PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ସରିଆସୁଛି ନଗଦର ରାଜ୍‌: ଡିଜିଟାଲ ମୁଦ୍ରାକୁ ଫୋକସ୍‌ କରିବ ସିଙ୍ଗାପୁର, ଭାରତରେ ଏବେ ବି ନଗଦର ରାଜା

ନୂଆଦିଲ୍ଲୀ ୩୦/୧୨: ସମ୍ପ୍ରତି ଡିଜିଟାଲ ଯୁଗରେ ଅଧିକାଂଶ ଦେଣନେଣ ଅନ୍‌ଲାଇନ୍‌ରେ ହୋଇପାରୁଛି । ସପିଙ୍ଗ୍‌ଠାରୁ ପେମେଣ୍ଟ ପର୍ଯ୍ୟନ୍ତ ଡିଜିଟାଲ ମାଧ୍ୟମକୁ ଆପଣାଉଛନ୍ତି ଯୁବପିଢ଼ି । ଏହି ଧାରା କ୍ରମଶଃ ବଢ଼ିବାରେ ଲାଗିଛି । ଫଳରେ ନଗଦ କାରବାର କମିବାରେ ଲାଗିଛି । ତା’ଛଡ଼ା ନଗଦ ପରିଚାଳନାରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଥିବାରୁ ଅଧିକାଂଶ ରାଷ୍ଟ୍ର ଏହାର ବ୍ୟବହାରକୁ ସଂକୁଚିତ କରିବା ପାଇଁ ତତ୍ପରତା ଦେଖାଇଲେଣି ।

ନଗଦ କାରବାର କ୍ଷେତ୍ରରେ ଅନେକ ସମସ୍ୟା ରହିଛି । ବେଆଇନ ନଗଦ କାରବାରକୁ ଠାବ କରିବା ମୁସ୍କିଲ ହେଉଥିବା ବେଳେ ଚୋରି, ଲୁଟ୍‌ ଓ ରାହାଜାନି ଭୟ ବି ରହୁଛି । ଏମିତି କି ସରକାରୀ ସ୍ତରରେ ଏହା ଦୁର୍ନୀତିକୁ ପ୍ରୋତ୍ସାହିତ କରୁଛି । ତେଣୁ ବେନଗଦୀ କାରବାର ଦ୍ୱାରା ଏ ସବୁ ସମସ୍ୟାର ମୁକାବିଲା କରାଯାଇ ପାରିବ ବୋଲି ଅଧିକାଂଶ ରାଷ୍ଟ୍ର ହୃଦୟଙ୍ଗମ କରିସାରିଲେଣି ।

ବ୍ରିଟେନ୍‌ରେ ହେଉଥିବା ଆର୍ଥିକ ଦେଣନେଣରେ ନଗଦର ଅଂଶ ମାତ୍ର ୩୦% ରହିଛି । ଅର୍ଥାତ୍‌ ୭୦% କାରବାର ବେନଗଦୀ ଉପାୟରେ କରାଯାଉଛି । ଦକ୍ଷିଣ କୋରିଆ ନଗଦ କାରବାର ସମ୍ପୂର୍ଣ୍ଣ ବନ୍ଦ ପାଇଁ ଚିନ୍ତା କରୁଥିବା ବେଳେ ସିଙ୍ଗାପୁର ମଧ୍ୟ ଏହାକୁ କମାଇବା ପାଇଁ ଯୋଜନା କରୁଛି । ଚୀନ୍‌ରେ ଅଧା କାରବାର ବେନଗଦୀ ଉପାୟରେ ହେଉଛି । ଅନ୍ୟପକ୍ଷରେ ଭାରତର ଚିତ୍ର ଏବେ ଓଲଟା ରହିଛି । ଏଠାରେ ସରକାର ୨୦୧୬ରେ ନୋଟ୍‌ ବନ୍ଦୀ ପଦକ୍ଷେପ ନେବା ପରେ ନଗଦ କାରବାର ଅଧିକ ବୃଦ୍ଧି ପାଇଛି । ଏବେ ୯୦% କାରବାର କେବଳ ନଗଦରେ ହେଉଛି । ତେବେ ଦେଶରେ ବେନଗଦୀ କାରବାର ଏବେ ଧୀରେ ଧୀରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି ।

ଡିଜିଟାଲ ଯୁଗରେ ବଞ୍ଚୁଥିବା ଯୁବପିଢ଼ି ଏବେ ବିଭିନ୍ନ ଆପ୍ଲିକେସନ୍‌ ବ୍ୟବହାର କରୁଛନ୍ତି । ଆର୍ଥିକ କାରବାର ଲାଗି ସେମାନେ ବହୁଳ ଭାବେ ଆପ୍‌ ବ୍ୟବହାର କରୁଛନ୍ତି । ଅନ୍‌ଲାଇନ୍‌ ସପିଙ୍ଗ୍‌ରେ କ୍ୟାସ୍‌-ଅନ୍‌-ଡେଲିଭରି ବ୍ୟବସ୍ଥା ଦ୍ରୁତ ହାରରେ ସଂକୁଚିତ ହେବାରେ ଲାଗିଛି । ତେଣୁ ଆଗାମୀ ଦଶନ୍ଧିରେ ବେନଗଦୀ କାରବାର ବଢ଼ିବ ବୋଲି ଆଶା କରାଯାଉଛି ।

ନଗଦ କାରବାରକୁ କମାଇବା ପାଇଁ କେତେକ ଦେଶ ପକ୍ଷରୁ କ୍ରିପ୍ଟୋକରେନ୍ସି ପ୍ରଚଳନ କରାଗଲାଣି । ଫେସ୍‌ବୁକ୍‌ର ଡିଜିଟାଲ୍‌ କରେନ୍ସି ‘ଲିବ୍ରା’ ୨୦୨୦ରେ ପ୍ରଚଳନ ହେବ ବୋଲି ଆଶା କରାଯାଉଛି ।
ନ୍ୟୁ ମନି ରିଭ୍ୟୁର ପ୍ରତିଷ୍ଠାତା ସମ୍ପାଦକ ପଲ୍‌ ଆମେରି କହିଛନ୍ତି, କିଛି ବର୍ଷ ମଧ୍ୟରେ ନୋଟ୍‌ ଏବଂ କଏନ୍‌ର ବ୍ୟବହାର ଦ୍ରୁତ ହାରରେ କମିଯିବ । ୫ ବର୍ଷ ମଧ୍ୟରେ ନଗଦ ସମ୍ପୂର୍ଣ୍ଣ ଲୋପ ପାଇବ । ନଗଦ କାରବାର କରିବାରୁ ଲୋକମାନେ ବିମୁଖ ହେବେ ।

ଉଲ୍ଲେଖଯୋଗ୍ୟ, ୨୦୧୮ରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟିନ୍‌ ଲାଗାର୍ଡେ ସ୍ମାର୍ଟଫୋନ୍‌କୁ ଟାଉନ୍‌ ସ୍କୋୟାର ସହ ତୁଳନା କରିଥିଲେ । ଲୋକମାନେ ଏହି ଫୋନ୍‌ରେ ହିଁ ସବୁ କାରବାର କରିବେ । ଟଙ୍କା ଖୋଦ ପରିବର୍ତ୍ତନ ହେବାରେ ଲାଗିଛି । ଡିଜିଟାଲ ମନି କାରବାର ଆଗକୁ ବ୍ୟାପକ ହେବାକୁ ଯାଉଛି । ଆର୍ଥିକ ଅନ୍ତର୍ଭୁକ୍ତୀକରଣ କ୍ଷେତ୍ରରେ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ।