PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଘରୋଇ ହିଂସା ଶିକାର ହେଲେ, ଡାଏଲ୍‌ ୧୮୧

image courtesy times of india

ଭୁବନେଶ୍ୱର, (ବ୍ୟୁରୋ): କୋଭିଡ୍‌-୧ର ଦ୍ୱିତୀୟ ଲହରରେ ସାରା ଦେଶରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଚାଲିଛି । ଏଭଳି ଅସମୟରେ ଯଦି କେହି ମହିଳା ଓ ନାବାଳିକା ଘରୋଇ ହିଂସା କିମ୍ବା ନିର୍ଯାତନାର ଶିକାର ହେଉଛନ୍ତି, ତେବେ ସେମାନେ ସହାୟତା ନମ୍ବର ୧୦୦, ୧୮୧, ୧୦୯୮କୁ ଫୋନ୍‌ କରି ଅଭିଯୋଗ କରିପାରିବେ । ମହିଳା ଓ ଶିଶୁ ବିକାଶ ବିଭାଗ ଏହି ସୂଚନା ଦେଇଛି ।

 ପ୍ରତି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଥିବା ‘ସଖୀ’ (ୱାନ୍‌ ଷ୍ଟପ୍‌ ସେଣ୍ଟର)ରେ ମଧ୍ୟ ଯୋଗାଯୋଗ କଲେ, ୨୪ ଘଣ୍ଟିଆ ନିଶୁଳ୍କ ସେବା ଯୋଗାଯାଇପାରିବ । ଘରୋଇ ହିଂସା ବିଷୟରେ ଜଣାଇବା ପାଇଁ ହ୍ୱାଟସ୍‌ଆପ ନମ୍ବର ‘୭୮୦୫୦୦୬୦୩୯’ରେ ବାର୍ତ୍ତା ଦେଇପାରିବେ । ମହିଳା କମିଶନଙ୍କ ସହ ଯୋଗାଯୋଗ କରିବାକୁ ହ୍ୱାଟସ୍‌ଆପ୍‌ ନମ୍ବର ‘୮୭୬୩୫୪୩୦୧୩’ ଜାରି ହୋଇଛି । ଗତବର୍ଷ ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ରେ ଘରୋଇ ହିଂସାର ଗ୍ରାଫ୍‌ ଢ଼େର ଉପରକୁ ଉଠିଥିଲା । ତେଣୁ ଏଥର ମଧ୍ୟ ମହିଳା ନିର୍ଯାତନା ପାଉଛନ୍ତି । କିନ୍ତୁ ଅଭିଯୋଗ ପାଇଁ ସେମାନଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡୁଛି । ଏହାବାଦ୍‌ କେଭିଡ୍‌ର ପୀଡିତ ବାପା-ମା ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଶିଶୁମାନେ ଅସହାୟ ଅନୁଭବ କରୁଛନ୍ତି ।

ନିର୍ଯାତନାର ଶିକାର ବି ହେଉଛନ୍ତି । ଏଥିପାଇଁ ଏହି ୨୪ ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ଜାରି ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।