରଙ୍କୁ ଘେରିଛନ୍ତି ନବୀନ । ଏତେ ସବୁ ପରେ ବି ବିଜେଡି ସରକାର ନାରୀ ସଶକ୍ତିକରଣ କଥା କହୁଛି । ଶ୍ରୀ ପ୍ରଧାନ କହିଛନ୍ତି, ଯେଉଁ ରାଜ୍ୟର ଲୋକକଥା ଓଡ଼ିଶାରେ ନେତାର ପ୍ରୟୋଜନ ନାହିଁ । ଓଡ଼ିଶାର ନେତା ସ୍ୱୟଂ ନାରାୟଣ । ଓଡ଼ିଶାର ଲୋକମାନେ ନରେନ୍ଦ୍ର ମୋଦିଙ୍କୁ ଭଲ ପାଇଲେଣି । ନବୀନ ବାବୁ ଏଥର ଯିବେ ବୋଲି ଦୃଢ଼ତାର ସହ ଶ୍ରୀ ପ୍ରଧାନ ଦାବିକୁ ଦୋହରାଇଛନ୍ତି ।