ସେପ୍ଟେମ୍ବର ୨୦ରେ ମିଳିବ ଭାରତକୁ ପ୍ରଥମ ରାଫେଲ ଯୁଦ୍ଧବିମାନ

ନୂଆଦିଲ୍ଲୀ ୨୨/୮ : ପାକିସ୍ତାନ ସହିତ କାଶ୍ମୀର ପ୍ରସଙ୍ଗକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲାବେଳେ ଭାରତ ନିଜ ବାୟୁସେନାର ଶକ୍ତି ବଢ଼ାଇବାକୁ ଯାଉଛି । ଆସନ୍ତା ମାସ ୨୦ ତାରିଖରେ ଭାରତକୁ ଫ୍ରାନ୍ସ ପ୍ରଥମ ରାଫେଲ ଯୁଦ୍ଧବିମାନ ହସ୍ତାନ୍ତର କରିବ । ଏହାକୁ ଗ୍ରହଣ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ବି ଏସ ଧନୋଆ ଫ୍ରାନ୍ସ ଗସ୍ତରେ ଯିବେ । ଫ୍ରାନ୍ସ ଠାରୁ ଭାରତ ସମୁଦାୟ ୩୬ଟି ରାଫେଲ ବିମାନ କିଣିବାକୁ ଚୁକ୍ତି କରିଛି ।

ଏହି ବିମାନ ମିଳିବା ପରେ ଭାରତୀୟ ବାୟୁସେନାର ଯୁଦ୍ଧବିମାନଗୁଡିକ ପାକିସ୍ତାନର ଆକାଶସୀମା ଭିତରେ ପ୍ରବେଶ ନକରି ବି ତା’ ଉପରେ ଆକ୍ରମଣ କରିବାରେ ସମର୍ଥ ହୋଇପାରିବେ । ହେଲେ ଏହି ବିମାନ କ୍ରୟକୁ ନେଇ ଭାରତରେ ବଡ଼ଧରଣର ରାଜନୈତିକ ବିବାଦ ସୃଷ୍ଟି ହୋଇଥିଲା ଯାହା ଉପରେ କିଛି ମାମଲା ଏବେ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛି ।

   ସମ୍ବନ୍ଧିତ ଖବର


ଦୀପାବଳିରେ ଜଳିବ ୧୧ କୋଟି ଗୋମୟ ଦୀପ

ବାପା-ମାଆଙ୍କ ଭୋକଶୋଷର ମୂଲ୍ୟ ରଖିଲେ ପିଲା – ପାଠପଢ଼ି ସ୍ୱପ୍ନକୁ କଲେ ସାକାର

ଭାରତରେ ଜୁରାସିକ୍‌ କାଳର ପତ୍ର ଅବଶେଷ

କରୋନା ଟିକା ପାଇଁ ବଳିପଡିବେ ୫ ଲକ୍ଷ ସାର୍କ- ଜାଣନ୍ତୁ କାହିଁକି

ଚାଷୀଙ୍କ ପାଇଁ ମାଗାଣାରେ ବୋରୱେଲ୍‌ ଖୋଳାଇବେ – ଆନ୍ଧ୍ର ସରକାର

ଅନଲକ୍‌-୫ରେ ଖୋଲିପାରେ ସିନେମା ହଲ୍‌ ସହ ଏହି ସବୁ ଜିନିଷ