PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ସୋସିଆଲ ମିଡିଆରେ ଧର୍ମେନ୍ଦ୍ରଙ୍କ ଆହ୍ୱାନ; ଅତ୍ୟାଚାରୀ ଶାସକଙ୍କୁ ଜବାବ ଦିଅ

ଭୁବନେଶ୍ୱର,୧୨ା୪(ବ୍ୟୁରୋ): ଶାସକ ଦଳର ପାଦ ତଳୁ ମାଟି ଖସିଚାଲିଛି । ଏହି କାରଣରୁ ସେମାନେ ରକ୍ତମୁଖା ହୋଇ ଉଠିଛନ୍ତି । ବିଭିନ୍ନ ସ୍ଥାନରେ ହିଂସାର ଉପାୟ ଆପଣାଇଛନ୍ତି । ଓଡ଼ିଶାର ଭାଇଭଉଣୀ ଏଥର ଅତ୍ୟାଚାରୀ ଶାସକଙ୍କ ବିରୋଧରେ ନିଜ ମତ ଦିଅନ୍ତୁ । ସେମାନଙ୍କୁ ଉଚିତ ଜବାବ ଦିଅନ୍ତୁ । ସୋସିଆଲ ମିଡିଆରେ ଭୋଟରଙ୍କ ଉଦ୍ଦେଶ୍ୟରେ ଏହି ଅପିଲ୍‌ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର କହିଛନ୍ତି, ଗତକାଲି ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନରେ ନିର୍ବାଚନ ସମ୍ପୂର୍ଣ୍ଣ ହୋଇଛି । ବଡ଼ ଉତ୍ସାହର ସହ ଯୁବପିଢି଼ ଓ ମା’ ଭଉଣୀ ଓ ଗୁରୁଜନମାନେ ଭୋଟ କେନ୍ଦ୍ରକୁ ଆସି ଭୋଟ୍‌ ଦେଇଛନ୍ତି । ଏହି ବଡ଼ ପ୍ରଜାତନ୍ତ୍ରରେ ସମସ୍ତେ ସାମିଲ ହୋଇଛନ୍ତି ।

ରାଜ୍ୟରେ ପରିବର୍ତ୍ତନର ସ୍ୱର ସ୍ପଷ୍ଟ ହୋଇଛି ବୋଲି ଧର୍ମେନ୍ଦ୍ର ମତ ଦେଇଛନ୍ତି । କହିଛନ୍ତି, ଏଥର ଓଡି଼ଶାରେ ଭୋଟ୍‌ ଚିଟଫଣ୍ଡ ଲୁଟେରାଙ୍କୁ ଜେଲ୍‌ ପଠାଇବା ପାଇଁ ହୋଇଛି । ଓଡି଼ଶାର ଲୋକେ ଦାଦନ ଖଟିବାକୁ ନ ଯାଇ ଏଠାରେ ରୋଜଗାର ବଢ଼ାଇବା ପାଇଁ ହୋଇଛି । ମା’ଭଉଣୀଙ୍କ ସୁରକ୍ଷା ବଢ଼ାଇବା ଓ ଅତ୍ୟାଚାରୀଙ୍କୁ ଫାଶୀ ଦଣ୍ଡ ଦେବା ପାଇଁ ଭୋଟ୍‌ ହୋଇଛି । ନୂଆ ଆଶା, ନୂଆ ଆକାଂକ୍ଷା ପାଇଁ ଭୋଟ୍‌ ହୋଇଛି । ଏଥରର ଭୋଟ୍‌ ୧୯ ବର୍ଷର ଅପାରଗତା, ଅବ୍ୟବସ୍ଥା, ସମ୍ବେଦନହୀନ ଓ ରାଧୁଆ ମିଛୁଆ କାହାଣୀକୁ ଶେଷ କରିବା ପାଇଁ ହୋଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏଣିକି ନୂଆ ଓଡ଼ିଶା ଗଢ଼ିବାକୁ ପଡ଼ିବ । ଡବଲ୍‌ ଇଞ୍ଜିନ୍‌ର ସରକାର ଦିଲ୍ଲୀ ଓ ଭୁବନେଶ୍ୱରରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ କରି ଓଡ଼ିଶାର ବିକାଶକୁ ଆହୁରି ଗତି ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର