PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

ଏମଓୟୁ ପାଇଁ ଆର୍ସେଲର ମିତଲ-ନିପ୍ପନ ଷ୍ଟିଲ ଏବଂ ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

odishatv.in

ନୂଆଦିଲ୍ଲୀ/ଭୁବନେଶ୍ୱର ୫/୩: କେନ୍ଦ୍ରାପଡ଼ା ଜିଲ୍ଲାରେ ୫୦ ହଜାର କୋଟି ଟଙ୍କା ବ୍ୟୟରେ ୧୨ ନିୟୁତ ଟନ୍‌ ବିଶିଷ୍ଟ ସର୍ବବୃହତ ଇସ୍ପାତ୍‌ କାରଖାନା ନିର୍ମାଣ କରିବା ପାଇଁ ଗତକାଲି ବିଶ୍ୱର ଅଗ୍ରଣୀ ଇସ୍ପାତ୍‌ କମ୍ପାନୀ ଆର୍ସେଲର ମିତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ବୁଝମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଥିବାରୁ ଏହି କମ୍ପାନୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ସେହିପରି ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳ୍ପ କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବାକୁ ଥିବା ସର୍ବବୃହତ ଇସ୍ପାତ୍‌ କାରଖାନା ଓଡିଶାରେ ଆର୍ଥିକ ଏବଂ ନିଯୁକ୍ତି ସୃଷ୍ଟି କରିବା ଦିଗରେ ନୂଆ ଉନ୍ମାଦନା ଆଣିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପିତ ପୂର୍ବୋଦୟ ଏବଂ ଆତ୍ମନିର୍ଭର ଭାରତକୁ ବଡ ଗତି ଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସୂଚନାଯୋଗ୍ୟ ଗତ ୨ ତାରିଖରେ ଆର୍ସେଲର ମିତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତଲ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଭେଟିବା ସହ ଭାରତ ବିଶେଷ ଭାବରେ ଇସ୍ପାତ୍‌ ଶିଳ୍ପର ଅଭିବୃଦ୍ଧି ନେଇ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୂର୍ବରୁ ଭାରତ ବିଶେଷ ଭାବରେ ପୂର୍ବ ଭାରତକୁ ପ୍ରଗତିର ପଥରେ ଆଗେଇ ନେବା ତଥା  ଇସ୍ପାତ୍‌ କ୍ଷେତ୍ରର ଅଭିବୃଦ୍ଧି ନିମନ୍ତେ ଷ୍ଟିଲ୍‌ କ୍ଲଷ୍ଟର ଏବଂ ଗ୍ରୀନ୍‌ ଫିଲ୍ଡର କ୍ଷମତା ବୃଦ୍ଧି କରି ସମନ୍ୱିତ ଇସ୍ପାତ୍‌ ହବ୍‌ ମାଧ୍ୟମରେ ‘ପୂର୍ବୋଦୟ ମିଶନ’ର ଶୁଭାରମ୍ଭ କରିଥିଲେ । ଏହି ମିଶନ ଜରିଆରେ ୨୦୩୦ ସୁଦ୍ଧା ଦେଶରେ ବାର୍ଷିକ ୩୦୦ ମିଲିୟନ ଟନ ଇସ୍ପାତ୍‌ ଉତ୍ପାଦନ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।  

କେନ୍ଦ୍ରାପଡାରେ ପ୍ରତିଷ୍ଠା ହେବାକୁ ଥିବା ଏହି ସର୍ବବୃହତ ଇସ୍ପାତ୍‌ କାରଖାନା ପାଇଁ ଭାରତ ସରକାର ସମସ୍ତ ଆନୁଷଙ୍ଗିକ ସହାୟତା ଯୋଗାଇଦେବା ନେଇ ପ୍ରତିଶ୍ରୁତିବଦ୍ଧ । ୱେଲଥ୍‌ କ୍ରିଏସନ ସୃଷ୍ଟି କରିବା ପାଇଁ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ଏବଂ ଜାତୀୟ ଇସ୍ପାତ ନୀତି ଭଳି ସହଯୋଗୀମୂଳକ ନୀତି ସଂସ୍କାର ଅନୁସାରେ ନିଯୁକ୍ତି ସୃଷ୍ଟି କରିବା ଓ  ଭିତିଭୂମିକୁ ପ୍ରାଥମିକତା ଦେବା ଦିଗରେ ୧୨ ନିୟୁତ ଟନ୍‌ ବିଶିଷ୍ଟ ଏହି ଇସ୍ପାତ୍‌ କାରଖାନା ହେଉଛି ଭାରତ ସରକାରଙ୍କ ବଡ ପଦକ୍ଷେପ ।

କେନ୍ଦ୍ରାପଡାରେ ପ୍ରତିଷ୍ଠା ହେବାକୁ ଥିବା ସର୍ବବୃହତ ଇସ୍ପାତ୍‌ କାରଖାନା ଜିଲ୍ଲା ସାମଗ୍ରିକ ବିକାଶ କରିବ । ବିଶେଷ ଭାବରେ ମୋଦି ସରକାରରେ ବିଗତ ୬ ବର୍ଷରେ କେନ୍ଦ୍ରାପଡାରେ ହୋଇଥିବା ଭିତିଭୂମିର ବିକାଶ ଯଥା ପାରାଦୀପ ବନ୍ଦରର ସମ୍ପ୍ରସାରଣ, ମହାନଦୀ ନଦୀଭିତିକ ବନ୍ଦରର ସ୍ଥାପନ, ମାଲ ପରିବହନ, ପାରାଦୀପ-ହରୁଦାସପୁର ନୂଆ ରେଳ ଲାଇନ, ଜାତୀୟ ରାଜପଥର ଦ୍ରୁତ ନିର୍ମାଣ କରାଇବାରେ ଏହି ପ୍ଲାଂଟ୍‌ ସହାୟକ ହେବ ।

ସମ୍ବନ୍ଧିତ ଖବର