କ୍ରିକେଟ ପରେ ଏବେ ଫିଲ୍ମ ଦୁନିଆକୁ ଆସିବେ ଧୋନି, ସାଥ୍ ଦେବେ ପତ୍ନୀ ସାକ୍ଷୀ

ନୂଆଦିଲ୍ଳୀ,୧।୧୦: କ୍ରିକେଟ୍ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଖେଳ ଦୁନିଆରେ ସଫଳତାର ଶୀର୍ଷରେ ରହିଛନ୍ତି। କ୍ରିକେଟ ମଇଦାନରେ ନିଜର ଅଧିନାୟକତ୍ବ  ଓ ହେଲିକପ୍ଟ ସଟ୍ ଦ୍ବାରା ଲୋକଙ୍କ ହୃଦୟ ଜିଣିବା ପରେ ଏବେ ମନୋରଞ୍ଜନ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ତେବେ ଅଭିନେତା   ନୁହେଁ ଫିଲ୍ମ ନିର୍ମାତା ଭାବରେ ଏକ ଓ୍ବେବସିରିଜ୍ ତିଆରି କରିବେ କ୍ୟାପଟେନ୍ କୁଲ୍ ଧୋନି।  ତାଙ୍କର ଘରୋଇ ପ୍ରଡକ୍ସନ କମ୍ପାନୀ ‘ଧୋନି ଏଣ୍ଟରଟେନମେଣ୍ଟ’ର ବ୍ୟାନରରେ ଏହି ଓ୍ବେବ ସିରିଜ୍ କାମ  ଦ୍ରୃତ ଗତିରେ ବଢିବାରେ ଲାଗିଛି। କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ତାଙ୍କର ପତ୍ନୀ ସାକ୍ଷୀ ଧୋନି ରହିଛନ୍ତି। ସୋସିଆଲ ମିଡିଆରେ ସାକ୍ଷୀ ନିଜ କମ୍ପାନୀର ପ୍ରୋଜେକ୍ଟ ଉପରେ ବିସ୍ତାରିତ ଭାବରେ ଚର୍ଚ୍ଚା କରିଥିଲେ।

ସାକ୍ଷୀ କହିଛନ୍ତି, ହଟଷ୍ଟାର ସ୍ପେଶାଲ ’ଶେର କି ଦହାଡ୍’ (Roar of the Lion) ପରେ ଏକ ଅଣ-ପ୍ରକାଶିତ ବହି ଉପରେ କାମ କରିବାକୁ ଯାଉଛନ୍ତି। ଏବେ ଏକ ଓ୍ବେବସିରିଜ୍ ତିଆରି କରିବାକୁ ଯାଉଛି। ବହିରେ ରହସ୍ୟମୟୀ ଅଘୋରୀର କାହାଣୀ ରହିଛି, ଯାହାକି ,ଏକ ସୁଦୁରବର୍ତ୍ତୀ ଆଇଲ୍ୟାଣ୍ଡରେ ସବୁପ୍ରକାର ଅତ୍ୟାଧୁନିକ ସୁବିଧା ସହିତ ରହୁଛି।  ଅର୍ଥାତ Mythological sci-fi story ଉପରେ କାମ ଚାଲିଛି।  ସାକ୍ଷୀ ନିଜର ଅଫିସିଆଲ ଟୁଇଟର ଆକାଉଣ୍ଟରେ ଲେଖିଛନ୍ତି ‘ଆମକୁ  ଆପଣଙ୍କ ଭଲ ପାଇବା ଓ ପ୍ରାର୍ଥନା ଦରକାର।

କୁହାଯାଉଛି ଯେ, ଏହି ସିରିଜ୍ ପାଇଁ ଷ୍ଟାରକାଷ୍ଟଙ୍କର ସନ୍ଧାନ ଜାରି ରହିଛି। ଏବେ ଏ ବିଷୟରେ ବିଚାର ହେବାର ଅଛି ଏହି ସିରିଜକୁ ସୁଟ୍ କେଉଁଠି କରାଯିବ। ଉଲ୍ଲେଖନୀୟ ଯେ, ଧୋନୀଙ୍କ ପୂର୍ବରୁ ବହୁ ଭାରତୀୟ କ୍ରିକେଟର ଫିଲ୍ମ ଜଗତରେ କାମ କରିସାରିଛନ୍ତି। ସେମାନଙ୍କ ଭିତରେ ବିନୋଦ କାମ୍ବଲି, ଅଜୟ ଜାଡେଜାଙ୍କ ଭଳି ବହୁ ଖେଳାଳିଙ୍କ ନାଁ ରହିଛି। ତେବେ ଏହି ଖେଳାଳିମାନେ ମନୋରଞ୍ଜନ ଦୁନିଆରେ ବିଶେଷ ସଫଳତା ପାଇନଥିଲେ।

   ସମ୍ବନ୍ଧିତ ଖବର


ଆଫଗାନିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୨ ପୋଲିସ କର୍ମଚାରୀ ମୃତ

ଜମ୍ମୁ କଶ୍ମୀର ପୁଲଓ୍ବାମାରେ ଏନକାଉଣ୍ଟର, ଟଳିଲେ ଦୁଇ ଆତଙ୍କବାଦୀ …

ଆଜି ଜନ୍ମଦିନ: କ୍ରିକେଟ ଖେଳିବାକୁ ମନା କରିଥିଲେ ବାପା, ପୁଅ ହେଲା ଭାରତର ଷ୍ଟାର କ୍ରିକେଟର

ଷ୍ଟାଇଲିଶ୍‌ ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ‘ସର୍କସ’ ଫିଲ୍ମରେ କାମ କରିବେ ରଣବୀର

ଏଥର ପାର୍ବଣକୁ ଭିଜାଇବ ବର୍ଷା ! ଆସନ୍ତା ୨୮ ଯାଏଁ ବର୍ଷା ଆଶଙ୍କା

ଲଣ୍ଡନରେ ରହିବେ ଶାହାରୁଖ-କାଜୋଲ : ଜାଣନ୍ତୁ ଏହାର ମୁଖ୍ୟ କାରଣ