ପ୍ରମୁଖ ଖବର
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଝିଅକୁ ୬ଭାଷାରେ ଧୋନି ପଚାରିଲେ ହାଲ୍ ଚାଲ୍, ଜିଭା ଦେଲେ ଏଭଳି ମଜାଳିଆ ଉତ୍ତର

ନୂଆଦିଲ୍ଲୀ,୨୫।୩:ଇଣ୍ଡିଆନ୍ ପ୍ରିମିୟର ଲଇନ୍ (ଆଇପିଏଲ)ର ୧୨ତମ ସିଜିନର ପ୍ରଥମ ମ୍ୟାଚ୍ ଗତକାଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ ୭ ଓ୍ବିକେଟରେ ହରାଇବା ପରେ ବର୍ତମାନର ଚମ୍ପିଆନ୍ ଚେନ୍ନାଇ ସୁପର କିଙ୍ଗସ୍(ସିଏସକେ)ର କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀ ଆସନ୍ତା ୨୬ରେ ଦିଲ୍ଲୀ କ୍ୟାପିଟଲ୍ସ ସହିତ ଲଢେଇ କରିବାକୁ ଯାଉଛନ୍ତି। ଆଇପିଏଲର ବିଜି ସିଡ୍ୟୁଲ ଭିତରେ ମଧ୍ୟ ଧୋନି ନିଜର ପରିବାର ଲୋକଙ୍କ ସହିତ ସମୟ ବିତାଇବାକୁ ଭୁଲୁନାହାଁନ୍ତି। ପତ୍ନୀ ସାକ୍ଷୀ ଏବଂ ଝିଅ ଜିଭା ମଧ୍ୟ ତାଙ୍କ ସହ ଅଛନ୍ତି।  ଜିଭାଙ୍କର ଏକ ଭିଡିଓ ଏବେ ଧୋନି ସେୟାର କରିଛନ୍ତି। ଯେଉଁଥିରେ ଜିଭାଙ୍କୁ ଧୋନି ୬ଟି ଭାଷାରେ ତାଙ୍କର ହାଲଚାଲ ପଚାରିଥିଲେ। ଏହାର ଉତ୍ତର ଜିଭା ତାମିଲ, ବଙ୍ଗାଳି, ଗୁଜରାଟୀ, ଭୋଜପୁରୀ, ପଞ୍ଜାବୀ ଓ ଉର୍ଦ୍ଧୁରେ ଭାଷାରେ  ଉତ୍ତର ଦେଇ କହୁଛନ୍ତି ’ମୁଁ ଠିକ୍ ଅଛି।’  

wp:html
/wp:html

ଏହି ମଜାଦାର ଭିଡିଓଟିକୁ ଧୋନି ତାଙ୍କର ଅଫିସିଆଲ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି। ଧୋନିଙ୍କ ପ୍ରଶଂସକ ଜିଭାଙ୍କର ଏହି ଭିଡିଓକୁ ବେଶ୍  ପସନ୍ଦ କରିଛନ୍ତି। ଉଲ୍ଲେଖନୀୟ ଯେ, ୨୦୧୫ ଫେବୃଆରୀ ୬ରେ ଧୋନିଙ୍କ ଝିଅ ଜିଭାଙ୍କର ଜନ୍ମ ହୋଇଥିଲା। ସେତେବେଳେ ଧୋନି ଟିମ୍ ଇଣ୍ଡିଆ ସହିତ ଅଷ୍ଟେ୍ରଲିଆ ଗସ୍ତରେ ଥିଲେ। ଯେଉଁ ସମୟରେ ସାକ୍ଷୀ ଜିଭାଙ୍କୁ ଜନ୍ମ ଦେଇଥିଲେ, ଧୋନୀ ସେତେବେଳେ ଟିମ୍ ମିଟିଂରେ ଥିଲେ ଏବଂ ନିଜର ଫୋନ୍ ଦେଖି ନଥିଲେ। ସେତେବେଳେ ସାକ୍ଷୀ ସୁରେଶ ରୈନାଙ୍କୁ ମେସେଜ୍ କରିଥିଲେ ‘ମାହି ବାପା ହୋଇଯାଇଛନ୍ତି, ତାଙ୍କୁ କୁହନ୍ତୁ ଫୋନ୍ ଉଠାଇବେ।’।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.