ମୃତ୍ୟୁ ପୂର୍ବରୁ ପ୍ରସିଦ୍ଧ ଜ୍ୟୋତିର୍ବିଦ ବେଜାନ ଦାରୁୱାଲା କରୋନାକୁ ନେଇ କରିଥିଲେ ଏହି ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩୦।୫:ଦେଶର ପ୍ରସିଦ୍ଧ ଜ୍ୟୋତିର୍ବିଦ ବେଜାନ ଦାରୁଓ୍ବାଲାଙ୍କର ୮୯ ବର୍ଷ ବୟସରେ ଗତକାଲି ପରଲୋକ ହୋଇଛି। ତାଙ୍କର ଜ୍ୟୋତିଷ ଶାସ୍ତ୍ର ସାରା ଦେଶର ବିଭିନ୍ନ ଖବର କାଗଜ ଏବଂ ଟିଭି ଚ୍ୟାନେଲ ଯୋଗେ ଲୋକଙ୍କ ପାଖରେ ପହଁଞ୍ଚୁଥିଲା। ତାଙ୍କର ଭବିଷ୍ୟବାଣୀ ଖୁବ୍ ସଠିକ୍ ବୋଲି ମନେକରାଯାଉଥିଲା। ଏହାର ଉଦାହାରଣ ସଞ୍ଜୟ ଗାନ୍ଧିଙ୍କ ଦୁର୍ଘଟଣାରେ ମୃତ୍ୟୁ, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବନ ଗାନ୍ଧିଙ୍କ ଆକସ୍ମିକ ମୃତ୍ୟୁ ଓ ୨୦୧୪ରେ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟୀ ହେବେ ବୋଲି ସେ ଭବିଷ୍ୟବାଣୀ କରିଥିଲେ। ଏପରିକି ସାରା ବିଶ୍ବ ପାଇଁ କରୋନା ଭାଇରସ୍ ମହାମାରୀ ସମ୍ପର୍କରେ ମୃତ୍ୟୁ ପୂର୍ବରୁ ମଧ୍ୟ ଭବିଷ୍ୟବାଣୀ କରିସାରିଛନ୍ତି।

ବେଜାନ୍ ଦାରୁଓ୍ବାଲା କରୋନା ମହାମାରୀକୁ ନେଇ ଭବିଷ୍ୟବାଣୀ କରି କହିଥିଲେ, ଏହି ସଙ୍କଟ ଆହୁରି ବଢିବ ଓ ଏହା ସହ ଲଢେଇ କରିବା ବହୁତ ବଡ ଚ୍ୟାଲେଞ୍ଜ ହେବ। କରୋନା ମହାମାରୀ ସମ୍ପର୍କରେ ନିଜର ଫେସବୁକ୍ ପେଜରେ  ଦାରୁଓ୍ବାଲା ଏକ ଭିଡିଓ ସେୟାର କହିଥିଲେ, କରୋନା ମହାମାରୀ ଶନି ଗ୍ରହ କାରଣରୁ ଆସିଛି। କାରଣ ଶନି କର୍ମ ଏବଂ ନ୍ୟାୟ ସହିତ ସମ୍ପୃକ୍ତ। ଶନି ଗ୍ରହ ଏସବୁ ସମସ୍ୟା ଦେଉଛନ୍ତି। ଆଜି ଦୁନିଆ ଲୋଭି ହୋଇଯାଇଛି ଓ କେବଳ ନିଜ ବିଷୟରେ ହିଁ ଭାବୁଛି। ମଇ ୨୦୨୦ ପର୍ଯ୍ୟନ୍ତ ଶନି ସାରା ବିଶ୍ବରୁ ଦୂର ହୋଇଯିବ। ଏହାଦ୍ବାରା କରୋନା ସମସ୍ୟା ଦୂର ହୋଇଯିବ ବୋଲି ସେ କହିଥିଲେ। କରୋନାକୁ ନେଇ ଆଉ କିଛି ଭବିଷ୍ୟବାଣୀ କରିବା ପୂର୍ବରୁ ଦାରୁଓ୍ବାଲାଙ୍କ ପରଲୋକ ହୋଇଯାଇଛି।

୧୧ ଜୁଲାଇ ୧୯୩୧ରେ ଏକ ପାରସି ପରିବାରରେ ଦାରୁଓ୍ବାଲା ଅହମ୍ମଦାବାଦରେ ଜନ୍ମ ଗ୍ରହ କରିଥିଲେ। ସେ ଜଣେ ଇଂଲିସ ପ୍ରଫେସର ଥିଲେ। ତାଙ୍କୁ ପଢିବାର ଖୁବ୍ ସଉକ୍ ଥିଲା, ତେଣୁ ବିଦେଶୀ ପୁସ୍ତକ ଖୁବ୍ ପଡୁଥିଲେ। ଏହି ସଉକ୍ ତାଙ୍କୁ ଜ୍ୟୋତିଷ ବିଜ୍ଞାନୀ କରିଥିଲା। ଜ୍ୟୋତିଷ ଶାସ୍ତ୍ର ଟେକ୍ନୋଲୋଜି ଆଇ-ଚିଙ୍ଗ, ଟେରୋ ରିଡିଂ, ହସ୍ତକଳା ଜରିଆରେ ଭାରତୀୟ ଓ ପାଶ୍ଚାତ୍ୟ ଜ୍ୟୋତିଷଶାସ୍ତ୍ରକୁ ଯୋଡିବାର କାମ କରିଥିଲେ।

   ସମ୍ବନ୍ଧିତ ଖବର


ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଅଟକ ରଖି ଭୟରେ ଥିଲା ପାକିସ୍ତାନ, ବୈଠକରେ ସେନାମୁଖ୍ୟଙ୍କ ଗୋଡ ଥରିବା ସହ ମୁଣ୍ଡରୁ ବାହାରୁଥିଲା ଝାଳ…

ରେଲଓ୍ବେ ଇତିହାସର ପ୍ରଥମ ମାମଲା: ଅପହୃତ ଶିଶୁକୁ ବଞ୍ଚାଇବା ପାଇଁ ବିନା ଷ୍ଟପେଜରେ ଲଗାତାର ୨୪୦ କିଲୋମିଟର ଚାଲିଲା ଟ୍ରେନ

ଆମେରିକାରେ ‘ଭଣ୍ଡଗୁରୁ’: ଯୁବତୀଙ୍କୁ ପ୍ରଭାବିତ କରି କରୁଥିଲେ ଯୌନଦାସି, ୧୨୦ ବର୍ଷ ଜେଲ ନିର୍ଦ୍ଦେଶ ଦେଲେ ଅଦାଲତ

ଗାନ୍ଧିଙ୍କ ମାଟିରେ ମଦ ଢାଳି ଭୂମି ପୂଜନ କଲେ ନେତା, ପରେ ପ୍ରସାଦ କରି ବାଣ୍ଟିଲେ…

ମହାକାଶରୁ ମହାବିପଦ ! ପୃଥିବୀ ଆଡ଼କୁ ମାଡ଼ିଆସୁଛି ବିଶାଳ ଧୂମକେତୁ, ଧକ୍କା ହେଲେ ଆସିବ ପ୍ରଳୟ

ବାଲେଶ୍ୱର ସଦର ଉପନିର୍ବାଚନ: ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ରାଲି ଆଜି