ମୃତ୍ୟୁ ବେଳକୁ ଧନୀରୁ ପୁଣି ଗରିବ ହୋଇଯାଇଥିଲେ ମାରାଡୋନା, ବ୍ୟାଙ୍କ୍‌ ଖାତାରେ ଥିଲା ମାତ୍ର ୭୫,୦୦୦ ପାଉଣ୍ଡ

ବୁଏନସ ଏୟାରସ, ୧୮/୧୧: ଡିଏଗୋ ମାରୋଡୋନାଙ୍କ ମୃତ୍ୟୁ ବେଳକୁ ତାଙ୍କ ବ୍ୟାଙ୍କ୍‌ ଖାତାରେ ମାତ୍ର ୭୫,୦୦୦ ପାଉଣ୍ଡ ଜମା ଥିଲା। କୁହାଯାଉଛି, ସେ ଗରିବ ପରିବାରରେ ଜନ୍ମ ହୋଇଥିଲେ। ଫୁଟବଲ୍‌ ଖେଳି ସେ ଧନୀ ହୋଇଯାଇ ଥିଲେ। ମାତ୍ର ମୃତ୍ୟୁ ବେଳକୁ ସେ ପୁଣି ଗରିବ ହୋଇଯାଇଥିଲେ। ମାରାଡୋନା ବିଭିନ୍ନ ପ୍ରାୟୋଜକ ଏବଂ ଅନ୍ୟାନ୍ୟ ବାବଦକୁ ବାର୍ଷିକ ୧୫ ମିଲିୟନ ପାଉଣ୍ଡ ରୋଜଗାର କରୁଥିଲେ ।

ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ଯେ, ଘର, ଗାଡ଼ି ଏବଂ ଅଳଙ୍କାର ଇତ୍ୟାଦିକୁ ମିଶାଇଲେ ତାଙ୍କର ମୋଟ୍‌ ସମ୍ପତ୍ତି ୧୫୦ ମିଲିୟନ ପାଉଣ୍ଡ ହେବ । ମାରାଡୋନାଙ୍କର ଦୁଇ ପୁଅ ଓ ୩ ଜଣ ଝିଅ ଅଛନ୍ତି ।