୫୮ ବର୍ଷିୟ ରାନୁ ମଣ୍ଡଳ ରହିବେ ଏହି ବିଳାସପୂର୍ଣ୍ଣ ଘରେ, ଘରର ମୂଲ୍ୟ ୫୦ଲକ୍ଷରୁ ଉର୍ଦ୍ଧ୍ବ, କିଏ ଦେଲା ଏହି ଉପହାର ଜାଣନ୍ତୁ…

ମୁମ୍ବାଇ ୨୯।୮: ଏକ୍ ପ୍ୟାର୍ କା ନଗମା ହେ…’ ଗୀତ ଗାଇ ସୋସିଆଲ ମିଡିଆ ମାଧ୍ୟମରେ ରାତାରାତି ଷ୍ଟାର ହୋଇଥିବା ପଶ୍ଚିମ ବଙ୍ଗର ରାନୁ ମଣ୍ଡଲ ଏବେ ପୁଣି ଚର୍ଚ୍ଚାରେ। ରାନୁଙ୍କୁ ଏହି ଭିଡିଓକୁ ଦର୍ଶକ ଫେସବୁକରେ ୪ ମିଲିୟନ ଥର ଦେଖିସାରିଲେଣି। ଦିନେ ଯାହାକୁ ରେଳ ଷ୍ଟେସନରେ ବସି ଗୀତ ଗାଉଥିବାର ଦେଖି ମଧ୍ୟ ଲୋକେ ଅଣଦେଖା କରି ଦେଉଥିଲେ, ଆଜି ତାକୁ ସାରା ଦେଶ ଶୁଣୁଛି ।

ନିଜ କଣ୍ଠସ୍ବରରେ ରାନୁ ଇଣ୍ଟରନେଟ୍‌ରେ ଦର୍ଶକଙ୍କ ସଂଖ୍ୟା ବଢ଼ାଇ ଚାଲିଛନ୍ତି। ପ୍ରଥମେ ରାନୁ ମଣ୍ଡଳଙ୍କୁ ପ୍ରସିଦ୍ଧ ସିଙ୍ଗର ହିମେଶ ରେଶମିୟା ନିଜର ନୂଆ ଫିଲ୍ମରେ ଗୀତ ଗାଇବାକୁ ଅଫର ଦେଇଥିଲେ। ଉଲ୍ଲେଖନୀୟ ଯେ, ହିମେଶଙ୍କ ଆଗାମୀ ଫିଲ୍ମ ‘ହାପି ହାର୍ଡି ଆଣ୍ଡ ହିର’। ଏହି ଫିଲ୍ମରେ ଫିଲ ରାନୁ ‘ତେରି ମେରି କାହାନୀ…’ ନାମକ ଏକ ଗୀତ ଗାଇଛନ୍ତି। 

ସୂଚନାଯୋଗ୍ୟ ଯେ, ଗତ ଦୁଇ ତିନି ଦିନ ତଳେ ରାନୁଙ୍କୁ ଭୋଜପୁରୀ ଅଭିନେତା ପ୍ରଦୀପ ପାଣ୍ଡେ ଚିଣ୍ଟୁ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଇବା ପାଇଁ ଅଫର ଦେଇଥିଲେ। କେବଳ ହିମେଶ କି ପ୍ରଦୀପ ପାଣ୍ଡେ ଚିଣ୍ଟୁ ନୁହଁନ୍ତି ଏବେ ଅଭିନେତା ସଲମାନ ଖାନ ଓ ଅକ୍ଷୟ କୁମାରଙ୍କ ଭଳି ଅଭିନେତାମାନେ ମଧ୍ୟ ସେମାନଙ୍କ ଆଗାମୀ ଫିଲ୍ମର ଗୀତ ତାଙ୍କ ଦ୍ୱାରା ରେକର୍ଡ କରିବାକୁ ଇଚ୍ଛା ବ୍ୟକ୍ତି କରିଛନ୍ତି।

ତେବେ ଅଭିନେତା ସଲମାନ ଖାନ ରାନୁ ମଣ୍ଡଳଙ୍କ ସୁରିଲା କଣ୍ଠର ଯାଦୁରେ ମୁଗ୍ଧ ହୋଇ ବହୁତ ଭାବୁକ ହୋଇଯାଇଥିବାର ଶୁଣିବାକୁ ମିଳୁଛି। ଏଥିପାଇଁ ସେ ରାନୁ ମଣ୍ଡଳଙ୍କୁ ମୁମ୍ବାଇରେ ରହିବା ପାଇଁ ଏକ ଘର ଉପହାର ସ୍ବରୂପ ଦେବେ ବୋଲି ଶୁଣାଯାଉଛି। ଘରର ମୂଲ୍ୟ ପ୍ରାୟ ୫୦ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ଏହା ସହିତ ଚଳଚ୍ଚିତ୍ର ଦବଙ୍ଗ-୩ରେ ଗୀତ ଗାଇବାକୁ ସୁଯୋଗ ଦେବେ ବୋଲି ସଲମାନ ଖାନ କହିଛନ୍ତି। କହିବାକୁ ଗଲେ ରାନୁ ମଣ୍ଡଳ ଏବେ ଆଉ ଭାଇରାଲ ସିଙ୍ଗର ହୋଇ ରହିନାହାନ୍ତି ବରଂ ବଲିଉଡ୍ ଷ୍ଟାର ହୋଇସାରିଲେଣି।

   ସମ୍ବନ୍ଧିତ ଖବର


ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ବିରୋଧରେ ଏଫ୍‌ଆଇଆର୍‌

ପୁଣିଥରେ ବିବାଦରେ ଜଷ୍ଟିସ୍‌ ମାର୍କଣ୍ଡେୟ କାଟଜୁ – କହିଲେ , ସେକ୍ସ ମଣିଷର ପ୍ରାକୃତିକ ଇଚ୍ଛା , ଦେଶରେ ବେରୋଜଗାରୀ ବଢ଼ୁଥିବାରୁ ଦୁଷ୍କର୍ମ ବଢ଼ୁଛି

ଏହି ସପ୍ତାହରୁ ୟୁରୋପରେ ପ୍ରଥମେ ଅକ୍ସଫୋର୍ଡ କରୋନା ଟିକାର ରୋଲିଂ ରିଭ୍ୟୁ ପାଇଁ ଯୋଜନା ଆରମ୍ଭ

ଡ୍ରଗ୍ସ କେସ୍‌ : ଏନ୍‌ସିବି ଦୀପିକା, ଶ୍ରଦ୍ଧା, ସାରାଙ୍କୁ ଦେଲେ କ୍ଲିନ୍‌ ଚିଟ୍ ? ଜାଣନ୍ତୁ ସତ କଣ

କୋଟିପତି ଏବଂ ବଡ ବଡ ଉଦ୍ୟୋଗପତି ନେଇଛନ୍ତି ରୁଷ୍‌ର କରୋନା ଟିକା !

ସେନାର ଯବାନ ଖାଇବେ ଲ୍ୟାବ୍‌ର ପରିବା – ବଙ୍କରରେ ତିଆରି ହେବ