PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • Tokyo Olympics : ଭାରତକୁ ପ୍ରଥମ ପଦକ, ଭାରଉତ୍ତୋଳନରେ ମୀରାବାଈ ଚାନୁ ଜିତିଲେ ରୌପ୍ୟ ପଦକ
  • ||
  • ସମ୍ବଲପୁର : ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା, ଜଳଭଣ୍ଡାରକୁ ପ୍ରବେଶ କରୁଛି ୭୭ ହଜାର କ୍ୟୁସେକ ଜଳ, ପୁଣି ଗେଟ୍ ଖୋଲିବା ନେଇ ବାଜିଲା ସାଇରନ୍
  • ||
  • ଆନନ୍ଦପୁର : ଶାଳନ୍ଦୀ ନଦୀର ହଦଗଡ ଡ୍ୟାମରୁ ହୋମିଓପାଥି ଡାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ଦୁଇ ଦିନ ତଳୁ ଥିଲେ ନିଖୋଜ
  • ||
  • ଯାଜପୁର : ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଝିଅ ଘର ଲୋକେ
  • ||
  • ତେଲକୋଇ : ନାଳରେ ଭାସିଗଲେ ଓରିଆ ପଞ୍ଚାୟତ ପୁରୁଣାପାଣି ପାଣି ଗାଁର ଗୁରଦେବ ନାୟକ
  • ||
  • ବାନ୍ଦୀପୋରା : ଆତଙ୍କବାଦୀ-ସୁରକ୍ଷାବାହିନୀ ମୁହାଁମୁହିଁ, ସେନା ଗୁଳିରେ ୨ ଆତଙ୍କବାଦୀ ସଫା
  • ||
  • ଟୋକିଓ ଟକ୍କର: ଭାରତୀୟ ପୁରୁଷ ହକି ଦଳର ଦମଦାର ବିଜୟ, ନ୍ୟୁଜିଲାଣ୍ଡକୁ ୩-୨ରେ ଦେଲା ମାତ୍‌
  • ||
  • ଚଣ୍ଡିଖୋଲ : କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୪୪୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୬୪ ଜଣ କରୋନା ପଜିଟିଭ୍
  • ||
  • ପୁରୀ : ୨୯ ଦିନ ପରେ ରତ୍ନବେଦିକୁ ଫେରିଲେ ମହାବାହୁ, ଆଜି ମିଳିବ ନୀଳାଚଳ ଅବଢ଼ା
  • ||

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ଭଦ୍ରକରେ ବୟନ ଶିଳ୍ପ ପ୍ରକଳ୍ପ ପାଇଁ ଶୀଘ୍ର ଜମି ଦିଅ

odishatv.in

ଭୁବନେଶ୍ୱର,୨୨ା୧(ବ୍ୟୁରୋ): ଭଦ୍ରକରେ ଇଣ୍ଡିଆନ ଅଏଲ୍‌ କର୍ପୋରେସନ୍‌ (ଆଇଓସିଏଲ୍‌) ପକ୍ଷରୁ ପ୍ରସ୍ତାବିତ ବୟନ ଓ ବସ୍ତଶିଳ୍ପ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଅନୁମତି ଦେଉନାହାନ୍ତି । ଅନୁମତି ପାଇନଥିବାରୁ ଜମି ମିଳିବାରେ ସମସ୍ୟା ହେଉଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭଦ୍ରକ ପୂର୍ବ ଭାରତର ସୁରଟ ହେବ । ପ୍ରକଳ୍ପ ପାଇଁ ରାଜ୍ୟ ସରକାର ତୁରନ୍ତ ୭୫ଏକର ଜମି ଯୋଗାଇ ଦିଅନ୍ତୁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ମର୍ମରେ ଚିଠି ଲେଖିଛନ୍ତି ।
ଧର୍ମେନ୍ଦ୍ର ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି, ପାରାଦୀପ ପୂର୍ବ ଭାରତର ପେଟ୍ରୋଲିୟମ୍‌ ଶିଳ୍ପର ପ୍ରବେଶ ଦ୍ୱାର ହେବାକୁ ଲାଗିଛି । ପାରାଦୀପ ଅଏଲ୍‌ ରିଫାଇନରୀରୁ ବାହାରୁଥିବା ପଲିଷ୍ଟର୍‌, ଏମଇଜି ଓ ପିଟିଏ ପରି ଉôପାଦ ବ୍ୟବହାରରେ ପଲିଷ୍ଟର ଆଧାରିତ ବୟନ ଓ ବସ୍ତ୍ର ଶିଳ୍ପର ବ୍ୟାପକ ସମ୍ଭାବନା ତିଆରି ହୋଇଛି । ଇଣ୍ଡିଆନ୍‌ ଅଏଲ୍‌ ତରଫରୁ ୧୯୭୧ କୋଟି ଟଙ୍କା ବ୍ୟୟବରାଦରେ ଭଦ୍ରକଠାରେ ବୟନ ଓ ବସ୍ତ୍ରଶିଳ୍ପ ପାଇଁ ଯୋଜନା ହୋଇଛି । ଏହି ମୂଳ ପ୍ରକଳ୍ପ ହେଲେ ଏହି କ୍ଷେତ୍ରରେ ଡାଉନଷ୍ଟିମ୍‌ ଶିଳ୍ପରେ ୨୫୦୦ କୋଟି ପୁଞ୍ଜିନିବେଶ ହେବ । ୨୫ରୁ ୩୦ହଜାର ଲୋକଙ୍କ ପାଇଁ ରୋଜଗାର ସମ୍ଭାବନା ସୃଷ୍ଟି ହେବ ।
ଭଦ୍ରକ ପ୍ରକଳ୍ପକୁ ଜମି ଯୋଗାଇବା ନେଇ ଉଲ୍ଲେଖ କରି ଧର୍ମେନ୍ଦ୍ର କହିଛନ୍ତି, ଭଦ୍ରକଠାରେ ଏହି ପ୍ରକଳ୍ପ ହେଲେ ରାଜ୍ୟର ଶିଳ୍ପ ମାନଚିତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ । ଏହି ପ୍ରକଳ୍ପରେ ପ୍ରଚୁର ମାନବ ସମ୍ବଳ ଆବଶ୍ୟକତା ଅଛି । ଯଦି ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ସହଯୋଗର ହାତ ନ ବଢ଼ାନ୍ତି, ତା’ ହେଲେ ରାଜ୍ୟ ଏକ ବଡ଼ ସୁଯୋଗକୁ ହାତଛଡ଼ା କରିବ । ଯଦି ରାଜ୍ୟ ସରକାର ଆହୁରି ବିଳମ୍ବ କରନ୍ତି, ଏହି ପ୍ରକଳ୍ପ ଶିଳ୍ପ ଅନୁକୂଳ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତରିତ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି । ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରକଳ୍ପ ପାଇଁ ସହଯୋଗର ହାତ ବଢ଼ାଇବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ଭଦ୍ରକରେ ଏହି ପ୍ରକଳ୍ପ ପାଇଁ ୨୦୧୭ ନଭେମ୍ବର ୧୬ ତାରିଖରେ ରାଜ୍ୟ ଅର୍ଥମନ୍ତ୍ରୀ ଓ ଏମଏସ୍‌ଏମଇ ମନ୍ତ୍ରୀଙ୍କ ଭିତରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା । ଏଥିପାଇଁ ୩୫ଏକର ଜମି ଆବଶ୍ୟକ ବୋଲି ଆକଳନ କରାଯାଇଥିଲା । ପରେ ଏହି ପ୍ରକଳ୍ପ ପାଇଁ ୭୫ଏକର ଜମି ଆବଶ୍ୟକ ହୋଇଥିଲା । ଇପିକଲ୍‌ ପାଖରେ ଏଥିପାଇଁ ଆବେଦନ ହୋଇଥିଲା । ଜମି ଯୋଗାଇବାକୁ ଅନେକବାର ରାଜ୍ୟ ସରକାରଙ୍କୁ ଯୋଗାଯୋଗ କରାଯାଇଛି । କିନ୍ତୁ ରାଜ୍ୟ ସରକାର ଅହେତୁକ ବିଳମ୍ବ କରୁଛନ୍ତି ବୋଲି ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି ।