PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

କ୍ରିସମାସର ଖୁସିକୁ ଡବଲ୍ କରିଥାଏ ଏହି ସ୍ମାଇଲି କେକ୍, ସ୍ୱାଦ ମଧ୍ୟ ନିଆରା

ନୂଆଦିଲ୍ଲୀ:୨୦|୧୨:   ପବିତ୍ର ବଡଦିନକୁ ଆଉ ମାତ୍ର ୫ ଦିନ ବାକି ରହିଛି। ଏହା ହେଉଛି ଖ୍ରୀଷ୍ଟଧର୍ମାବଲମ୍ବୀଙ୍କର ସବୁଠାରୁ ବଡ ଉତ୍ସବ। ଏହି ପର୍ବ ପାଇଁ ସେମାନେ ଅନେକ ପ୍ରସ୍ତୁତି କରିଥାନ୍ତି। ଘରକୁ ସଜେଇବା ସହ, ଖ୍ରୀଷ୍ଟମାସ୍ ଟ୍ରି ସହ ମହମବତୀ ଜାଳି ପାଳନ କରିଥାନ୍ତି। ଏହି ପର୍ବରେ ସେମାନେ ନାନା ରକମର କେକ୍ ପ୍ରସ୍ତୁତ କରିଥାନ୍ତି। ଏହାକୁ ସେମାନେ ଖୁସି ବାଣ୍ଟିବାର ଏକ ମାଧ୍ୟମ ଭାବିଥାନ୍ତି। ଆସନ୍ତୁ ନଜର ପକାଇବା କିଛି କ୍ରିସମାସ୍ କେକ୍ ଉପରେ।

ପୃଷ୍ଟିକର କେକ୍

ଏବେ ଅନେକ ଲୋକ ସ୍ୱାଦ ସହ କ୍ୟାଲୋରୀ ଜାତୀୟ କେକକୁ ପସନ୍ଦ କରିଥାନ୍ତି। ଏଥିପାଇଁ ବିଭିନ୍ନ କେକ୍ କମ୍ପାନୀ ଗୁଡ ଓ ଅଟାରେ କେକ୍ ପ୍ରସ୍ତୁତ କରୁଛନ୍ତି। ଏହି କେକର ଭଲ ଚାହିଦା ରହିଛି। କିଛି ବ୍ୟକ୍ତି ବାଦାମର କେକ୍ ପ୍ରସ୍ତୁତ କରିଥାନ୍ତି। ଏହାର ଦାମ କେଜି ପିଛା ୭୦୦ରୁ ୧୦୦୦ ଟଙ୍କା ରହିଥାଏ।

ବାଦାମ କେକ୍

ଏହି କେକ୍ ପ୍ରସ୍ତୁତ କରିବା ପାଇଁ ଦୁଗ୍ଧ ଜାତୀୟ ଉତ୍ପାଦ ବ୍ୟବହାର ହୁଏ ନାହିଁ। ଏଥିରେ ଅଣ୍ଡା ବଦଳରେ କଦଳୀ ଓ ମଇଦା ବଦଳରେ ବାଦାମର ଅଟା ବ୍ୟବହାର କରାଯାଏ। ଏହା ଫ୍ୟାଟ୍ ଫ୍ରି ଅଟେ। ଏହାକୁ କେଜି ପିଛା ୨୦୦୦ରୁ ୨୫୦୦ ଟଙ୍କାରେ ବିକ୍ରି କରାଯାଏ।

ରୟାଲ ଆଇସିଂ କେକ୍

ଯଦି ଆପଣ କ୍ରିସମାସ୍ କେକକୁ ବହୁଦିନ ଧରି ସାଇତି ରଖିବାକୁ ଚାହାଁନ୍ତି ତେବେ ରୟାଲ୍ ଆଇସିଂ କେକ୍ ଏକ ଭଲ ବିକଳ୍ପ ଅଟେ। ଏହାର ଭିତରେ ଫଳ ଓ ବାହାରେ ଚିନିର ଆବରଣ ଦିଆଯାଇଥାଏ। ଏହା ଜଲଦି ଖରାପ ହୁଏ ନାହିଁ। ଏହାକୁ ୨ ସପ୍ତାହରୁ ଅଧିକ ସମୟ ଯାଏଁ ବାହାରେ ରଖିହୁଏ। ଏହାର ଦାମ କେଜି ପିଛା ୧୧୦୦ରୁ ୧୨୦୦ ଟଙ୍କା ପଡିଥାଏ।

ପ୍ଲମ୍ କେକ୍

କ୍ରିସମାସରେ ରମ୍ ଓ ପ୍ଲମ୍ କେକ୍ ବିନା ପର୍ବ ଅଧୂରା ରହିଯାଏ। ଏହାକୁ ବ୍ରେଡରୁ ପ୍ରସ୍ତୁତ କରାଯାଏ। ଏବେ ଏହା ଉପରେ କ୍ରିମ୍ ଲେୟାର ଦିଆଯାଇ ବିଭିନ୍ ଡିଜାଇନର ପ୍ରସ୍ତୁତ କରାଯାଉଛି। ଏହାରୁ ରମ୍ ଓ ଜୁସରେ ଓଦ ହୋଇ ରହିଥିବା ମଇଦାକୁ ବ୍ୟବହାର କରାଯାଏ। ଏହାର ଦାମ ୧୨୦୦ରୁ ୧୫୦୦ ଟଙ୍କା ରହିଛି।

ସାଣ୍ଟା ଡୋମ୍ କେକ୍

ସାଣ୍ଟାକ୍ଲଜ୍ ଛୋଟ ଛୁଆଁଙ୍କୁ କ୍ରିସମାସରେ ଉପହାର ଦେଇଥାଏ। ଏହାକୁ ନଜରରେ ରଖି କାର୍ଟୁନ ଭଳି ଦେଖାଯାଉଥିବା ଡୋମ୍ କେକ୍ ପ୍ରସ୍ତୁତ କରାଯାଏ। ଡୋରେମନ୍, ସିନଚାନ୍ ଆଦି କାର୍ଟୁନକୁ ଏଥିରେ ସ୍ଥାନ ଦିଆଯାଏ। ଏହାର ଦାମ ୧୫୦ରୁ ୨୦୦ ଟଙ୍କା ଭିତରେ ହୋଇଥାଏ।