ଏଣିକି ଆଧାର ଭଳି ଜମିକୁ ମିଳିବ ‘ୟୁନିକ୍‌ ଲ୍ୟାଣ୍ଡ୍‌ ପାର୍ସଲ’ ନମ୍ବର, ଡିଜିଟାଲିକରଣ ହେବ ଜମି ରେକର୍ଡ

ନୂଆଦିଲ୍ଲୀ ୧୯/୯:ଏବେ ଆପଣଙ୍କ ପ୍ଲଟ ବା ଜମିକୁ ବି ଆଧାର ଭଳି ନମ୍ବର ମିଳିବ । ଏଥିପାଇଁ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଷ୍ଟାଣ୍ଡାର୍ଡ ୟୁନିକ୍‌ ଲ୍ୟାଣ୍ଡ୍‌ ପାର୍ସଲ ନମ୍ବର ସିଷ୍ଟମ୍‌ ଉପରେ କାର୍ଯ୍ୟ ଆରମ୍ଭ କରିଦେଲାଣି । ଫଳରେ ଜମିକୁ ଏକ ୟୁନିକ୍‌ ଆଇଡେଣ୍ଟିଟି ନମ୍ବର(ୟୁଆଇଡି) ମିଳିବ । ଏହା ଦ୍ୱାରା ଜମି ବିବାଦ କମିବ । ଏହି ନମ୍ବରରେ ଜମିର ଆକାର ଏବଂ ମାଲିକାନାସତ୍ୱ ସହ ରାଜ୍ୟ, ଜିଲ୍ଲା, ତହସିଲ, ବ୍ଲକ୍‌ ଏବଂ ସଡ଼କର ବିବରଣୀ ରହିବ।

ୟୁନିକ୍‌ ଲ୍ୟାଣ୍ଡ୍‌ ପାର୍ସଲ ନମ୍ବରକୁ ପରେ ଆଧାର ଏବଂ ରାଜସ୍ୱ କୋର୍ଟ ସିଷ୍ଟମ୍‌ ସହ ଯୋଡ଼ାଯାଇପାରିବ । ସରକାରୀ ଅଧିକାରୀଙ୍କ କହିବା ଅନୁସାରେ, ସବୁ ଜମିଗୁଡିକୁ ସ୍ୱତନ୍ତ୍ର ପରିଚୟ ନମ୍ବର ଦେବା ଦ୍ୱାରା ରିଅଲ ଇଷ୍ଟେଟ୍‌ କାରବାର ସହଜ ହେବ । ସମ୍ପତ୍ତି ଟିକସ ସହ ଜଡ଼ିତ ମାମଲାଗୁଡିକର ସମାଧାନରେ ଏହା ସହାୟକ ହେବ । ସରକାରୀ ପ୍ରକଳ୍ପ ଗୁଡିକ ପାଇଁ ଜମି ଅଧିଗ୍ରହଣ ସହଜ ହେବ । ଜମି ରେକର୍ଡର ଡିଜିଟାଲିକରଣ ଦିଗରେ ଏହି ପଦକ୍ଷେପ ନିଆଯିବ ।

   ସମ୍ବନ୍ଧିତ ଖବର


ଧନୀ କ’ଣ ସତରେ ଚିନ୍ତା କରନ୍ତି ଗରିବଙ୍କ ଉନ୍ନତି? ଏକ ରୋଚକ ସ୍ଥିତି- ୮୦ କୋଟିପତି ଗରିବଙ୍କ ଅଧିକାର ନେଇ କରୁଛନ୍ତି ଚିତ୍କାର…

୧୦ ବର୍ଷରେ ପଇସା ହୋଇଯିବ ଦୁଇଗୁଣା, ଜାଣନ୍ତୁ ଏହି ସ୍କିମ୍ ସମ୍ପର୍କରେ…

ଦୀପାବଳି ପୂର୍ବରୁ କିଣନ୍ତୁ ଦେଶର ସବୁଠୁ ଶସ୍ତା ବାଇକ୍, ଯାହାର ମୂଲ୍ୟ ମାତ୍ର ଏତିକି ଟଙ୍କା

ଏବେ କାଶ୍ମୀରରେ ଭାରତର ଅନ୍ୟ ରାଜ୍ୟର ଲୋକ କିଣିପାରିବେ ଜମି

ଚୀନ୍‌ର ମୁଣ୍ଡ ବିନ୍ଧା ଆରମ୍ଭ:ଭାରତ – ଆମେରିକାର ମନ୍ତ୍ରୀ ସ୍ତରୀୟ ଆଲୋଚନା ପରେ ଚୀନ୍‌ ଦେଉଛି ପରୋକ୍ଷ ଧମକ

ଆପଣଙ୍କ ATM କାର୍ଡରୁ ମିଳିବ ୧୦ ଲକ୍ଷ ଟଙ୍କା, ଜାଣନ୍ତୁ ଏହି ଅଫର୍ ସମ୍ପର୍କରେ…