ଦୋଳ ମେଲଣରେ ଅମାନୁଷିକ କାଣ୍ଡ: ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ, ଯୁବକ ଗିରଫ

ନିଆଳି,: ଗୁରୁବାର ବିଳମ୍ବିତ ରାତିରେ ନିଆଳି ଥାନା ଅଧୀନ ଦେବୀକନ୍ଦଳ ଦ୍ୱୀପାଞ୍ଚଳ ଅନ୍ତର୍ଗତ କସର୍ଦ୍ଦାର ଐତିହାସିକ ଦିପୋଟି ମେଲନରେ ଏକ ଅମାନୁଷିକ କାଣ୍ଡ ଘଟିଛି । ସ୍ଥାନୀୟ ଅଞ୍ଚଳର ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଜଣେ ଯୁବକ ଦୁଷ୍କର୍ମ କରିଛି । ତେବେ ଘଟଣାସ୍ଥଳରୁ ପୁଲିସ ସ୍ଥାନୀୟ ଲୋକଙ୍କ ସହଯୋଗରେ ଅଭିଯୁକ୍ତ ଯୁବକକୁ କାବୁ କରିନେଇଥିଲା। ଅଭିଯୁକ୍ତ ଜଣକ ହେଲା ପତ୍ରକଣା ଗ୍ରାମର ବ୍ରଜ କିଶୋର ପରିଡ଼ାଙ୍କ ପୁଅ ପୂର୍ଣ୍ଣ ଚନ୍ଦ୍ର ପରିଡ଼ା (୨୭) । ପୁଲିସ ତାକୁ ବାନ୍ଧି କୋର୍ଟ ଚାଲାଣ କରିଥିଲା । କିନ୍ତୁ ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି । ଏହି ଘଟଣାକୁ ନେଇ ଏଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।

ଖବର ମୁତାବକ ବାଜା, ବାଣ ରୋଶଣିରେ ଦୋପଟି ମେଲଣକୁ ଠାକୁରମାନେ ବିଜେ କରୁଥିବା ବେଳେ ପୂର୍ଣ୍ଣଚନ୍ଦ୍ର ନିଜ ହିତାହିତ ଜ୍ଞାନ ଭୁଲି ସ୍ଥାନୀୟ ଅଞ୍ଚଳର ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲା । ନାବାଳିକାଙ୍କ ଆଖି ଓ ପାଟିରେ ଗାମୁଛା ବାନ୍ଧି ମେଲଣ ସ୍ଥାନରୁ ପ୍ରାୟ ଦୁଇ ଶହ ଫୁଟ୍‌ ଦୂରରେ ଥିବା ଗଣେଶ ମନ୍ଦିର ପଛପଟ ପଡ଼ିଆକୁ ଟେକିନେଇଥିଲା । ସେଠାରେ ଅନ୍ଧାରର ସୁଯୋଗନେଇ ଦୁଷ୍କର୍ମ ର କରିଥିଲା । କେବଳ ସେତିନି ନୁହେଁ, ଏଇ କଥା ବାହାରେ ପ୍ରକାଶ କଲେ ହତ୍ୟା କରିବ ବୋଲି ଧମକ ଦେଇଥିଲା । ତେବେ କୌଣସି ମତେ ପୀଡ଼ିତାଙ୍କ ମୁହଁରୁ ଗାମୁଛା ଖସି ପଡ଼ିବାରୁ ସେ ଚିତ୍କାର କରିଥିଲେ । ପାଟି ଶୁଣି ଘଟଣାସ୍ଥଳକୁ ଲୋକେ ଦୌଡ଼ିଥିଲେ । ତେବେ ଲୋକଙ୍କୁ ଦେଖି ଅଭିଯୁକ୍ତ ଯୁବକ ଜଣକ ଖସିଯିବାକୁ ଉଦ୍ୟମ କରିବା ବେଳେ ଲୋକେ ତାକୁ ମାଡ଼ି ବସିଥିଲେ ।

ପୀଡ଼ିତାଙ୍କୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର କରି ପୁଲିସ ଜିମା ଦେଇଥିଲେ । ଏନେଇ ପୀଡ଼ିତାଙ୍କ ମା’ ନିଆଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ୧୩ ବର୍ଷିୟା ଦିବ୍ୟାଙ୍ଗ ମାମିନା (ଛଦ୍ମନାମ) ସାଙ୍ଗ ମାନଙ୍କ ସହିତ ଗୁରୁବାର ଦିପୋଟି ମେଳଣ ଦେଖିବା ପାଇଁ ଯାଇଥିଲେ । ମେଲନର ପ୍ରୋସେସନ୍‌ ଚାଲିଥିବା ବେଳେ ରାତି ପ୍ରାୟ ୩ଟା ହେବ ପୂର୍ଣ୍ଣଚନ୍ଦ୍ର ମାମିନାଙ୍କୁ ଟେକି ନେଇଥିଲା । ଗଣେଶ ମନ୍ଦିର ପଛପଟ ପଡ଼ିଆରେ ଦୁଷ୍କର୍ମ କରିଥିଲା । ନିଆଳି ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ସାଇଣ୍ଟିଫିକ୍‌ ଦଳକୁ ନେଇ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି । ପୀଡ଼ିତାଙ୍କ ଡାକ୍ତରୀମାଇନା କରି ପରିବାର ଲୋକଙ୍କ ଜିମା ଦେଇଛି ।