PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

୨୦ ପ୍ରତିଶତରୁ ଅଧିକ ମଧୁମେହ ରୋଗୀଙ୍କୁ ଥାଏ ଏହି ସବୁ ରୋଗ ଭୟ, ସମୟ ଥାଉଥାଉ କରନ୍ତୁ ଉପଚାର…

ନୂଆଦିଲ୍ଲୀ, ୨୩/୧୧ : ମଧୁମେହରେ ପୀଡିତ ଥିବା ୨୦ ପ୍ରତିଶତ ରୋଗୀଙ୍କୁ ହାର୍ଟ ସମ୍ବନ୍ଧିତ ରୋଗ, କିଡନୀ, ଓ ଆଖିରେ ସ୍ନାୟୁ ସମ୍ବନ୍ଧିତ ବିଭିନ୍ନ ଦୀର୍ଘକାଳୀନ ରୋଗ ହୋଇଥାଏ। ତେବେ ଏହି ସବୁ ରୋଗ ଗୁଡିକୁ ଠିକ୍ ସମୟରେ ଚିହ୍ନି ଏହାର ଉପାଚାର କରିବା ଜରୁରୀ। ଠିକ୍ ସମୟରେ ଏହାର ଉପଚାର କଲେ ଆପଣ ବଡ଼ ଧରଣର ବିପଦକୁ ଟାଳିପାରିବେ।

ୟୁନିଭରସିଟି କଲେଜ ଅଫ ମେଡିକାଲ ସାଇନ୍ସ ଏବଂ ଦିଲ୍ଲୀର ଗୁରୁ ତେଗବାହାଦୂର ହସ୍ପିଟାଲରେ ଏଣ୍ଡୋକ୍ରୋନୋଲୋଜୀ ବିଭାଗ ପ୍ରମୁଖ ଏବଂ ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ଏସ.ବି. ମଧୁ ଏହି କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଅନ୍ତରାଷ୍ଟ୍ରୀୟ ଡାଇବେଟିସ୍ ଫେଡେରେସନ ଦ୍ଵାରା ବିଶ୍ଵ ମଧୁମେହ ଦିବସର ଥିମ୍ ଆକ୍ସେସ୍ ଟୁ ଡାଇବେଟିସ୍ କେୟାର ରଖାଯାଇଛି। ମଧୁମେହ ରୋଗ ପାଇଁ ଆବଶ୍ୟକୀୟ ଇନସୁଲିନ୍, ଟାବଲେଟ୍ ଏବଂ ଅନ୍ୟ ସମସ୍ତ ଜିନିଷ ସମସ୍ତଙ୍କ ନିକଟରେ ପହଞ୍ଚାଇବାକୁ ସବୁ ଦେଶ ଗୁଡ଼ିକୁ ଅପିଲ କରାଯାଇଛି।

ଡକ୍ଟର ମଧୁ କହିଛନ୍ତି ଯେ, ମଧୁମେହ ସାରା ଦୁନିଆରେ ଏବଂ ଆମ ଦେଶରେ ମଧ୍ୟ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ସାରା ବିଶ୍ଵରେ ମଧୁମେହରେ ପୀଡିତ ୫୦ କୋଟି ଲୋକ ଅଛନ୍ତି। ଭାରତରେ କେବଳ ୮.୫ କୋଟି ରୋଗୀ ରହିଛନ୍ତି। ସହର ଗୁଡିକରେ ମଧୁମେହ ସମସ୍ୟା ଅତ୍ୟନ୍ତ ବିକଟ ରୂପରେ ଉଭା ହୋଇଛି। ୨୦ ପ୍ରତିଶତ ମଧୁମେହ ରୋଗୀ ଅନ୍ୟ ରୋଗରେ ଶିକାର ହୋଇଛନ୍ତି।

ତେବେ ଠିକ୍ ସମୟରେ ଯାଞ୍ଚ୍ କରି ଏହାର ଚିକିତ୍ସା କଲେ ଏକ ବଡ଼ ଧରଣରୁ ବିପଦକୁ ଟାଳି ଦିଆଯାଇ ପାରିବ। ବ୍ଲଡ ସୁଗାର, ରକ୍ତଚାପ, ଏବଂ କୋଲେଷ୍ଟ୍ରୋଲ ଭଳି ସମସୟା ଉପରେ ନିୟନ୍ତ୍ରଣ ରଖିଲେ ମଧୁମେହ ରୋଗ ଠାରୁ ସାମାନ୍ୟ ଆଶ୍ଵସ୍ତି ମିଳିବ।