PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ହିଟ୍‌ ଭୋଟ୍‌ ଡାଏଲଗ୍‌: ଆପଣମାନେ ଖୁସି ତ… ଚୌକିଦାର…

source:m.dailyhunt.in

ଭୁବନେଶ୍ୱର,୫ା୪(ବ୍ୟୁରୋ): “ଆପଣମାନେ ଖୁସି ତ!!!! ଚୌକିଦାର…. ଚୋର୍‌ ହେ… । ମେଁ ଭି ଚୌକିଦାର…” । ଭୋଟ୍‌ ଯେତିକି ପାଖେଇ ଆସୁଛି ଏହି ପଲିଟିକାଲ୍‌ ଡାଏଲଗ୍‌ ସେତେ ହିଟ୍‌ ହେବାରେ ଲାଗିଛି । ପ୍ରିୟ ନେତାଙ୍କ ମୁହଁରୁ ଏହି ପଦିଏ ଡାଏଲଗ୍‌ ଶୁଣିବା ପାଇଁ ଅପେକ୍ଷା କରି ରହୁଛନ୍ତି କର୍ମକର୍ତ୍ତା । ଆଉ ଯେତେବେଳେ ନେତାଙ୍କ ମୁହଁରୁ ଏହି ଡାଏଲଗ୍‌ ଆସୁଛି, କର୍ମକର୍ତ୍ତାଙ୍କ ଉତ୍ସାହ ପାରଦ ଉପରକୁ ଉଠିଯାଉଛି । ଏଥିରେ କମ୍ପୁଛି ପ୍ରଚାର ମଇଦାନ । ଓଡ଼ିଶା ରାଜନୈତିକ ମଇଦାନରେ ଏବେ ସବୁଠୁ ହିଟ୍‌ ଡାଇଲଗ୍‌ ପାଲଟିଛି “ଆପଣମାନେ ଖୁସି ତ” ।

ବିଜେଡି ସଭାପତିି ନବୀନ ପଟ୍ଟନାୟକଙ୍କ ଏହି ଡାଏଲଗ୍‌ ଏବେ ସବୁଠି ଚର୍ଚ୍ଚାରେ । ସହରରୁ ନେଇ ଗାଁ ଗହଳି ଚାରଆଡ଼େ ଚାଲିଛି ଏହି ଡାଏଲଗ୍‌ । ସୋସିଆଲ୍‌ ମିଡିଆରେ ବି ବେଶ୍‌ କ୍ରେଜ୍‌ ସାଉଁଟିବାରେ ଲାଗିଛି ‘ଆପଣମାନେ ଖୁସି ତ… ଡାଏଲଗ୍‌ । ନବୀନ ଏହାକୁ ନିଜର ଫେଭରାଇଟ୍‌ ଡାଏଲଗ୍‌ କରିଛନ୍ତି । ଯୁଆଡ଼େ ଯାଉଛନ୍ତି, ନିଜ ସ୍ୱତନ୍ତ୍ର ଷ୍ଟାଇଲ୍‌ରେ କର୍ମକର୍ତ୍ତା ଓ ସାଧାରଣ ଜନତାଙ୍କୁ ପଚାରୁଛନ୍ତି ‘ଆପଣମାନେ ଖୁସ ତ! କମର୍କର୍ତ୍ତା ବି ତାଳ ଦେଇ ଉତ୍ତର ଦେଉଛନ୍ତି-ହଁ… । ତା’ ପରେ ନବୀନ କହୁଛନ୍ତି, ମୁଁ ବି ଖୁସି… । ନବୀନଙ୍କ ମୁହଁରୁ ଏହି ଡାଇଲଗ୍‌ ଶୁଣିବା ମାତ୍ରେ କର୍ମକର୍ତ୍ତା ବେଶ୍‌ ଉତ୍ସାହତି ହୋଇ ପଡ଼ୁଥିବା ଲକ୍ଷ୍ୟ କରାଯାଉଛି ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଯୁଆଡ଼େ ଯାଉଛନ୍ତି ଗୋଟିଏ ଡାଏଲଗ୍‌ ଦୋହରାଉଛନ୍ତି । ସେଇ ଡାଏଲଗ୍‌ଟି ହେଲା ‘ଚୌକିଦାର… ଚୋର୍‌ ହେ… । ରାଫେଲ୍‌ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବା ପାଇଁ ରାହୁଲ ଏହି ଡାଏଲଗ୍‌ ରାଜସ୍ଥାନ ପ୍ରଚାରବେଳେ ଆରମ୍ଭ କରିଥିଲେ । ମୋଦି ବିରୋଧୀଙ୍କ ପାଇଁ ଏହି ଡାଇଲଗ୍‌ ବଡ଼ କ୍ୟାମ୍ପେନ୍‌ ପାଲଟିଛି । ଭୁବନେଶ୍ୱରର ତମାଣ୍ଡୋ ସମାବେଶରେ ବି ରାହୁଲ ଏହି ଡାଏଲଗ୍‌ ଛାଡ଼ି କର୍ମୀଙ୍କୁ ଉତ୍ସାହିତ କରିଥିଲେ । ଭବାନୀପାଟଣା, ରାଉରକେଲା, ଜୟପୁର ସମାବେଶରେ ମଧ୍ୟ ରାହୁଲ ‘ଚୌକଦିାର… ଡାଏଲଗ୍‌ ଭୁଲନିଥେିଲ । ମଞ୍ଚରୁ ରାହୁଲ କେବଳ ଚୌକଦିାର କହିବା ମାତ୍ରେ ‘ଚୋର୍‌ ହେ…’ ନାରାରେ କମ୍ପାଉଛନ୍ତି ମଞ୍ଚ ତଳେ ବସିଥିବା କର୍ମକର୍ତ୍ତା ।

ଓଡିଶା କଂଗ୍ରେସ ବି ଏହାକୁ ନେଇ ସୋସିଆଲ୍ ମିଡିଆରେ ବେଶ୍‌ ପ୍ରଚାର କରୁଛି । ଖୋଦ୍‌ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ନିଜ ଟୁଇଟର ଓ ଫେସବୁକ୍‌ ପେଜ୍‌ରେ ଚୌକଦିାର ଚୋର୍‌ ହେ… ଡାଏଲଗ୍‌ ଲେଖି ମୋଦିଙ୍କୁ ଟାର୍ଗେଟ କରୁଛନ୍ତି । ଏହାବାଦ୍‌ ଓଡ଼ିଶାରେ ଉଭୟ ବିଜେଡି-ବିଜେପିକୁ ଟାର୍ଗେଟ କରି ରାହୁଲ ଦେଇଥିବା ‘ରେିମାର୍ଟ କଣ୍ଟ୍ରୋଲ ସରକାର’ ଭାଷଣ ବି ବେଶ୍‌ ହଟ୍ ହୋଇଛି । ହିଟ୍‌ ଡାଇଲଗ୍‌ରେ ବିଜେପି ବି ପଛରେ ନାହିଁ । ରାହୁଲଙ୍କ ଚୌକିଦାର ଚୋର୍‌ ହେ… ଡାଏଲଗ୍‌କୁ ଫିକା କରିବା ପାଇଁ ମୋଦି ଆରମ୍ଭ କରଛନ୍ତି “ମେଁ ଭି ଚୌକିଦାର” ଅଭିଯାନ । ଦେଶର ନାଗରିକମାନଙ୍କୁ ଏଥେିର ଯୋଡିବା ପାଇଁ ନିଜେ ମୋଦି ଟୁଇଟର ପେଜ୍‌ରେ ନିଜ ନାମ ପୂର୍ବରୁ ଚୌକିଦାର ଲେଖିଛନ୍ତି । ସୋସଅିାଲ୍‌ ମିଡିଆରେ ବିଜେପି ପକ୍ଷରୁ ଏ ନେଇ ସ୍ୱତନ୍ତ୍ର ଭିଡିଓ ବି ଜାରି କରାଯାଇଛି ।

ମୋଦିଙ୍କୁ ଅନୁସରଣ କରି ବିଜେପିର ପ୍ରାୟ ସବୁ ନେତା, ମନ୍ତ୍ରୀ ଟୁଇଟର ପେଜ୍‌ରେ ନିଜ ନାମ ପୂର୍ବରୁ ଚୌକିଦାର ଲେଖିଛନ୍ତି । ଓଡିଶାର ସବୁ ବିଜେପି ନେତା ବି ନିଜ ନାମ ପୂର୍ବରୁ ଟୁଇଟରରେ ଚୌକିଦାର ଉଲ୍ଲେଖ କରିଛନ୍ତି । ନିକଟରେ ମୋଦି ଓଡିଶାକୁ ପ୍ରଚାର କାର୍ଯ୍ୟକ୍ରମରେ ଆସିଥିବାବେଳେ ସବୁ ମଞ୍ଚରୁ “ମେ ଭି ଚୌକିଦାର” ନାରା ଦେଇଛନ୍ତି । ତାଙ୍କ ନାରା ସହ ନାରା ମିଶାଇଛନ୍ତି ଦଳୀୟ କର୍ମକର୍ତ୍ତା । ରାଜନୀତି ପ୍ରଚାର ମଇଦାନରେ ବିଜେପି ଏହାକୁ ଏକ ଅସ୍ତ୍ର କରିଛି । ଓଡିଶାରେ ‘ଡବଲ୍‌ ଇଞ୍ଜିନ୍ ସରକାର’ ଭଳି ଡାଏଲଗ୍‌ ଦେଇ ମୋଦି ବେଶ୍‌ ଚର୍ଚ୍ଚା ସାଉଁଟିଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପିର ସବୁ ନେତା ଏବେ ପ୍ରଚାରରେ ଏହି ଡବଲ୍‌ ଇଞ୍ଜିନ୍ ଡାଏଲଗ୍‌ କହୁଛନ୍ତି ।

ସମ୍ବନ୍ଧିତ ଖବର