PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ତାମିଲ ଖଣି ମାଫିଆଙ୍କ ହାତରେ ଓଡ଼ିଶା ରାଜକୋଷ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର/ବ୍ରଜରାଜନଗର/ଭଟଲି/ପଦ୍ମପୁର/ବିଜେପୁର/ଅତାବିରା,୧୫ା୪(ବ୍ୟୁରୋ/ଆପ୍ର): ନବୀନ ବାବୁ ତାମିଲ ଖଣି ମାଫିଆକୁ ଓଡ଼ିଶାର ରାଜକୋଷ ଟେକିଦେଇଥିବା ବେଳେ ଓଡ଼ିଆ ଯୁବକ ତାମିଲନାଡୁ ଖଟିବାକୁ ଯାଉଛି ବୋଲି ବରଗଡ଼ ଜିଲ୍ଲାର ଭଟଲି, ପଦ୍ମପୁର, ବିଜେପୁର ଓ ଅତାବିରା ଏବଂ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେହିପରି ଉଭୟ କେନ୍ଦ୍ର ଓ ରାଜ୍ୟରେ ମୋଦିଙ୍କ ଡବଲ ଇଞ୍ଜିନ ସରକାର ହେଲେ ବିକାଶର କାମ ତ୍ୱରାନ୍ୱିତ ହେବ । ମୋଦି ଇଞ୍ଜିନ ଲାଗିଲେ ଓଡ଼ିଶା ୧ ନମ୍ବର ରାଜ୍ୟ ହେବ ବୋଲି ସେ କହିଛନ୍ତି ।
ଓଡ଼ିଶା ରାଜକୋଷର ଚାବିକାଠି ନବୀନ ବାବୁ ଖଣି ମାଫିଆ ପ୍ରଭାକରନକୁ ଦେଇଛନ୍ତି । ଚିଟ୍‌ଫଣ୍ଡର ଚାବିକାଠି ସରୋଜ ସାହୁ ପାଖରେ ଅଛି । ଅପରପକ୍ଷରେ ନବୀନ ବାବୁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ହଜାଇଦେଇଛନ୍ତି, ଆଉ ସେ ଦିଲ୍ଲୀର ଚାବିକାଠି ରଖିବାକୁ ବାହାରିଛନ୍ତି । ନବୀନ ବାବୁ ଓଡ଼ିଆଙ୍କ ହିତ ଚାହୁନାହାନ୍ତି । ରାଜ୍ୟରେ ସବୁଦିନ ଦରିଦ୍ରତା ରହୁ, ଗରିବ ରହୁ, ଓଡ଼ିଆ ପିଲା ନିଜ ଗୋଡ଼ରେ ଠିଆ ନହେଉ, ସ୍ୱାଭିମାନ ନହେଉ ନବୀନ ବାବୁ ଚାହୁଁଛନ୍ତି । କେବଳ ଭୋଟ ପାଇବାକୁ ନବୀନ ବାବୁ ଚାହୁଁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଓଡିଆ ବୁଝୁନଥିବା ନବୀନ ବାବୁ ଓଡ଼ିଶାକୁ କ’ଣ ଚଲେଇବେ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଜେପି ସରକାରକୁ ଆସିଲେ ବରଗଡ଼ରେ କ୍ୟାନସର ହସ୍ପିଟାଲ ତିଆରି କରାଯିବା ସହ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ, କୃଷିର ବିକାଶ ପାଇଁ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ବିଜେପୁର ଓ ପଦ୍ମପୁରର ଚାଷଜମିରେ ସମ୍ପୂର୍ଣ୍ଣ ଜଳସେଚନର ବ୍ୟବସ୍ଥା କରାଯିବ, ଚାଷୀ ଓ ଗରିବଙ୍କ କଲ୍ୟାଣ ପାଇଁ ଚିନ୍ତା କରାଯିବ ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ଓଡ଼ିଶାର ବିକାଶ ପାଇଁ ଦିଲ୍ଲୀର ମୋଦିଙ୍କ ସରକାର ଅନେକ ଆର୍ଥିକ ସହାୟତା ଓ ସହଯୋଗ କରୁଥିବା ବେଳେ ସେହି ପଇସା ଭୁବନେଶ୍ୱରରେ ଅଟକି ଯାଉଛି । ଫଳରେ ଝାରସୁଗୁଡା ଏବଂ ବ୍ରଜରାଜନଗରରେ ମୋଦି ଦେଉଥିବା ପଇସା ପହଞ୍ଚିପାରୁନାହିଁ । ଏହି ପଇସା ଲୁଟ ହେଉଛି ଏବଂ ଏହାର ରୋକ ଲାଗିବ ।
ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦ ଲକ୍ଷ ଘର ଓଡ଼ିଶାକୁ ଦିଆଯାଇଛି, ୫୦ ଲକ୍ଷ ଶୌଚାଳୟ ବନିଛି । ମାତ୍ର ଏହି ବ୍ଲକରେ ପିସି ନଦେଲେ କାମ ହେଉନାହିଁ । ଘର ଓ ଶୌଚାଳୟ ନିର୍ମାଣ କରିବା ପାଇଁ ଲାଂଚ ଦେବାକୁ ପଡୁଛି ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି, ବଜାରରେ ଚାଉଳର ମୂଲ୍ୟ ୩୨ ଟଙ୍କାରୁ ମୋଦି ଦିଲ୍ଲୀରୁ ୨୯ ଟଙ୍କା ଦେଉଛନ୍ତି । ନବୀନ ବାବୁ ୨ ଟଙ୍କା ଦେଉଥିବା ବେଳେ ହିତାଧିକାରୀମାନେ ୧ ଟଙ୍କା ଦେଉଛନ୍ତି । ମୋଦି ପଇସାରେ ଗରିବ ଲୋକଙ୍କୁ ଟଙ୍କିକିଆ ଚାଉଳ ଦେବା କଥା ନବୀନ ବାବୁ କହୁଛନ୍ତି । ନବୀନ ବାବୁ ପରଘର ତିଅଣରେ ଅତିଥି ସତ୍କାର କରିବାରେ ଚାଲାକ । ଓଡ଼ିଶାରେ ୨୫ଟି ଜିଲ୍ଲାରେ ଶିଶୁମାନଙ୍କ ଅପପୃଷ୍ଟି ଓ କୁପୋଷଣ ସ୍ଥିତି ଗମ୍ଭୀର ଥିବାବେଳେ ସେମାନଙ୍କୁ ସୁପୋଷଣ କରିବାକୁ ପଡ଼ିବ । ବିଜେପି ସରକାର ହେଲେ ଓଡ଼ିଶାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମୋଟ ୧ ଟଙ୍କାରେ ୫ କେଜି ଚାଉଳ, ଅଧକେଜି ଲେଖାଁଏ ଡାଲି ଓ ଲୁଣ ଦେଇ ସୁପୋଷଣର ଦାୟିତ୍ୱ ବିଜେପି ନେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି, ମୁଖ୍ୟମନ୍ତ୍ରୀ ୧୯ ବର୍ଷ ଶାସନ ଦାୟିତ୍ୱରେ ରହିବା ପରେ ମଧ୍ୟ ଓଡ଼ିଶାର ଏହିସବୁ ଅଂଚଳରେ ପିଇବା ପାଣି ନାହିଁ, ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ଓଡ଼ିଶାର ଅଧା କୋଇଲାରେ ସାରା ଭାରତ ଜଳୁଥିବାବେଳେ ଏଠାରେ ୨୪ ଘଣ୍ଟା ବିଜୁଳି ନାହିଁ, ରୋଜଗାରର ଉପଲବ୍ଧ ନାହିଁ । ମୁଖ୍ୟମନ୍ତ୍ରୀ ବିଜେପୁର ଉପନିର୍ବାଚନରେ ନେଇଥିବା ଦାୟିତ୍ୱକୁ ପୂରଣ କରିନାହାନ୍ତି । ୧୯ ବର୍ଷର ଶାସନ ମଧ୍ୟରେ ପଦ୍ମପୁର କାହିଁକି ପଛୁଆ ଅଛି, ନବୀନ ବାବୁଙ୍କୁ ଏହାର ଜବାବ୍‌ ଦେବାକୁ ପଡ଼ିବ ।
ସେହିପରି ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର କୁଆଡ଼େ ଯାଇଥିଲେ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରୁଛନ୍ତି । ବରଗଡ଼ ଜିଲ୍ଲାରେ ଟେକ୍ସଟାଇଲ ପ୍ରକଳ୍ପ କାମର ଶୁଭାରମ୍ଭ ପାଇଁ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଏଠାକୁ ଆସିଥିଲେ । ମାତ୍ର ନବୀନ ବାବୁ ବରଗଡ଼ ବିଧାୟକଙ୍କ ସହ ମିଶି ତାଙ୍କୁ ଟେକାପଥର ମାଡ଼ କଲେ । ଓଡ଼ିଶାକୁ କେନ୍ଦ୍ରମନ୍ତ୍ରୀ ଆସିଲେ ନବୀନ ବାବୁ ତାଙ୍କୁ ଫୁଲ ମାଳ ଦେବା ବଦଳରେ ପଥର ମାଡ଼ କରୁଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଲୋକଙ୍କ ବିକାଶ କ’ଣ ନେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।