PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ନବୀନଙ୍କୁ ଟାର୍ଗେଟ୍‌ କଲେ ଧର୍ମେନ୍ଦ୍ର, କାଳିଆ ଯୋଜନା କେବଳ ବାହାପିଆମି

ନୟାଗଡ଼,୨୭ା୩(ଆପ୍ର): ରାଜ୍ୟ ସରକାର ପ୍ରଣୟନ କରିଥିବା କାଳିଆ ଯୋଜନା କେବଳ ଭାଷଣ, ପ୍ରତିଶ୍ରୁତି ଓ ବାହାପିଆମି । କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ନବୀନ ବାବୁ କହିଥିଲେ । ଏହି ଯୋଜନାରେ ଚାଷୀଙ୍କୁ ପ୍ରତ୍ୟକ୍ଷ ଭାବେ ଟଙ୍କା ଦେବାକୁ କହିଲେ । କିନ୍ତୁ ବିକ୍ରମ ଆରୁଖଙ୍କ ଭାଇ, ସୁଶାନ୍ତ ସିଂହଙ୍କ ଭାଇ ଓ ନିରଞ୍ଜନ ପୂଜାରୀଙ୍କ ବାପା ଏହି ଯୋଜନାର ହିତାଧିକାରୀ ବୋଲି ସମାଲୋଚନା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୁଧବାର ନୟାଗଡ଼ରେ ବିଜେପିର ପ୍ରଚାର ଆରମ୍ଭ କରିବା ଅବସରରେ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । କାଳିଆ ଯୋଜନାରେ ୩୬ ଲକ୍ଷ ଚାଷୀଙ୍କୁ ଟଙ୍କା ଦିଆଯାଇଥିବା ଏକ ପ୍ରହସନ । ନବୀନ ବାବୁ ୩୬ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ଯୋଡ଼ିଲେ ବୋଲି ଦାବି କରୁଥିବା ବେଳେ ତାଲିକା କାହିଁକି ସାର୍ବଜନୀନ କରିନାହାନ୍ତି ବୋଲି ସେ ପ୍ରଶ୍ନ କରିଥିଲେ ।

ଧର୍ମେନ୍ଦ୍ର ଆହୁରି କହିଥିଲେ ଯେ, ବିଜେଡି ଚିଟ୍‌ଫଣ୍ଡ ସର୍ଦ୍ଦାରମାନଙ୍କ ଦଳ । ଚିଟ୍‌ଫଣ୍ଡ କେଳେଙ୍କାରୀରେ ଗରିବ ଓଡ଼ିଆ ଲୋକମାନଙ୍କର ରକ୍ତ ଶୋଷିଥିବା ମୁଖିଆମାନେ ହେଲେ ବିଜେଡିର ନେତା । ନୟାଗଡ଼ ଖେଳ ପଡ଼ିଆରେ ବିଜେପିର ନିର୍ବାଚନୀ ସଭା ଆୟୋଜନ କରାଯାଇଥିଲା । ଏହି ଅବସରରେ ଧର୍ମେନ୍ଦ୍ର ବିଜେଡି ସରକାର ସମୟରେ ହୋଇଥିବା ବିଭିନ୍ନ ଦୁର୍ନୀତି ଉପରେ ଆଲୋକପାତ କରିଥିଲେ । ରାଜ୍ୟରେ ବିଜେପି ସରକାରକୁ ଆସିଲେ ଛବି ବର୍ଦ୍ଧନ ହତ୍ୟାକାରୀକୁ ନୟାଗଡ଼ ଜେଲକୁ ପଠାଯିବ । ସେହିଭଳି ନୟାଗଡ଼ର ମହିଷାସୁରକୁ ବଧ କରିବା ପାଇଁ ଦୁଇ ଦୁର୍ଗା ଆସୁଛନ୍ତି ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଇଲା ମନ୍ତ୍ରୀ ଥିବା ବେଳେ ଏକ ଭୂତ କମ୍ପାନିକୁ କୋଇଲା ଖଣି ଆବଣ୍ଟନ କରିଛନ୍ତି । ଖଣି ପାଇବାର ବର୍ଷକ ପରେ ଏହି କମ୍ପାନି ପଞ୍ଜିକୃତ ହୋଇଥିଲା । ୨୦୧୪ ମାର୍ଚ୍ଚ ମାସରେ ଏହା ଉପରେ ସିବିଆଇ କେସ୍‌ ଦାୟର କରିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ନବୀନ ବାବୁ ନିର୍ବାଚନ ସତ୍ୟପାଠରେ ଏକଥା ପ୍ରକାଶ କରିନାହାନ୍ତି । ଏହାର ଉତ୍ତର ତାଙ୍କୁ ଦେବାକୁ ପଡ଼ିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ।

ଗତ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନୟାଗଡ଼ ଆସି ମହିଳାଙ୍କୁ ସଶକ୍ତକରଣ କରିଥିବା କହିଥିଲେ । କିନ୍ତୁ ନୟାଗଡ଼ର ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ସ୍ୱାମୀ ତଥା ପୂର୍ବତନ କନ୍ଧମାଳ ସାଂସଦ କୁମାର ହେମେନ୍ଦ୍ର ଚନ୍ଦ୍ର ସିଂଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ ନ କରିବା କ’ଣ ନାରୀ ସଶକ୍ତକରଣ କି ବୋଲି ପ୍ରଶ୍ନ କରିଥିଲେ । ଏହି ଅବସରରେ ଧର୍ମେନ୍ଦ୍ର ସ୍ୱର୍ଗତ ହେମେନ୍ଦ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ସଭାରେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ, ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ୍‌ ପାତ୍ର, ନୟାଗଡ଼ ବିଧାୟକ ପ୍ରାର୍ଥିନୀ ଇରାନୀ ରାୟ ଉପସ୍ଥିତ ଜନସାଧାରଣଙ୍କୁ ଭୋଟ ଭିକ୍ଷା କରିଥିଲେ ।