ପ୍ରମୁଖ ଖବର
  • କେକେଆର ବନାମ ଆରସିବି: ୬ ଓ୍ବିକେଟ ହରାଇ ୧୮୨ ରନ୍‌ କଲା ବେଙ୍ଗାଲୁରୁ
  • ||
  • ଭୁବନେଶ୍ୱର: ୪୦ ଡେଇଁଲା ତାପମାତ୍ରା, ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ
  • ||
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ଅନୁଗୋଳରେ କୋଭିଡ୍ କେୟାର ସେଣ୍ଟର ଲୋକାର୍ପିତ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଲେ ଲୋକାର୍ପଣ

ଅନୁଗୋଳ ୧।୬: ଅନୁଗୋଳ ସ୍ଥିତ ଜିନ୍ଦଲ ପ୍ଲାଣ୍ଟ ପରିସରରେ ଲୋକାର୍ପିତ ହେଲା କୋଭିଡ୍ କେୟାର ସେଣ୍ଟର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଲୋକାର୍ପଣ କରିଛନ୍ତି । ମଙ୍ଗଳବାର ଅନୁଗୋଳ ଗସ୍ତରେ ଯାଇ ଜିନ୍ଦଲ ହେଲିପ୍ୟାଡରେ ଓହ୍ଲାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ଜିନ୍ଦଲ ପ୍ଲାଣ୍ଟ ପରିସରରେ ନିର୍ମିତ ୨୭୦ ବେଡ଼ ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟରର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି କୋଭିଡ୍ କେୟାର ସେଣ୍ଟରର ୨୭୦ ବେଡ଼ରେ ସମ୍ପୂର୍ଣ୍ଣ ଭାବେ ଅକ୍ସିଜେନ ସଂଯୋଗ ରହିବ ।

ଏହାପରେ ବଳରାମ ପ୍ରସାଦଠାରେ ଥିବା ESI କୋଭିଡ୍ ହସ୍ପିଟାଲ ବୁଲିବାର କାର୍ଯ୍ୟକ୍ରମ ରହିଛି । ମଧ୍ୟାହ୍ନରେ ତାଳଚେର କୋଭିଡ୍ ହସ୍ପିଟାଲ ବୁଲି ଦେଖିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ତାଳଚେର କୋଭିଡ୍ ହସ୍ପିଟାଲ MCL ସହାୟତାରେ ସମ୍ ହସ୍ପିଟାଲ ଦ୍ବାରା ପରିଚାଳିତ ହେଉଛି । ଏହାପରେ କୋଭିଡ୍ ନିୟନ୍ତ୍ରଣ ପାଇଁ କ’ଣ କ’ଣ ପଦକ୍ଷେପ ନିଆଯାଇ ପାରିବ ସେ ବିଷୟରେ ସ୍ଥାନୀୟ ପ୍ରଶାସନ ସହ ସବିଶେଷ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ମଧ୍ୟ ଉପସ୍ଥିତ ରହିବେ । ଅପରାହ୍ଣ ୩ଟା ବେଳକୁ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.