ଦୀର୍ଘ ବର୍ଷ ପରେ ମିଡିଆ ଆଗରେ ଏକାଠି ହେଲା ପୂରା ଦେଓଲ ପରିବାର, ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀ ପ୍ରକାଶ କୌର ଓ ସନ୍ନିଙ୍କ ପତ୍ନୀ ପୂଜାଙ୍କ ଫଟୋ ହେଲା ଭାଇରାଲ

ମୁମ୍ବାଇ,୨୦।୯: ଦେଓଲ ପରିବାରର ତୃତୀୟ ପୀଢି ଅର୍ଥାତ ସନ୍ନି ଦେଓଲଙ୍କ  ପୁଅ ଏବଂ ଧର୍ମେନ୍ଦ୍ରଙ୍କ ନାତି କରଣ ଦେଓଲଙ୍କ ଡେବ୍ୟୁ ଫିଲ୍ମ ‘ପଲ ପଲ ଦିଲ କେ ପାସ’ ବକ୍ସ ଅଫିସରେ ଆଜି ରିଲିଜ ହୋଇଛି। ତେବେ ଏହି ଫିଲ୍ମର ସ୍କ୍ରିନିଂ ଗତକାଲି ମୁମ୍ବାଇରେ  ରଖାଯାଇଥିଲା। ସବୁଠାରୁ ବଡ କଥା ହେଲା ଏହି ଫିଲ୍ମର ସ୍କ୍ରିନିଂରେ  ସାରା ଦେଓଲ ପରିବାରକୁ ଦେଖିବାକୁ ମିଳିଥିଲା। ଦୀର୍ଘ ବର୍ଷ ଧରି ମିଡିଆ ଠାରୁ ଦୂରେଇ ରହିଥିବା ସନ୍ନି ଦେଓଲଙ୍କ ପତ୍ନୀ ପୂଜା ଏବଂ ଧର୍ମେନ୍ଦ୍ରଙ୍କ ପତ୍ନୀ ପ୍ରକାଶ କୌରଙ୍କୁ ଦେଖିବାକୁ ମିଳିଥିଲରା।

ସନ୍ନି ଦେଓଲଙ୍କ ପତ୍ନୀ ପୂଜା ଦେଓଲ  କେବେ ବି ମିଡିଆ ସାମନାକୁ ଆସନ୍ତି ନାହିଁ। କିନ୍ତୁ ପୁଅର ଫିଲ୍ମର ସ୍କ୍ରିନିଙ୍ଗ ଅବସରରେ ତାଙ୍କୁ ଦେଖିବାକୁ ମିଳିଥିଲା। ପୂଜା ଦେଓଲ ବ୍ଲାକ୍ ସାର୍ଟ ସହ ବ୍ଲ୍ୟୁ କଲରର ଜିନସ ପିନ୍ଧିଥିଲେ। ସନ୍ନି ଏବଂ ପୂଜା ୧୯୮୪ମସିହାରେ ବିବାହ କରିଥିଲେ। ଉଭୟଙ୍କର ଦୁଇ ପୁଅ ହେଉଛନ୍ତି, କରଣ ଏବଂ ରାଜବୀର। ତେବେ ପୂଜା ସବୁବେଳେ ନିଜ ଶାଶୁ ପ୍ରକାଶ କୌରଙ୍କ ଭଳି ମିଡିଆଠାରୁ ଦୂରେଇ ରହୁଥିଲେ।

ଏବେ ପ୍ରକାଶ କୌର ଏବଂ ପୂଜାଙ୍କର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି। ଉଲ୍ଲେଖନୀୟ ଯେ, ଧର୍ମେନ୍ଦ୍ର ଏବଂ ପ୍ରକାଶ କୌରଙ୍କ ବିବାହ ୧୯୫୪ରେ ହୋଇଥିଲେ। ଦୁହିଁଙ୍କର ୪ ଜଣ ସନ୍ତାନ ରହିଥିବା ବେଳେ ସେମାନେ ହେଲେ ସନ୍ନି, ବବି ଏବଂ ଦୁଇଝିଅ ବିଜେତା ଓ ଅଜିତା।  ଧର୍ମେନ୍ଦ୍ର ଯଦିଓ ହେମାମାଳିନୀଙ୍କୁ ଦ୍ବିତୀୟ ବିବାହ କରିଛନ୍ତି କିନ୍ତୁ ପ୍ରଥମ ସ୍ତ୍ରୀଙ୍କ ସହ ହିଁ ଅଧିକ ସମୟ ରୁହନ୍ତି। ସେ ଦୁହିଁଙ୍କୁ ସମାନ ଭାବରେ ଭଲପାଆନ୍ତି।

ପ୍ରଥମ ଥର ପାଇଁ ଦେଓଲ ପରିବାର ମିଡିଆ ଆଗରେ ଏକାଠି ହେବା ଖୁବ୍ କମ୍ ଘଟଣା। ତେବେ କେବଳ କରନଙ୍କ ଡେବ୍ୟୁ ପାଇଁ ପୂରା ପରିବାର ଏକାଠି ହୋଇଥିଲା।  ନାତିର ପ୍ରଥମ ଫିଲ୍ମ ସ୍କ୍ରିନିଙ୍ଗରେ ଧର୍ମେନ୍ଦ୍ର ମଧ୍ୟ ଷ୍ଟାଇଲିସ୍ ଅନ୍ଦାଜରେ ନଜର ଆସିଥିଲେ। କିଛି ଦିନ ତଳେ ଧର୍ମେନ୍ଦ୍ର ମଧ୍ୟ ଫିଲ୍ମର ପ୍ରମୋସନ କରିଥିଲେ ଏବଂ ଅନେକ ଟେଲିଭିଜନ ଶୋରେ ପହଞ୍ଚିଥିଲେ। କେବଳ ସନ୍ନି ନୁହେଁ ତାଙ୍କର ସାନ ଭାଇ ବବି ଦେଓଲ ତାଙ୍କ ପତ୍ନୀ ତନୟା ଦେଓଲ ଓ ପୁଅ ଆର୍ୟମନ ଦେଓଲ ମଧ୍ୟ ଆସିଥିଲେ।

ପୁଅର ପ୍ରଥମ ଫିଲ୍ମର ନିର୍ଦେଶନା କରିଛନ୍ତି ନିଜେ ସନ୍ନି ଦେଓଲ। ସେ ମଧ୍ୟ କରନଙ୍କ ସହିତ ଅଭିନୟ କରିଛନ୍ତି। ଏବେ ଦେଖିବାର ଅଛି ରୋମାଣ୍ଟିକ ଡ୍ରାମା ଏହି ଫିଲ୍ମ ମାଧ୍ୟମରେ କରନ୍ ନିଜର ବାପା ଏବଂ ଜେଜେବାପାଙ୍କ ଭଳି ହିଟ୍ ହେଉଛନ୍ତି କି ନାହିଁ।

   ସମ୍ବନ୍ଧିତ ଖବର


ଷ୍ଟୁଡିଓ ବାହାରେ ବିନା ଫେସ୍‌ ମାସ୍କରେ ନଜର ଆସିଲେ ରଣବୀର ସିଂହ, ଫଟୋ ଭାଇରାଲ

ଷ୍ଟାଇଲିଶ୍‌ ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ‘ସର୍କସ’ ଫିଲ୍ମରେ କାମ କରିବେ ରଣବୀର

ଲଣ୍ଡନରେ ରହିବେ ଶାହାରୁଖ-କାଜୋଲ : ଜାଣନ୍ତୁ ଏହାର ମୁଖ୍ୟ କାରଣ

‘ପ୍ରେମ ଏଟିଏମ୍‌’ରେ ଚୁଲବୁଲି ନାୟିକା ‘ଲିପିକା’

ଅପ୍‌କମିଙ୍ଗ କମେଡି ଫିଲ୍ମ ‘ଲୁଡୋ’ର ଟ୍ରେଲର ରିଲିଜ୍

କ୍ୟାନସର ମୁକ୍ତ ହେଲେ ସଞ୍ଜୟ ଦତ୍ତ ! ଫୁସଫୁସ୍‌ ରୋଗକୁ ଦେଲେ ମାତ୍‌