ବିଜୁଳି ଚୋରି ରୋକିବା ପାଇଁ ପ୍ରତି‌ଷ୍ଠା ହେବ ସ୍ବତନ୍ତ୍ର ଥାନା, ଡିସେମ୍ବରରୁ ମିଳିବ ୨୪ଘଣ୍ଟିଆ ବିଜୁଳି

ବିଜୁଳି ଚୋରଙ୍କୁ ରୋକିବା ଦେଶର ସମସ୍ତ ରାଜ୍ୟରେ ପ୍ରତି​‌ଷ୍ଠା ହେବ ଥାନା। ଏହି ଥାନାରେ ବିଜୁଳି ଚୋରି ମାମଲା ରୁଜୁ କରାଯିବ। ନିଯୁକ୍ତ ପୁଲିସ କର୍ମଚାରୀଙ୍କ କାମ ବିଜୁଳି ଚୋରଙ୍କୁ ଧରିବା ଏବଂ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା। ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଠାରୁ ସହମତି ମଧ୍ୟ ମିଳିସାରିଛି।  

ତେବେ ଚଳିତ ବର୍ଷ ଡିସେମ୍ବରରୁ ଉପଭୋକ୍ତାଙ୍କୁ ୨୪ଘଣ୍ଟିଆ ବିଜୁଳି ଦେବାକୁ ମଧ୍ୟ ଚେଷ୍ଟା ଜାରି ରହିଛି। ବିଜୁଳି ମନ୍ତ୍ରାଳୟ କହିବାନୁସାରେ, ୨୪ଘଣ୍ଟା ବିଜୁଳି ଦେବା ପାଇଁ ସମସ୍ତ ରାଜ୍ୟ ପ୍ରଥମେ ଏକ ମୋନିଟାରିଂ ସିଷ୍ଟମ ବିକସିତ କରିବେ। ତାପରେ ଏହା ସୁନିଶ୍ଚିତ କରାଯିବ ଯେ ବିଜୁଳି ବିତରଣ କମ୍ପାନି ୨୪ଘଣ୍ଟା ବିଜୁଳି ଯୋଗାଣ କରୁଛନ୍ତି କି ନାହିଁ। ଯଦି କରୁନାହାନ୍ତି ତାହେଲେ କେଉଁ କାରଣରୁ କରୁନାହାନ୍ତି ଜାଣିବା ପରେ କାର୍ଯ୍ୟାନୁ​‌ଷ୍ଠାନ ନିଆଯାଇପାରିବ। ମନ୍ତ୍ରାଳୟ ଅନୁସାରେ, ଚଳିତ ବର୍ଷ ଡିସେମ୍ବର ପର୍ଯ୍ୟନ୍ତ ଏହି କାମ କରିବାକୁ କୁହାଯାଇଛି। ସମସ୍ତ ରାଜ୍ୟ ସରକାର ଏଥିପାଇଁ ରାଜି ମଧ୍ୟ ଅଛନ୍ତି।

ତେବେ କେନ୍ଦ୍ର ଓ ରାଜ୍ୟ ସରକାର ଏହି ନିଷ୍ପତ୍ତି ମଧ୍ୟ ନେଇଛନ୍ତି ଯେ, କ୍ରସ ସବସିଡି ବନ୍ଦ କରି ସ୍ମାର୍ଟ ମିଟର ଆରମ୍ଭ କରିବେ। ପ୍ରତି ଘରେ ସ୍ମାର୍ଟ ମିଟର କିମ୍ବା ପ୍ରିପେଡ ମିଟର ରହିବା ଦରକାର।

   ସମ୍ବନ୍ଧିତ ଖବର


ପାକିସ୍ତାନରେ ଗୃହଯୁଦ୍ଧ ଆଶଙ୍କା! ସିନ୍ଧ ପୋଲିସ ମୁଖ୍ୟଙ୍କୁ ସେନା ଅପହରଣ କରିଥିବା ଅଭିଯୋଗ

ଲଦାଖରୁ ଧରାପଡିଥିବା ଚୀନ୍ ସୈନିକଙ୍କୁ ଫେରାଇଲା ଭାରତ, ୨ ଦିନ ପୂର୍ବେ ଭୁଲରେ ସୀମା ଭିତରକୁ ପଶିଆସିଥିଲେ

ପତ୍ନୀ ଓ ୬ ସନ୍ତାନଙ୍କୁ ନେଇ ଚିନ୍ତାରେ ବ୍ରିଟେନ ପ୍ରଧାନମନ୍ତ୍ରୀ, ଦରମା ଅଣ୍ଟୁନଥିବାରୁ ଛାଡିବେ ଚାକିରି…

କରୋନାକୁ ନେଇ ମୋଦିଙ୍କ ଚେତାବନୀ, ଟିକା ଆସିବା ପର୍ଯ୍ୟନ୍ତ ସତର୍କ ହେବା…

ଅହମଦାବାଦରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍, ସୂଚନା ଦେଲେ ସୌରଭ

କାମାନ୍ଧ ଯୁବକଙ୍କ ଅଜବ ଯୌନ ଲାଳସା; ମହିଳାଙ୍କ ଅନ୍ତବସ୍ତ୍ର ଚୋରାଇବା ପାଇଁ ଭାଙ୍ଗୁଥିଲେ କଠିନ ଲକଡାଉନ କଟକଣା, ଘରୁ ମିଳିଲା ୧୦୦ ବ୍ରା ଓ ୪୧ ହଳ ପ୍ୟାଣ୍ଟି…