PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ବାତ୍ୟା, ବନ୍ୟା ଭଳି ବିପର୍ଯ୍ୟୟ ମୁକାବିଲା ପାଇଁ ହେବ ସ୍ଥାୟୀ ପ୍ରତିକାର, ଉପକୂଳବର୍ତ୍ତୀ ଅଞ୍ଚଳରେ ୧୨ ଫୁଟ ଉଚ୍ଚରେ ରହିବ ଟ୍ରାନ୍ସଫର୍ମର ଓ କଣ୍ଟ୍ରୋଲ ପ୍ୟାନେଲ

ଭୁବନେଶ୍ଵର, ୦୨/୦୬ : ବାତ୍ୟା ବନ୍ୟା ଭଳି ବିପର୍ଯ୍ୟୟ ସାମ୍ନା କରିବାକୁ ପ୍ରସ୍ତୁତ ହେଉଛି ସ୍ଥାୟୀ ପ୍ରତିକାର ବ୍ୟବସ୍ଥା । ଉପକୂଳବର୍ତ୍ତୀ ଅଞ୍ଚଳରେ ୧୨ ଫୁଟ ଉଚ୍ଚରେ ରହିବ ଟ୍ରାନ୍ସଫର୍ମର ଓ କଣ୍ଟ୍ରୋଲ ପ୍ୟାନେଲ । ଅଣ୍ଡର ଗ୍ରାଉଣ୍ଡ କେବୁଲିଂ ସହ ଅତ୍ୟାଧୁନିକ ବ୍ୟବସ୍ଥାରେ ହେବ ବିଦ୍ୟୁତ ଯୋଗାଣ । ବାତ୍ୟା ଅଞ୍ଚଳ ପରିଦର୍ଶନ କରି ଫେରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ଶକ୍ତି ମନ୍ତ୍ରୀ କହିଛନ୍ତି ଯେ, ବାଲେଶ୍ଵରର ଦାୟିତ୍ୱ ଦେଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞ ଜଣାଉଛି । ବାତ୍ୟା ପରେ ଆମ ବିଭାଗର ଅସଲ କାର୍ଯ୍ୟ ଆରମ୍ଭ ହୋଇଥିଲା । ୫ ଫୁଟ ପାଣି ଭିତରେ ପଶି ଆମ କର୍ମଚାରୀମାନେ ଲୋକଙ୍କୁ ବିଜୁଳି ଦେବା ପାଇଁ କାର୍ଯ୍ୟ କରିଛନ୍ତି । କୋଭିଡ କାରଣରୁ ଆମେ ପଡୋଶୀ ପଶ୍ଚିମବଙ୍ଗ ଓ ଆନ୍ଧ୍ରର ସହଯୋଗ ନେଇ ନଥିଲୁ । ଆମ ବିଭାଗର କର୍ମଚାରୀ ଓ ଅଧିକାରୀଙ୍କ ନିଷ୍ଠା ଓ ପରିଶ୍ରମ ଯୋଗୁଁ ସାହାଯ୍ୟ ଯୋଗାଇବାରେ ଆମେ ସକ୍ଷମ ହୋଇଛୁ । ବାତ୍ୟା ପୂର୍ବରୁ ସ୍ଥିତି ନିୟନ୍ତ୍ରଣ ପାଇଁ ଠିକ୍ ସମୟରେ ଓ ଠିକ୍ ଜାଗାରେ କର୍ମଚାରୀ ଏବଂ ଉପକରଣ ମହଜୁଦ ରଖିଥଲୁ । ପୁନରୁଦ୍ଧାର କାର୍ଯ୍ୟରେ ବାତ୍ୟା ଅଞ୍ଚଳବାସୀ ପୂର୍ଣ୍ଣ ସହାୟତା ଓ ସହଯୋଗୀ ଦେଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର।