ପ୍ରମୁଖ ଖବର
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||
  • ଆଗକୁ ଆହୁରି ବଢ଼ିବ ତାତି, ଆଜି ୪୦ ଡିଗ୍ରୀ ଛୁଇଁବ ପାରଦ ! ଦିନ, ରାତି ତାପମାତ୍ରା ୨ ଡିଗ୍ରୀ ବଢ଼ିପାରେ
  • ||

ବିଜେଡି ସରକାର ପରିବର୍ତ୍ତନ ହେବ: ଧର୍ମେନ୍ଦ୍ର

ନବରଙ୍ଗପୁର,୨୮ା୧(ଆପ୍ର): ‘୧୯ ବର୍ଷର ବିଜେଡି ଶାସନରେ ଚାଷ ଜମିକୁ ମାଡ଼ି ପାରିଲାନି ପାଣି । ସରକାରୀ ଯୋଜନା ପାଇବା ଲାଗି ହିତାଧିକାରୀଙ୍କୁ ହାତଘୁଞ୍ଚା ନ ଦେଲେ ଘର କି ପାଇଖାନା ମିଳୁନି । ଏଭଳି ଦୁର୍ନୀତି ଓ ଅପାରଗ ସରକାର ନିଜ ଚେଲାଙ୍କୁ ପୋଷିବା ଲାଗି ରାଜ୍ୟ ଉପରେ ୧ ଲକ୍ଷ କୋଟି ଟଙ୍କା ଋଣ ଭାର ଲଦିଦେଲେଣି ।’ ଏଭଳି ସରକାରକୁ ପରିବର୍ତ୍ତନ କରିବାର ବେଳ ଆସିଛି । ବିଜେପି ପକ୍ଷରୁ ଅପେରା ପଡିଆରେ ଆୟୋଜିତ କାର୍ଯ୍ୟକ୍ରମ ‘ଜବାବ ମାଗୁଛି ବିଜେପି’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି କେନ୍ଦ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, ୨୦୦୮ରେ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଜଳସେଚନ ପ୍ରକଳ୍ପ ପାଇଁ ନଡିଆ ଭାଙ୍ଗିଥିଲେ ରାଜ୍ୟ ସରକାର । ୧୧ ବର୍ଷ ପରେ ବି ପ୍ରକଳ୍ପ ପାଇଁ ଗୋଟିଏ ବସ୍ତାର ସିମେଣ୍ଟ କାମ ଆରମ୍ଭ ହୋଇପାରିନି । ୧୯ ବର୍ଷର ବିଜେଡି ଶାସନରେ ଜିଲ୍ଲାର ଚାଷୀଙ୍କ ଜମିକୁ ପାଣି ମିଳିଲାନି । ସ୍ୱାସ୍ଥ୍ୟ ସେବା ପାଇଁ ଆବଶ୍ୟକ ଡାକ୍ତର ପଦ ପୂରଣ ହୋଇପାରିଲାନି । ଶିଳ୍ପବିହୀନ ଏ ଜିଲ୍ଲାରେ ମକା ଓ ଚିନି କଳ ପାଇଁ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦିଆଯାଇ ପ୍ରତାରଣା କରାଯାଇଛି । ଆଗରୁ ଥିବା ଏକମାତ୍ର ଶିଳ୍ପ ମଙ୍ଗଳମ ଟିମ୍ବରକୁ ବନ୍ଦ କରିଦିଆଗଲା । ଟଙ୍କିକିଆ ଚାଉଳ ପାଇଁ କେନ୍ଦ୍ର ୨୯ ଟଙ୍କା ଦେଉଛି । ଶୌଚାଳୟ ପାଇଁ ୧୨ ହଜାର ଟଙ୍କା ହିତାଧିକାରୀ ପିଛା ଦେଉଛି । ତଥାପି ରାଜ୍ୟ ସରକାର ହିତାଧିକାରୀଙ୍କୁ ଶୌଚାଳୟ ଯୋଗାଇ ପାରୁନାହାନ୍ତି । ଜିଲ୍ଲାକୁ ୩୫ ପ୍ରତିଶ୍ରତ ଜଳସେଚନ ବ୍ୟବସ୍ଥା ବିଜେଡି ସରକାରଙ୍କ ଧୂଆଁବାଣ । ନବରଙ୍ଗପୁର- ମାଲକାନଗିରିକୁ ରେଳ ସଂଯୋଗ କେନ୍ଦ୍ର ସରକାରଙ୍କ ଅବଦାନ । କିନ୍ତୁ ବିଜେଡି ସାଂସଦ ଭୋଟରଙ୍କୁ ଦିନରେ ଲଣ୍ଠନ ଦେଖାଇ ନିଜ ସପକ୍ଷରେ ପ୍ରଚାର କରୁଛନ୍ତି । ଆଜି ପାଗ ଖରାପଥିବା ସତ୍ତେ୍ୱ ବିଶାଳ ସମାବେଶ ଆଗାମୀ ଦିନେର ଓଡିଶାର ପାଗ ପରିବର୍ତ୍ତନର ଲକ୍ଷ୍ୟ ନେଇସାରିଛି । ତେଣୁ ଦୁର୍ନୀତିଗ୍ରସ୍ତ ତଥା ଅପାରଗ ବିଜେଡି ସରକାରକୁ ହଟାଇ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ସରକାର ଗଢିବାକୁ ଆହ୍ୱାନ ଦେଇଛନ୍ତି ଧର୍ମେନ୍ଦ୍ର ।
ଏହି ଅବସରରେ କନେଷ୍ଟବଳ ସଂଘର ଜିଲ୍ଲା ସଭାପତି ଗୌରୀଶଙ୍କର ମାଝୀ ଚାକିରି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସହିତ ବିଭିନ୍ନ ଦଳର କର୍ମୀ ବୁଲୁ ମହାପାତ୍ର, ଶ୍ରୀଧର ପାତ୍ର, ସୀମାଞ୍ଚଳ ପାତ୍ରଙ୍କ ସମେତ ୪୦ ଜଣ ବିଜେପିରେ ସାମିଲ ହୋଇଥିବା ସୂଚନା ମିଳିଛି । କାର୍ଯ୍ୟକ୍ରମ ଆରମ୍ଭରେ ହେଲିପ୍ୟାଡରୁ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ଏକ ବାଇକ୍‌ ରାଲିରେ ସଭାମଞ୍ଚ ନିକଟକୁ ଅଣାଯାଇଥିଲା । କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସି ପାତ୍ର, ମୃତ୍ୟୁଞ୍ଜୟ ଦାସ, ସୁବ୍ରତ ମିଶ୍ରଙ୍କ ସମେତ ବହୁ ଦଳୀୟ ନେତା ମଞ୍ଚାସୀନ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.