PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୋଟିସ, ଘୁଞ୍ଚିଲା +୨ ପରୀକ୍ଷା
  • ||
  • ମହାରାଷ୍ଟ୍ରରେ ମର୍ମନ୍ତୁଦ ଦୁର୍ଘଟଣା: କାଠ ବୋଝେଇ ଟ୍ରକକୁ ଧକ୍କା ଦେବାପରେ ଡିଜେଲ ଟ୍ୟାଙ୍କରରେ ଲାଗିଲା ନିଆଁ, ୯ ଜଣ ଜୀବନ୍ତ ଦଗ୍ଧ
  • ||
  • ସରେଣ୍ଡର୍ କଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ, ୩୪ ବର୍ଷ ପୂର୍ବ ରୋଡ୍‌ ରେଜ୍‌ ମାମଲାରେ ହୋଇଛି ବର୍ଷେ ସଶ୍ରମ କାରାଦଣ୍ଡ
  • ||
  • ଭୁବନେଶ୍ଵର : ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ, ସ୍ଥିତି ସମୀକ୍ଷା କଲେ ବିଏମ୍ସି ମେୟର ସୁଲୋଚନା ଦାସ
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ଜଗନ୍ନାଥ ନଗରରେ ବୋମା ମାଡ଼
  • ||
  • ନୂଆଦିଲ୍ଲୀ : ୨୭ ମାସ ପରେ ଜେଲ୍‌ରୁ ମୁକୁଳିଲେ ଆଜମ ଖାନ, ସ୍ଵାଗତ କଲେ ଶିବପାଳ ଯାଦବ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୦ ପଜିଟିଭ୍ ଚିହ୍ନଟ
  • ||
  • ସିବିଆଇ ପଞ୍ଝାରେ ପୁଣି ଲାଲୁ ପ୍ରସାଦ : ରେଲୱେ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ, ୧୭ଟି ଠିକଣାରେ ଚାଲିଛି ରେଡ୍
  • ||

ଦିଗପହଣ୍ଡି ବିଜୟ ସଂକଳ୍ପ ସମାବେଶରେ ଧର୍ମେନ୍ଦ୍ର, ‘ଗରିବଙ୍କ ଟଙ୍କା ଲୁଟ୍‌ କରିଥିବା ବ୍ୟକ୍ତିଙ୍କୁ ଜେଲ୍‌ ପଠାଯିବ’

ଭୁବନେଶ୍ୱର,୩୧ ।୩(ବ୍ୟୁରୋ): ବିନା ନେଣଦେଣରେ ଏଠି କୌଣସି କାମ ହୋଇପାରୁନି । ପିସି କଲଚରରେ ଓଡ଼ିଆ ଲୋକମାନେ ପେସି ହୋଇଚାଲିଛନ୍ତି । ଏଠାକାର ଆନ୍ନା ଓ ତାଙ୍କ ପୁଅ ଚିଟଫଣ୍ଡ ଠକେଇରେ ସଂପୃକ୍ତ ଅଛନ୍ତି । ଯେଉଁମାନେ ଗରିବଙ୍କ ଏହି ଟଙ୍କା ଲୁଟ୍‌ କରିଛନ୍ତି, ତାଙ୍କୁ ଜବାବ ଦିଆଯିବା ଦରକାର । ସେମାନଙ୍କୁ ଜେଲ ପଠାଯିବ ବୋଲି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହଛନ୍ତି, ଦେଶର ପ୍ରଧାନମନ୍ତ୍ରୀ ଓ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବାଛିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗତଥର ଲୋକଙ୍କ ଆଶୀର୍ବାଦ ପାଇ ଚା ବିକାଳିର ପୁଅ ୫ ବର୍ଷ ଦେଶର ପ୍ରଧାନମନ୍ତ୍ରୀ ହୋଇ ରହିଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ୭ କୋଟି ମହିଳା ଧୂଆଁମୁକ୍ତ ରୋଷେଇ କରିପାରୁଛନ୍ତି । ଅନେକ ପ୍ରଧାନମନ୍ତ୍ରୀ ଦେଶ ଦେଖିଥିଲେ ମଧ୍ୟ କେହି ମା’ ଙ୍କ ଆଖିରୁ ଲୁହ ପୋଛି ପାରିନାହାନ୍ତି । ଗତ ୫ ବର୍ଷରେ ମଧ୍ୟ ମୋଦି ମା, ଭଉଣୀଙ୍କ ଲାଗି ଶୌଚାଳୟ ନିର୍ମାଣ କରିଛନ୍ତି । ଦେଶ ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ବିଜୁଳି ନଥିବା ୩ କୋଟି ଗରିବଙ୍କ ଘରକୁ ବିଦ୍ୟୁତ ସଂଯୋଗ କରାଇଛନ୍ତି । ଦେଶରେ ଦେଢ କୋଟିରୁ ଅଧିକ ଘର ବନିଛି । ମୋଦିଙ୍କ ଶାସନରେ ଓଡ଼ିଶାରେ ୮ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଦିଆଯାଇଛି । ଓଡ଼ିଶାକୁ ୧ ନମ୍ବର ରାଜ୍ୟ କରିବାକୁ ନରେନ୍ଦ୍ର ମୋଦିଙ୍କ ସରକାର ଆଣିବାକୁ ପଡ଼ିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହଛିନ୍ତ,ି ନୟାଗଡ଼ରୁ ନର୍ବିାଚନ ପ୍ରଚାର ଆରମ୍ଭ କରି ମୁଖ୍ୟମନ୍ତ୍ରୀ ମଜବୁତ୍‌ ନୁହେଁ, ମଜବୁର ସରକାର ଆସୁ ବୋଲି ଚାହିଁଥିଲେ । ତେବେ ଯୁବକଙ୍କୁ ରୋଜଗାର, ମହିଳାଙ୍କୁ ସୁରକ୍ଷା, ବିକାଶ ମୂଳକ କାର୍ଯ୍ୟ ସହ ଦେଶ ସୁରକ୍ଷିତ ରହୁ ବୋଲି ପ୍ରଧାନମନ୍ତ୍ରୀ ଚାହୁୁଁଛନ୍ତି । ଦିଗପହଣ୍ଡି କଥା ଉଲ୍ଲେଖ କରି କହିଛନ୍ତି,
ଏଠି କଳକାରଖାନା ତିଆରି ହୋଇପାରିଲାନି । ୨୪ ଘଣ୍ଟିଆ ବିଜୁଳି ମଧ୍ୟ ଲୋକଙ୍କୁ ମିଳୁନି । ସବୁ ସ୍କୁଲରେ ଶିକ୍ଷକ ନାହାନ୍ତି, ପିଇବା ପାଣି ନାହିଁ, ଶୀତଳ ଭଣ୍ଡାର ନାହିଁ, ଚାଷର ସୁବ୍ୟବସ୍ଥା ନାହିଁ । ରୋଜଗାର ନଥିବା ବେଳେ ରାଜ୍ୟରେ ମହିଳା ଅସୁରକ୍ଷିତ । ସେହିଭଳି ବାଘଲଟି ଓ ଛେଳିଗଡ଼ ପ୍ରକଳ୍ପର ପୁନରୁଦ୍ଧାର ହେଲାନି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ବିଜୁ ଜନତା ଦଳର ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବାପା, ସୁଶାନ୍ତ ସିଂହ ଓ ବିକ୍ରମ ଆରୁଖଙ୍କ ଭାଇ କାଳିଆ ଯୋଜନାରେ ଲାଭ ପାଉଛନ୍ତି । କାଳିଆ ନାଁ ରେ ଓଡ଼ିଶାରେ ରାଜସ୍ୱକୁ ଲୁଟ୍‌ କରାଯାଉଛି । ରାଜ୍ୟ ସରକାରଙ୍କ ପାଖରେ କାଳିଆର ତାଲିକା ନାହିଁ । ଏଥର ନିର୍ବାଚନରେ ଦୁର୍ନୀତି ଓ ଭ୍ରଷ୍ଟାଚାରର ବଧ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସମ୍ବନ୍ଧିତ ଖବର