PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ: ୭ ଦିନ ପାଇଁ ସମସ୍ତ ଧର୍ମାନୁଷ୍ଠାନ, ସର୍ବସାଧାରଣ ସ୍ଥାନ ଯଥା- ପାର୍କ ସମୁଦ୍ରକୂଳ ବନ୍ଦ ନିର୍ଦ୍ଦେଶ, ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ସର୍ବସାଧାରଣରେ ମନା
  • ||
  • ମାଲକାନଗିରି: ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପରମେଟଲା ଥାନା ଅନ୍ତର୍ଗତ ଜାମୁଝାଡୀ ଜଙ୍ଗଲରୁ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର
  • ||
  • କଳାହାଣ୍ଡି: ଜାଲ୍ ସାର୍ଟିଫିକେଟ୍ ଦେଇ ୨୫ ଶିକ୍ଷକ ବହିଷ୍କୃତ
  • ||
  • ଯାଜପୁର: ଡଙ୍କାରୀରେ ବଡ ଧରଣର ଚଢ଼ାଉ, କଳାପଥର ଗାଡି ଜବତ, ଏକାଧିକ ଲୁଟେରା ଗିରଫ
  • ||
  • ବୋଲଗଡ଼: ବାଇକ୍- ବୁଲେଟ ମୁଁହା ମୁଁହି ଧକ୍କା, ୨ ଗୁରୁତର
  • ||
  • ଆଇପିଏଲ୍‌ର-୧୪: ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ
  • ||
  • କରଞ୍ଜିଆର ଥାନା ବୁଢୀଗାଁରର ଘଟଣା- ସ୍ତ୍ରୀ ଓ ସ୍ତ୍ରୀର ପ୍ରେମିକକୁ କଟୁରିରେ ହାଣିଲା ସ୍ୱାମୀ , ଅଭିଯୁକ୍ତ ସ୍ୱାମୀ ଗିରଫ
  • ||
  • ବାଲେଶ୍ୱରରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ସମୀକ୍ଷା
  • ||
  • ରାଜ୍ୟ: ପୁଣି ୨ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୯୩୦କୁ ଛୁଇଁଲା
  • ||
  • ଓଡ଼ିଶାରେ ଆଜି ୧୭୮୪ କରୋନା ପଜିଟିଭ୍‌ ଚିହ୍ନଟ, କ୍ୱାରାଣ୍ଟାଇନ୍‌ରୁ ୧୦୩୫ , ଲୋକାଲ କଣ୍ଟାକ୍ଟରୁ ୭୪୯ ଚିହ୍ନଟ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||

ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ: ପୂର୍ବତନ ୱାର୍ଡ ମେମ୍ବର ଥାନାରେ ଅଟକ

ବଡ଼ମ୍ବ ୨୫/୦୨: ବଡ଼ମ୍ବା ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ଥାନାରେ ମାମଲା ରୁଜୁ ହୋଇଛି ।

ଅଭିଯୋଗରୁ ଜଣାପଡିଛି ଯେ, ଗତ ୨୨ ତାରିଖ ରାତିରେ ଉକ୍ତ ଯୁବତୀ ନିଜ ଘରେ ଏକୁଟିଆ ଥିଲେ । ଏହାର ସୁଯୋଗ ନେଇ ଗମେଇଁ ଗ୍ରାମର ପୂର୍ବତନ ୱାର୍ଡ ମେମ୍ବର ଲୋଚନ ବେହେରା (୬୪) ତାଙ୍କୁ ଦୁଷ୍କର୍ମ କରିଥିଲେ। ଏ ନେଇ ପୀଡ଼ିତା ଯୁବତୀଙ୍କ ଭାଉଜ ଗାଁରେ ଭଦ୍ରଲୋକମାନଙ୍କୁ ସବୁ କଥା କହିଥିଲେ । ଏହାପରେ ଗ୍ରାମବାସୀ ସଭା କରି ଲୋଚନକୁ ଡକାଇଥିଲେ । ତେବେ ଲୋଚନ ଗ୍ରାମବାସୀଙ୍କୁ ଖାତିର କରିନଥିଲା । ତେଣୁ ଗତକାଲି ପୀଡ଼ିତାଙ୍କ ଭାଉଜ ବଡ଼ମ୍ବା ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ । ବଡ଼ମ୍ବା ଥାନା ଅଧିକାରୀ ପ୍ରଭାତ କୁମାର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଏହା ପରେ ଗ୍ରାମର ଭଦ୍ରବ୍ୟକ୍ତି ପୀଡ଼ିତା ଯୁବତୀ ଏବଂ ଅଭିଯୁକ୍ତକୁ ଥାନାକୁ ଡାକି ଘଟଣା ସଂପର୍କରେ ପଚାରି ବୁଝିଥିଲେ । ଯୁବତୀ ଅଭିଯୁକ୍ତ ଲୋଚନ ବେହେରାକୁ ଚିହ୍ନଟ କରିବା ପରେ ବଡ଼ମ୍ବା ଥାନାଧିକାରୀ ଅଭିଯୁକ୍ତକୁ ଥାନାରେ ଅଟକ ରଖିଛନ୍ତି

ସମ୍ବନ୍ଧିତ ଖବର