PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଚଢ଼ାଉ , ତାଙ୍କର ସହଯୋଗୀ ଓ ସଂପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ , ସହଯୋଗୀଙ୍କ ଘରୁ ୨୦ ଲକ୍ଷ ଟଙ୍କା ଜବତ , ବିଭିନ୍ନ କାଗଜପତ୍ର ମଧ୍ୟ ଜବତ କଲା ଭିଜିଲାନ୍ସ ଟିମ୍
  • ||
  • ଜମ୍ମୁ-କଶ୍ମୀରରେ ୨ ଅଣକାଶ୍ମୀରୀଙ୍କୁ ହତ୍ୟା କଲେ ଆତଙ୍କବାଦୀ , ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର
  • ||
  • କଟକ ଜଗତପୁର ଶିଳ୍ପାଞ୍ଚଳରେ ଅଗରବତୀ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ , ଏସ୍ଏସ୍ ଏଣ୍ଟରପ୍ରାଇଜର୍ସ ନାମକ କାରଖାନାରେ ନିଆଁ , ନିଆଁ ଆୟତ୍ତ ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ , ଫ୍ୟାକ୍ଟ୍ରିରେ ତିଆରି ହେଉଥିଲା ମଙ୍ଗଲଦୀପ୍ ବ୍ରାଣ୍ଡର ଅଗରବତୀ
  • ||
  • ରାୟଗଡା ସହର ଉପକଣ୍ଠ ନାଗାବଳି ନଦୀରେ ପାରଳାଖେମୁଣ୍ଡି ସହରର ଦୁଇ ଜଣ ପର୍ଯ୍ୟଟକ ନିଖୋଜ ।
  • ||
  • ପାରଳାଖେମୁଣ୍ଡି : ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପାଇଲଟ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭରଙ୍କ ସମେତ ୫ ଆହତ
  • ||
  • ବ୍ରହ୍ମପୁର : ଗୋପାଳପୁର ବିଧାୟକ ଓ ସମର୍ଥକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
  • ||
  • ଭୋଗରାଇ : ବେଳାଭୂମି ନିକଟ ହୋଟେଲରେ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ୍
  • ||
  • ଭୁବନେଶ୍ୱର : ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୨୮୫କୁ ବୃଦ୍ଧି
  • ||
  • ଚଣ୍ଡିଖୋଲ : ପାରିବାରିକ କଳହର କରୁଣ ପରିଣତି, ବୋହୂକୁ ପଥରରେ ଛେଚି ହତ୍ୟା କଲା ଶାଶୂ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବାଲିଗୁଡା : ବିଦ୍ୟୁତ ତାର ଲାଗି ଯୁବକଙ୍କ ମୃତ୍ୟୁ ଘଟଣାରେ ତୁମୁଡିବନ୍ଧ ଠାରେ ଜାତୀୟ ରାଜପଥ ଅବରୋଧ, ମୁନିଗୁଡା ଓ ଭବାନୀପାଟନାକୁ ଯାତାୟତ ଠପ୍
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୩ ଦିନ ବର୍ଷା, ଆସନ୍ତାକାଲି ମୟୂରଭଞ୍ଜ ଓ ବାଲେଶ୍ୱରରେ ପ୍ରବଳ ବର୍ଷବ
  • ||
  • ଭୁବନେଶ୍ୱର : ଆଜିଠୁ ଓଜେଇଇ କାଉନ୍‌ସିଲିଂ, ୫ ନଭେମ୍ବରରେ ପ୍ରଥମ ପର୍ଯ୍ୟାୟ ଆଲର୍ଟମେଣ୍ଟ
  • ||
  • ଅଲ୍‌ ଅମିରତ୍‌ : ଆଜିଠୁ ଟି-୨୦ ବିଶ୍ବକପ୍, ସଙ୍ଘର୍ଷପୂର୍ଣ୍ଣ ହେବ ବାଂଲାଦେଶ-ସ୍କଟ୍‌ଲାଣ୍ଡ ମୁକାବିଲା
  • ||

ନୂଆ ଓଡ଼ିଶା- ଧର୍ମପଦ ଡାଏଲଗ୍‌ରେ ଧର୍ମେନ୍ଦ୍ରଙ୍କ ଆହ୍ୱାନ: ନୂଆ ଉତ୍ସାହ ସହ ଅସମ୍ଭବକୁ ସମ୍ଭବ କର

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ନୂଆ ଓଡ଼ିଶା ବିନା ନୂଆ ଭାରତ ଅସମ୍ଭବ । ଏଣୁ ଓଡ଼ିଆ ଯୁବପିଢ଼ି ନୂଆ ବିଚାର, ନୂଆ ନେତୃତ୍ୱ ଓ ନୂଆ ଉତ୍ସାହ ସହ ଅସମ୍ଭବକୁ ସମ୍ଭବ କର । ରାଜ୍ୟର ଲକ୍ଷ ଲକ୍ଷ କୁଶଳୀ ଯୁବପିଢ଼ିଙ୍କୁ ସୋମବାର ଏଭଳି ଆହ୍ୱାନ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
‘ନୂଆ ଓଡ଼ିଶା-ଧର୍ମପଦ ଡାଏଲଗ୍‌’ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଆଜି ଭୁବନେଶ୍ୱରରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟର ୪୩୦ଟି ସ୍ଥାନରେ ଅଢ଼େଇ ଲକ୍ଷରୁ ଅଧିକ ଯୁବପିଢ଼ିଙ୍କୁ ଉଦ୍‌ବୋଧନ ଦେଇଥିଲେ । ଏ ଅବସରରେ ସେ କହିଥିଲେ, ଓଡ଼ିଆଙ୍କ ନିକଟରେ ବୁଦ୍ଧିମତ୍ତା, କୁଶଳତା ଓ ସାହସ ଭଳି ୩ଟି ଗୁଣ ଭରପୂର ରହିଛି । ଏସବୁ ଗୁଣକୁ ଆଧାର କରି ରାଜ୍ୟର ଯୁବଗୋଷ୍ଠୀ ଏକବିଂଶ ଶତାବ୍ଦୀରେ ଓଡ଼ିଶାକୁ ବିଶ୍ୱର ଏକ ଅଗ୍ରଣୀ ଅଞ୍ଚଳରେ ପରିଣତ କରିବାରେ ସଫଳ ହେବେ ।
ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଭାରତ ଅଭିଯାନ ପାଇଁ ଆହ୍ୱାନ ଦେଇଛନ୍ତି । କିନ୍ତୁ ନୂଆ ଓଡ଼ିଶା ବିନା ନୂଆ ଭାରତ ଅସମ୍ଭବ । ଏଣୁ ରାଜ୍ୟର ଯୁବଗୋଷ୍ଠୀ ନୂଆ ବିଚାର ଓ ନୂଆ ନେତୃତ୍ୱ ଜରିଆରେ ନୂଆ ଉତ୍ସାହର ସହ ଏ ଅସମ୍ଭବକୁ ସମ୍ଭବ କରନ୍ତୁ ।
ଧର୍ମପଦ ଡାଏଲଗ୍‌ରେ ନିମନ୍ତ୍ରିତ ୫ ଯୁବକ ଯୁବତୀଙ୍କୁ ନୂଆ ଓଡ଼ିଶାର ବ୍ରାଣ୍ଡ ଆମ୍ବାସାଡର ଭାବେ ସମ୍ବୋଧିତ କରି ଧର୍ମେନ୍ଦ୍ର କହିଛନ୍ତି, ଏମାନେ କେହି ଜଣେ ବି ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ନିକଟରୁ କମ୍‌ ନୁହନ୍ତି । ଭାରତୀୟ ବାୟୁସେନା ଅଫିସର ତଥା ଓଡ଼ିଆ ଝିଅ ପଲ୍ଲବୀ ମହାପାତ୍ର ଯୁଦ୍ଧବିମାନରୁ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରି ଇତିହାସ ରଚିଛନ୍ତି । ସାମାନ୍ୟ ଘରର ପିଲା ଅମରେନ୍ଦ୍ର ସାହୁ ନୂଆ ଷ୍ଟାର୍ଟଅପ୍‌ ନେଷ୍ଟଆୱେ ଜରିଆରେ ୬୫୦ କୋଟି ଟଙ୍କାର ବ୍ୟବସାୟ କରୁଛନ୍ତି । କଳାହାଣ୍ଡିର ଯୋଗବ୍ୟାସ ଭୋଇଙ୍କ ଦୃଢ଼ ଇଚ୍ଛାଶକ୍ତି ଆଗରେ ବିଶ୍ୱର ଉଚ୍ଚତମ ଶୃଙ୍ଗ ବି ମୁଣ୍ଡ ନୂଆଁଇଛି । ଚିତ୍ତରଞ୍ଜନ ମହାନ୍ତି ବଡ଼ କମ୍ପାନିର ଚାକିରି ଛାଡ଼ି କୃଷିକ୍ଷେତ୍ରରେ କାମ କରି ନୂଆ ପରମ୍ପରା ସୃଷ୍ଟି କରିଛନ୍ତି । ଉତ୍ତର ପ୍ରଦେଶର ବିଶୋଇ ସିଂହ ଆଇଆଇଟିର ପାଠ, ବୃତ୍ତିରେ ଚରମ ସଫଳତାକୁ ଛାଡ଼ି ଓଡ଼ିଶାର ଜୈବିକ କୃଷି କ୍ଷେତ୍ରରେ ନୂଆ ବିପ୍ଳବ ଆଣିବାକୁ କାର୍ଯ୍ୟ କରୁଛନ୍ତି । ଏହି ସଫଳ ଯୁବ ଉଦ୍ୟୋଗୀଙ୍କ ଉପସ୍ଥିତିର ସୁଯୋଗ ଓ ଅନୁଭୂତିର ଆଦାନପ୍ରଦାନ ନୂଆ ଆତ୍ମବିଶ୍ୱାସ ସହ ଏ ସାହାସୀ ଓଡ଼ିଆ ଜାତିକୁ ଏକବିଂଶ ଶତାବ୍ଦୀରେ ପୂନର୍ବାର ଦୁନିଆର ଏକ ଅଗ୍ରଣୀ ସମାଜ ଗଢ଼ି ତୋଳିବା ଧର୍ମପଦ ଡାଏଲଗ୍‌ର ମୂଳ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି ।
ବିନା ଯୁବପିଢ଼ିର ସହଯୋଗରେ କେବେ ବି କେଉଁଠି ପରିବର୍ତ୍ତନ ହୋଇନାହିଁ । ଓଡ଼ିଆ ଜାତିର ଡିଏନ୍‌ଏରେ ବୁଦ୍ଧିମତ୍ତା ରହିଛି । ଓଡ଼ିଆ ଜାତିରେ ଅନେକ ସଫଳ ଇତିହାସ, ସାହସ ଓ ଶକ୍ତି ଭରି ରହିଛି । ରାଜା ନ ଥିବା ସତ୍ତେ୍ୱ ଏ ଜାତି କଳିଙ୍ଗ ଯୁଦ୍ଧରେ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିଥିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏ ଅବସରରେ ଓଡ଼ିଆ ଉଦ୍ୟୋଗୀ ଅମରେନ୍ଦ୍ର ସାହୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସାକ୍ଷାତ୍‌କାର ନେଇଥିଲେ । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଯୋଡ଼ି ହୋଇଥିବା ଯୁବଗୋଷ୍ଠୀ ଧର୍ମେନ୍ଦ୍ରଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ।