ଚା’ ବିକାଳୀର ପୁଅର ଜନପ୍ରିୟତା ଦେଖି ନବୀନଙ୍କ ମନ କଷ୍ଟ ହେଉଛି: ଧର୍ମେନ୍ଦ୍ର

ଭୁବନେଶ୍ୱର ୧୪/୪: ରାଜ୍ଯ ସରକାରଙ୍କୁ ଟାର୍ଗେଟ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦିଙ୍କ ଜନପ୍ରିୟତାରେ ଇର୍ଷାନ୍ୱିତ ହୋଇ ମୁଖ୍ଯମନ୍ତ୍ରୀ ଯେତେ ଗାଳି ଦେଲେ ବି ଓଡିଆ ଲୋକଙ୍କ ଆସ୍ଥା ମୋଦିଙ୍କ ଉପରେ ସେତେ ବଢିବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ମୁଖ୍ୟମନ୍ତ୍ରୀ ବାରମ୍ବାର ଭୟ କରି ପ୍ରଧାନମନ୍ତ୍ରୀଙ୍କ ଉପରେ ବିରୁଦ୍ଧରେ ଭାଷଣ ଦେବାରେ ଲାଗିଛନ୍ତି । ନବୀନ ବାବୁଙ୍କ  ଚିନ୍ତା ବଢିବା ସ୍ୱାଭାବିକ ବୋଲି କହିଛନ୍ତି ଧର୍ମେନ୍ଦ୍ର । ସେ ଏହାମଧ୍ଯ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନିଜ ନିୟନ୍ତ୍ରଣରେ ନାହାନ୍ତି ।

ନବକଳେବରର ଦାୟିତ୍ୱ କିଏ ନେଇଥିଲା? ୨୦୧୫ ଅପ୍ରେଲ ୧ ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ସାଙ୍ଗରେ ନେଇ କିଏ ରାଉରକେଲା ଯାଇଥିଲା? ଆଇଆଇଟିର ଲୋକାର୍ପଣ ବେଳେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ସାଙ୍ଗରେ ନେଇ ଯାଇଥିବା ବେଳେ ତାଙ୍କ ସାମ୍ନାରେ ପାଇକବିଦ୍ରୋହ ସ୍ମାରକୀ ପାଇଁ ଜମି ଯୋଗାଇବାକୁ ପ୍ରତିଶ୍ରୁତି ଦେଇ ପାଳନ କରିନି କିଏ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

ଶ୍ରୀ ପ୍ରଧାନ ଏହା ମଧ୍ଯ କହିଛନ୍ତି ଯେ ଓଡ଼ିଆ ଲୋକଙ୍କୁ ସାମ୍ନା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସତସାହସ ଓ ନୈତିକତା ନାହିଁ । ରାଜ୍ୟରେ ଲୋକଙ୍କ ପାଇଁ ଶୁଦ୍ଧ ପାନୀୟ ଜଳ ନାହିଁ, ସ୍କୁଲରେ ଶିକ୍ଷକ ନାହାନ୍ତି, ବିଜୁଳି ନାହିଁ, ରୋଜଗାର ନାହିଁ, ଡାକ୍ତର ନାହାନ୍ତି ଏ ସବୁ ଅବ୍ୟବସ୍ଥା ଦେଖାଯାଇଥିବ ବେଳେ ଶାସକ ଦଳର ବିଧାୟକମାନେ ନିର୍ବାଚନ ପ୍ରଚାର କରିବାକୁ ଯାଉଥିବା ବେଳେ ଲୋକମାନେ ତାଙ୍କୁ ଘେରି ପ୍ରଶ୍ନ ପଚାରୁଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଉତ୍ତର ନଥିବା ବେଳେ କେବଳ ଉତେଜନା ଓ ବିଦ୍ୱେଷ ତିଆରି କରିବା ପାଇଁ ନରେନ୍ଦ୍ର ମୋଦି ଓ ଓଡ଼ିଆ ଲୋକଙ୍କ ମଧ୍ୟରେ ବାଧା ତିଆରି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହା ଶେଷ ଅପଚେଷ୍ଟା ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେ ନବୀନଙ୍କୁ କଟାକ୍ଷ କରି ଏହା ମଧ୍ଯ କହିଛନ୍ତି ଯେ ଚା’ ବିକାଳି ଓ ବାସନ ମଜାଳିର ପୁଅର ଜନପ୍ରିୟତା ବଢିଲେ ନବୀନଙ୍କୁ କଷ୍ଟ ହେଉଛି ।

   ସମ୍ବନ୍ଧିତ ଖବର


ଜାଆଁଳା ଶିଶୁଙ୍କ ଛାତି ଓ ପେଟ ଯୋଡି ହୋଇ ରହିଥିଲା,୮ ଘଣ୍ଟାର ଅପରେସନ୍ ପରେ କରାଗଲା ଅଲଗା

ବିଜେପି ସାଂସଦଙ୍କ ଦାବି: ଟିଏମସିର ୬୨ ବିଧାୟକ ଆମ ସହ ଯୋଗାଯୋଗରେ ଅଛନ୍ତି, ଡିସେମ୍ବର ୧୫ ସୁଦ୍ଧା ଭାଙ୍ଗିଯିବ ମମତା ସରକାର

‘କୋଭିସିଲ୍ଡ’ର ପାର୍ଶ୍ଵ ପ୍ରତିକ୍ରିୟା ଅଭିଯୋଗକୁ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ର ଖଣ୍ଡନ, ସ୍ବେଚ୍ଛାସେବୀଙ୍କୁ ୧୦୦ କୋଟି ଟଙ୍କାର ମାନହାନୀ ଧମକ

ହଠାତ୍ ଆକାଶରେ ଦେଖିବାକୁ ମିଳିଲା ଅଗ୍ନି ପିଣ୍ଡୁଳା,ଜୋରଦାର ଲାଇଟ୍ ସହିତ ହୋଇଗଲା ଗାଏବ୍

କରୋନାରେ ମିଳିଲାନି କାମ, ଭୋକ ଉପବାସରେ ଜାଗାଘର ବାରଣ୍ଡାରେ ଆଖିବୁଜିଲେ ବୃଦ୍ଧ: ଶତ ଚେଷ୍ଟା ସତ୍ତ୍ୱେ ବଞ୍ଚାଇ ପାରିଲେନି ସାମାଜିକ କର୍ମୀ

ଆମେରିକା ରାଷ୍ଟ୍ରପତି ଜୋ ବିଡେନ୍ ଆହତ, ଭାଙ୍ଗିଗଲା ଗୋଡର ହାଡ଼