ଘରେ ଏକୁଟିଆ ପାଇ ଝିଆରୀକୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ କକା ଗିରଫ

ଭୁବନେଶ୍ୱର,୧୫/୫: ଝିଆରୀକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ପୁଲିସ୍‌ ଅଭିଯୁକ୍ତ କକାଙ୍କୁ ଗିରଫ କରିଛି । ତାଙ୍କ ନାମ ମିଲନ କୁମାର ପଟ୍ଟନାୟକ (୪୨) । ଘର ବରମୁଣ୍ଡା ନୀଳକଣ୍ଠେଶ୍ୱର ମାର୍ଗ ।

ସୂଚନା ମୁତାବିକ, ମଙ୍ଗଳବାର ସନ୍ଧ୍ୟାରେ ମିଲନଙ୍କ ଝିଆରୀ ଘରେ ଏକୁଟିଆ ଥିଲେ । ଏହାର ସୁଯୋଗ ନେଇ ମିଲନ୍‌ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଝିଅର ପାଟି ଶୁଣି ମା’ ଚାଲି ଆସିବାରୁ ମିଲନ୍‌ ସେଠାରୁ ଫେରାର୍‌ ହୋଇ ଯାଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା । ମିଲନଙ୍କୁ ଗତକାଲି ରାତିରେ ପୁଲିସ ଗିରଫ କରିଥିଲା । ଆଜି ତାଙ୍କୁ ପୋକ୍‌ସୋ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

   ସମ୍ବନ୍ଧିତ ଖବର


ହ୍ୱାଟସ୍‌ଆପ୍‌ରେ ଗହଣା ପିନ୍ଧି ଡିପି ରଖିଥିଲା ମାଆ- ଧରା ହେଲା ଡକାୟତ ପୁଅ

ପ୍ରଧାନମନ୍ତ୍ରୀ ମୋଦି ଶୁଭାରମ୍ଭ କଲେ ଭାରତର ପ୍ରଥମ ସି-ପ୍ଲେନ୍ ସେବା, ଜାଣନ୍ତୁ ଏହାର ବିଶେଷ୍ବତ

ଅଦଭୁତ ମଣିଷ; ପାଖରେ ଗୁଟ୍‌ଖା ନଥିବାରୁ ଚେନ୍‌ ଟାଣି ଟ୍ରେନ୍ ଆଟକାଇଦେଲା ଯାତ୍ରୀ, ଆରପିଏଫ କାଟିଲା ଚାଲାଣ…

ଇତିହାସ ରଚିଲେ ହରପ୍ରୀତ ସିଂ, ଇଣ୍ଡିଆନ ଏୟାରଲାଇନ୍ସର ପ୍ରଥମ ମହିଳା ସିଇଓ ନିଯୁକ୍ତ

ନଭେମ୍ବର ମାର୍ଗଦର୍ଶିକା ଜାରି: ଟ୍ୱିନ୍‌ ସିଟିରେ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ

ଏରିଆ ଅଧିକ ଦାୟିତ୍ବ ବେଶି, କିନ୍ତୁ ତେଲ ସରିଯିବା ଭୟରେ କମିଛି ପିସିଆର୍ ପାଟ୍ରୋଲିଂ: ପୋଲିସ ଗାଡି ନଦେଖି ବଢ଼ିଛି ଅପରାଧୀଙ୍କ ସାହସ