ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଜବାବ: ମେ’ରେ ଜଣାପଡ଼ିବ କିଏ କେତେ ଆସନ ଜିତୁଛି

ଭୁବନେଶ୍ୱର,୨୪ା୩(ବ୍ୟୁରୋ): ଆସନ୍ତା ନିର୍ବାଚନରେ ବିଜେଡି କ୍ଲିନ୍‌ ସୁଇପ୍‌ କରିବ । ୨୧ଟି ଯାକ ଲୋକସଭା ଆସନ ପୋଛେିନବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୋଟ ପ୍ରଚାରରେ ଏମିତି ଦମ୍ଭ ବାଢ଼ିବା ପରେ ଏହାର ପାଲଟା ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ମେ’ ଶେଷ ସପ୍ତାହ ଭୋଟ ଗଣତି ପରେ ଜଣାପଡ଼ିବ କିଏ କେତେ ଆସନ ପାଇବ । ଆମେ କନ୍ତିୁ ନଶ୍ଚିତି ରାଜ୍ୟବାସୀ ଆମକୁ ୨୧ ଆସନରେ ଜିତାଇବେ ।

ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାବାସୀ ମୋଦିଙ୍କ ଉପରେ ଭରସା କରିଛନ୍ତି । ମୋଦଙ୍କି ବକିାଶ ଏଜେଣ୍ଡାକୁ ଗ୍ରହଣ କରଛନ୍ତି । ତେଣୁ ବିଜେପି ନିଶ୍ଚୟ ଭଲ କରିବ । ନବୀନ ବାବୁ କଂଗ୍ରେସ ଭଳି କଥା କହୁଛନ୍ତି । କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମଳିବନି ବୋଲି କହିଛନ୍ତି । କଂଗ୍ରେସ ମଧ୍ୟ କହୁଛି, କେନ୍ଦ୍ରରେ ଦୁର୍ବଳ ସରକାର ଆସିବ । ମେଣ୍ଟ ସରକାର ହେବ । ଉଭୟ ରାହୁଲ ଓ ନବୀନଙ୍କର ପରାମର୍ଶଦାତା ଜଣେ । ସେ ହେଉଛନ୍ତି, ସାମ୍‌ ପିଟ୍ରୋଡ଼ା । ତେଣୁ ନବୀନ କଂଗ୍ରେସ କଥାକୁ ଦୋହରାଉଛନ୍ତି । ଧର୍ମେନ୍ଦ୍ର କହିଲେ, ଭାରତ ପାକିସ୍ତାନର ଆତଙ୍କବାଦୀ ଶିବିର ଉପରେ କରିଥିବା ଆକ୍ରମଣକୁ ପିଟ୍ରୋଡ଼ା ବିରୋଧ କରିଥିଲେ । ଏଭଳି ବ୍ୟକ୍ତିଙ୍କ ସ୍ୱରରେ ସ୍ୱର ମିଳାଇଛନ୍ତି, ରାହୁଲ ଓ ନବୀନ । ସେ କହିଥିଲେ, ଜଣେ କୁହାଳିଆ ନେତା ଦୁଇଦିନ ତଳେ କହିଥିଲେ, ବିଜେପି ଟିକେଟ୍‌ କୁଆଡ଼େ ଗଲା । ବିଜେଡ଼ି ଟିକେଟ୍‌ ବାଣ୍ଟି ନଥିଲେ ବିଜେପି ବାଣ୍ଟି ପାରିନଥାନ୍ତା ବୋଲି କହିଥିଲେ । କିନ୍ତୁ ଏବେ ବିଜେଡ଼ି ପରିସ୍ଥିତି କ’ଣ ହୋଇଛି ।

ଧର୍ମେନ୍ଦ୍ର କହିଥିଲେ, ଓଡ଼ିଶା ବିଜେଡ଼ି ସାଂସଦମାନେ ସଂସଦରେ ରାଜ୍ୟ କଥା ନଉଠାଇ ପ୍ରତିରକ୍ଷା ଦଲାଲ ମିଶେଲ୍‌ ମାମାରଙ୍କ ଭୋଜି ଖାଉଛନ୍ତି । ଓଡିଆ ଲୋକ ଉପରକୁ ଉଠନ୍ତୁ ନବୀନ ଚାହୁଁନାହାନ୍ତି । ଭର୍ତ୍ତୃହରି ମହତାବଙ୍କୁ ଅର୍ଥ ସଂସଦୀୟ କମଟିି ଅଧ୍ୟକ୍ଷ ପଦବୀ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ମିଳୁ ବୋଲି ନବୀନ ଚାହିଁଲେନି । ନବୀନ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି । ଧର୍ମେନ୍ଦ୍ର କହିଥିଲେ, ବିକାଶକୁ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ତେଣୁ ବିଜେପି ଉଭୟ ରାଜ୍ୟ ଓ କେନ୍ଦ୍ରରେ ନିଜ ଦମରେ ସରକାର ଗଢ଼ିବା ନିଶ୍ଚିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

   ସମ୍ବନ୍ଧିତ ଖବର


ବିହାର ନିର୍ବାଚନରେ ବିଜେପିର ୧୧ବଡ ଘୋଷଣା; ଜାଣନ୍ତୁ ବିହାରବାସୀଙ୍କ ପାଇଁ ସଙ୍କଳ୍ପ ପତ୍ରରେ ରହିଛି କଣ…

ରାଜ୍ୟରେ ଆଖି ବୁଜିଲେ ଆଉ ୧୫ ଜଣ ଆକ୍ରାନ୍ତ: ମୃତ୍ୟୁସଂଖ୍ୟା ୧୧୯୬କୁ ବୃଦ୍ଧି

ଦିନକରେ ଓଡ଼ିଶାରେ ୧୯୧୩ ଜଣ କରୋନା ପଜିଟିଭ‌ ଚିହ୍ନଟ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୬ ହଜାର ଡେଇଁଲା

୨୦୨୧ରେ ୨୯ ଦିନ ସରକାରୀ ଛୁଟି, କର୍ମଚାରୀଙ୍କ ୯ଟି ଛୁଟି ବେକାର ଯିବ

ହାଇଦ୍ରାବାଦ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ନବୀନ: ୫ କୋଟି ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରାଜନୀତିର ‘ଚାଣକ୍ୟ’ ଅମିତ ଶାହଙ୍କ ୫୬ ତମ ଜନ୍ମଦିନ, ଶୁଭେଚ୍ଛା ଜଣାଇବ ସହ ଦୀର୍ଘାୟୁ କାମନା କଲେ ପ୍ରଧାନମନ୍ତ୍ରୀ ମୋଦି