‘କେବଳ ମୁଁ ହିଁ ତାଙ୍କୁ ହଇରାଣ କରିପାରିବି…’ ଧୋନୀଙ୍କ ନାଁରେ ସାକ୍ଷୀ ଖୋଲିଲେ ଏମିତି ରାଜ୍‌‌…

ମୁମ୍ବାଇ ୨୨।୧୧ : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ନିଜର ଶାନ୍ତ ସ୍ବଭାବ ଏବଂ ଶାନ୍ତ ପ୍ରକୃତି ପାଇଁ ଜଣାଶୁଣା । ପଡ଼ିଆରେ ଅତି କଠିନରୁ କଠିନ ପରିସ୍ଥିତିରେ ମଧ୍ୟ ସେ ନିଜର କ୍ରୋଧ ହରାନ୍ତି ନାହିଁ ଏବଂ ପରିସ୍ଥିତିକୁ ନିଜ ସପକ୍ଷକୁ ନିଅନ୍ତି । ତେବେ ତାଙ୍କ ପତ୍ନୀ ସାକ୍ଷୀଙ୍କ କହିବା ଅନୁଯାୟୀ, ଧୋନି ତାଙ୍କ କାରଣରୁ ନିଜ କ୍ରୋଧକୁ ନିୟନ୍ତ୍ରଣ କରିବାରେ ଅସମର୍ଥ।

ଏହି ସପ୍ତାହରେ ସାକ୍ଷୀ ତାଙ୍କର ୩୨ ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ସମୟରେ ସାକ୍ଷୀ ଟ୍ୱିଟରେ ଏକ ଭିଡିଓ ଟ୍ୱିଟ କରିଛନ୍ତି। ଏଥିରେ ସାକ୍ଷୀ ଅନେକ ପ୍ରଶ୍ନର ଉତ୍ତର ଦେବା ସହିତ ଧୋନି ଏବଂ ତାଙ୍କ ପରିବାର ସହିତ ଜଡିତ ଅନେକ କଥା ଖୁଲାସା କରିଛନ୍ତି।

ସାକ୍ଷୀ କହିଛନ୍ତି କି, ସେ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ ଧୋନିଙ୍କୁ କ୍ରୋଧିତ କରିପାରିବେ। ସେ ଆହୁରି କହିଛନ୍ତି ଯେ, ‘ମୁଁ ହିଁ କେବଳ ଜଣେ, ଯିଏ ତାଙ୍କୁ ହଇରାଣ କରିପାରିବି। ସେ ସବୁ ମାମଲାରେ ଶାନ୍ତ କିନ୍ତୁ ମୁଁ ହିଁ ଏକମାତ୍ର ଯିଏ ତାଙ୍କୁ ଉସକେଇ ପାରେ, କାରଣ ମୁଁ ତାଙ୍କର ଅତି ନିକଟତର ଅଟେ। ଶୁଣନ୍ତୁ ଏହି ଭିଡ଼ିଓରେ କର୍ଣ କହୁଛନ୍ତି ସାକ୍ଷୀ…..

ସାକ୍ଷୀ ତାଙ୍କ ଝିଅ ଜୀଭାଙ୍କୁ ନେଇ ମଧ୍ୟ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ସେ କେବଳ ତାଙ୍କ ପିତାଙ୍କ କଥା ଶୁଣନ୍ତି। ସାକ୍ଷୀ କହିଛନ୍ତି ଯେ, ଖାଦ୍ୟ ଖାଇବା ପାଇଁ ମୋତେ ଅନେକ ଥର ଜୀଭାଙ୍କୁ ଡାକିବାକୁ ପଡ଼େ କିନ୍ତୁ ମାହି ଥରେ କହିଲେ ସେ ଶୁଣିଥାଏ।

   ସମ୍ବନ୍ଧିତ ଖବର


ଓସିଏର ନୂଆ ଚୟନ କମିଟିର ଅଧ୍ୟକ୍ଷ ହେଲେ ପ୍ରଭଞ୍ଜନ ମଲ୍ଲିକ

ଭାରତର ଅଷ୍ଟ୍ରେଲିଆ ଗସ୍ତ: ଆଜି ପ୍ରଥମ ଦିନିକିଆ ସିରିଜ୍

ସାନିଆ ମିର୍ଜା ମାତୃତ୍ୱ ଲାଭ କରିବା ପରେ ପୁଣି ସେ କୋର୍ଟକୁ ଫେରିବେ

ଆର୍ଜେଣ୍ଟିନାର ଏହା ହେଉଛି ସେହି ସ୍ଥାନ ଯେଉଁଠି ମାରାଡୋନାଙ୍କ ମୃତ୍ୟୁ ପରେ କେହି କାନ୍ଦିଲେନି, ଉତ୍ସବ ପାଳିଲେ

ଗୋଆରେ ପ୍ରତିଷ୍ଠା ହେବ ଫୁଟବଲ କିମ୍ବଦନ୍ତୀ ମାରାଡୋନାଙ୍କ ବିଶାଳ ପ୍ରତିମା, ଜାଣନ୍ତୁ କେତେ ରହିବ ଓଜନ…

ମାରାଡୋନାଙ୍କ ବିଷୟରେ କିଛି ଅଜଣା କଥା: ଭାଇ ଦେଇଥିବା ଫୁଟବଲକୁ ୬ ମାସ ପର୍ଯ୍ୟନ୍ତ ପାଖରେ ରଖି ଶୋଉଥିଲେ,ଜାଣନ୍ତୁ ଗୋଲ୍ ଅଫ୍ ଦ ସେଞ୍ଚୁରି ବିଷୟରେ…