PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ବାଲେଶ୍ଵର ଜିଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବାଲେଶ୍ଵର/ନୀଳଗିରି,୩୧/୫ : ବାଲେଶ୍ଵର ଜିଲ୍ଲା ବାତ୍ୟା ପ୍ରଭାବିତ ଅଂଚଳକୁ ଗସ୍ତ କରିଛନ୍ତି ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ତାଙ୍କ ସହିତ ସ୍ଥାନୀୟ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ରହିଥିଲେ।ବାତ୍ୟା ପ୍ରଭାବିତ ଅଂଚଳର ଦୁର୍ଦ୍ଦଶା ସୁଧୁରି ନଥିବାରୁ ଅଞ୍ଚଳବାସୀ ଏହାର ପ୍ରତିକାର ମୂଳକ ପଦକ୍ଷେପ ନେବାକୁ ଦାବି ରଖିଥିଲେ।ବାତ୍ୟା ୟସ ପ୍ରଭାବ ରେ ସମୁଦ୍ର ଉପକୂଳବର୍ତ୍ତୀ ଅଂଚଳର ନକ୍ସା ବଦଳି ଯାଇଛି।ବାତ୍ୟା ଛାଡିବାକୁ ୫ ଦିନ ବିତିଯାଇଥିଲେ ମଧ୍ୟ ଏବେ ବହୁ ପରିବାର ଦୁର୍ଦିନରେ ଅଛନ୍ତି।ଶ୍ରୀକୋଣା ଓ ସାର୍ଥା ପଂଚାୟତ ରେ ବହୁ ଅଂଚଳ ଲୁଣି ପାଣି ମାଡ଼ି ଯାଇଥିବା ବେଳେ ଘରଦ୍ୱାର ମଧ୍ୟ ଭାଙ୍ଗିଛି।ଶ୍ରୀକୋଣା ପଞ୍ଚାୟତ ର ଚାରିଗୋଛିଆ ଅଂଚଳରେ ବୁଢ଼ାବଳଙ୍ଗ ନଦୀବନ୍ଧ ଭାଙ୍ଗିବାରୁ ବହୁ ଅଂଚଳ ଲୁଣି ପାଣି ମାଡ଼ିଯିବାରୁ ଘର ଭାଙ୍ଗି ଧାନ ଚାଉଳ ନଷ୍ଟ ହୋଇଥିବା ନଜରକୁ ଆସିଛି।

ଗାଁ ରାସ୍ତା ର ଅବସ୍ଥା ଶୋଚନୀୟ ମଧ୍ୟ ହୋଇଥିବା ଦେଖାଯାଇଛି।ନଦୀରେ ପଥର ପ୍ୟାକିଂ କାମ ବେଳେ ନଦୀବନ୍ଧ କୁ କାଟି ଥିବାବେଳେ ଆଜି ଏଭଳି ଦୁର୍ଦଶା ଭୋଗୁଥିବା ଅଞ୍ଚଳବାସୀ ଅଭିଯୋଗ ଉଠାଇଛନ୍ତି।ଆଜି କେନ୍ଦ୍ରମନ୍ତ୍ରୀ ୧୧ ଟାରେ ବାଲେଶ୍ଵର ଆଇଟିଆର ହେଲିପ୍ୟାଡ଼ ଓହ୍ଲାଇବା ପରେ ଶ୍ରୀକୋଣା ପଞ୍ଚାୟତ ର ବିଭିନ୍ନ ଗାଁକୁ ଯାଇ ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଥିଲେ।ଅଞ୍ଚଳବାସୀ ମଧ୍ୟ ତାଙ୍କର ଅଭିଯୋଗ ଶୁଣାଇଥିଲେ।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାଙ୍ଗିଥିବା ନଦୀବନ୍ଧ ବୁଲିବା ପରେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି।ଖୁବଶୀଘ୍ର ନଦୀବନ୍ଧ ର ମରାମତି କରାଯିବା ସହ କ୍ଷୟକ୍ଷତି ଆକଳନ କରି ପ୍ରଭାବିତ ଅଞ୍ଚଳ କିପରି ସ୍ୱାଭାବିକ ହେବ ଏନେଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।ସେପଟେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ କ୍ଷତିଗ୍ରସ୍ତ ଅଂଚଳର ପୁନଃ ଉଦ୍ଧାର କରାଯିବ ବୋଲି କହିଛନ୍ତି।ବାତ୍ୟା ସିନା ଛାଡ଼ିଗଲା ଏବେ ଆସିଛି ପ୍ରତିକାର କରିବାର ବେଳ।ଧର୍ମେନ୍ଦ୍ର ଙ୍କ ଗସ୍ତପରେ ଅଞ୍ଚଳବାସୀ କିଛି ଆଶାବାନ୍ଧି ରହିଥିବାବେଳେ କିପରି ବାତ୍ୟା ପ୍ରଭାବିତ ପରିବାରଙ୍କ ଦୁର୍ଦ୍ଦଶା ଦୂର ହେଉଛି ତାହା ଦେଖିବାକୁ ବାକିରହିଲା।