PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ, ହସ୍ପିଟାଲରେ ଭର୍ତ୍ତି
  • ||
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ବଲାଙ୍ଗୀର ଓ ସୁବର୍ଣ୍ଣପୁର ବିଜୟ ସଙ୍କଳ୍ପ ସଭାରେ ଧର୍ମେନ୍ଦ୍ର: ଖଣି, ଚିଟ୍‌ଫଣ୍ଡ ଦଲାଲ୍‌ଙ୍କୁ ଜେଲ୍‌ ପଠାଇବାକୁ ଏଥର ଭୋଟ୍‌

ଭୁବନେଶ୍ୱର,୧୨ ।୪(ବ୍ୟୁରୋ): ଓଡ଼ିଶାର ଚାବିକାଠି ଖଣି ମାଫିଆମାନଙ୍କ ପାଖରେ ଅଛି । ଖଣି ଦଲାଲ ଓ ଚିଟଫଣ୍ଡ ଦଲାଲ ଓଡ଼ିଆ ଲୋକଙ୍କ ସମ୍ପତ୍ତିକୁ ଲୁଟ୍‌ କରି ରଖିଛନ୍ତି । ଏଥର ନିର୍ବାଚନରେ ଏପ୍ରକାର ଲୋକଙ୍କୁ ଜେଲ ପଠାଇବା ପାଇଁ ଭୋଟ ହେବ ବୋଲି ବଲାଙ୍ଗୀର, କଣ୍ଟାବାଞ୍ଝି ଏବଂ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରଠାରେ ଆୟୋଜିତ ବିଜେପିର ବିଜୟ ସଙ୍କଳ୍ପ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି ।
ସେହିପରି ଓଡ଼ିଶାରେ ବିଜେପି ସରକାର ହେଲେ ୨୦୨୨ ସୁଦ୍ଧା କ’ଣ ସବୁ କାର୍ଯ୍ୟ କରାଯିବ ସେ ଉପରେ କହିଥିଲେ ସମସ୍ତ ଗରିବଙ୍କୁ ସ୍ଥାୟୀ ପଟ୍ଟା ଓ ପକ୍କା ଘର ଦିଆଯିବ । ୧ ଲକ୍ଷ କୋଟି ଟଙ୍କାରେ ୫ ବର୍ଷ ପାଇଁ ଜଳ ସେଚନର ବ୍ୟବସ୍ଥା କରାଯିବ । ଯୁବକ ଓ ଯୁବତୀମାନଙ୍କୁ ରୋଜଗାର ଦେବା ସହ ଚାଷୀମାନଙ୍କୁ ବିନା ସୁଧରେ ଋଣ, ଝିଅଙ୍କ ଉଚ୍ଚଶିକ୍ଷା ପାଇଁ ସୁଭଦ୍ରା ଯୋଜନାରେ ଦଶମ ଶ୍ରେଣୀରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଛାତ୍ରୀଙ୍କୁ ୫୦ ହଜାର ଟଙ୍କା ପ୍ରଦାନ, ଏସ୍‌ଏଚ୍‌ଜି ମହିଳାଙ୍କ ଋଣ ଛାଡ ସହ ବିନା ସୁଧରେ ଋଣ ପ୍ରଦାନ କରାଯିବ, ସବୁ ଜିଲ୍ଲାକୁ ରେଳ ଲାଇନ ସହ ସଂଯୋଗ ହେବ, ସୋନପୁର ଜିଲ୍ଲା ସମେତ ସବୁ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ, ଓଡ଼ିଶାରେ ପଛୁଆ ଅଞ୍ଚଳର ବିକାଶ ପାଇଁ ପାଣ୍ଠି କରାଯିବ, ଚିଟଫଣ୍ଡ ଅଭିଯୁକ୍ତଙ୍କୁ ଜେଲ ପଠାଯିବ ବୋଲି ଶ୍ରୀ ପ୍ରଧାନ ଘୋଷଣା କରିଥିଲେ ।
ଶ୍ରୀ ପ୍ରଧାନ କହିଛନ୍ତି, ଦୀର୍ଘ ୧୯ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନ ଦାୟିତ୍ୱରେ ରହିବା ପରେ ମଧ୍ୟ ବଲାଙ୍ଗୀର ଓ କଣ୍ଟାବାଞ୍ଝିରେ ଶୁଦ୍ଧ ପିଇବା ପାଣି ନାହିଁ । ସୁକତେଲ ନଦୀର ଜଳ ଜିଲ୍ଲାକୁ ପହଞ୍ଚି ପାରିନାହିଁ, ଅଙ୍ଗ ନଦୀର ଜଳସେଚନ ପ୍ରକଳ୍ପ ହୋଇନାହିଁ, ଶିକ୍ଷକ ନାହାଁନ୍ତି, ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ମିଳୁନାହିଁ, ଯୁବକ କାମ ନ ପାଇ ରାୟପୁର ଓ ଗୁଜୁରାଟକୁ କାମ କରିବାକୁ ଯାଉଛି । ସେ ଆହୁରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିସି ଷ୍ଟପ୍‌ କଥା କହୁଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଶୌଚାଳୟ ପାଇଁ ହଜାର ହଜାର ଟଙ୍କା ଆସୁଥିବା ବେଳେ ବିନା ପିସିରେ କାମ ହେଉନାହିଁ । ମୋଦି ସରକାର ଆୟୁଷ୍ମାନ ଭାରତ ଯୋଜନାରେ ଗରିବ ଲୋକଙ୍କ ଚିକିତ୍ସା ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଦେବାର ବ୍ୟବସ୍ଥା କଲେ । ଚାଷୀଙ୍କୁ ଆର୍ଥିକ ସହାୟତା ନିମନ୍ତେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ବର୍ଷକୁ ୬ ହଜାର ଟଙ୍କା ବ୍ୟବସ୍ଥା କଲେ । ମାତ୍ର ଏହି ଦୁଇଟି ବ୍ୟବସ୍ଥା ନବୀନ ବାବୁ ଲାଗୁ କଲେ ନାହିଁ । ପିଏମ୍‌ କିଷାନ ଯୋଜନାରେ ଓଡ଼ିଶାର ଲାଭାନ୍ୱିତ ହେବାକୁ ଥିବା ଚାଷୀଙ୍କ ତାଲିକା ପଠାଇଲେ ନାହିଁ । ଏହାସହ ଶ୍ରୀ ପ୍ରଧାନ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ଓଡ଼ିଶାରେ ମୋଦିଙ୍କ ଡବଲ ଇଞ୍ଜିନର ସରକାର ଆଣିବାକୁ ଆହ୍ୱାନ କରିଛନ୍ତି ।

ସମ୍ବନ୍ଧିତ ଖବର