ଟ୍ରୋଲ୍ ହେଲେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ, ୟୁଜର୍ସ କହିଲେ- ମୋଦି ବାଜି ମାରିଦେଲେ.. ତୁମେ ପୁଣି ପଛରେ ରହିଗଲ…

ଭାପାଳ ୧୮।୧୧: ନିଜ ପ୍ରତିକ୍ରିୟା ଯୋଗୁଁ ବିବାଦରେ ରହୁଥିବା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। କିଛି ଦିନ ତଳେ ଦିଗବିଜୟ ସିଂହ ଟ୍ବିଟରରେ ନିଜ ଟ୍ବିଟକୁ ନେଇ ଟ୍ରୋଲରଙ୍କ ଟାର୍ଗେଟକୁ ଆସିଥିଲେ। ଆଜି ପୁଣି ସେହିଭଳି କିଛି ହୋଇଛି, ଯେତେବଳେ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ଟ୍ବିଟରରେ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ସେତେବେଳେ ୟୁଜର୍ସ ପୁଣି ତାଙ୍କୁ ଟ୍ରୋଲ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଦିଗବିଜୟ ସିଂହ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ଟ୍ବିଟର ମାଧ୍ୟମରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି କି-‘ମାନନୀୟ କମଳନାଥଙ୍କ ଜନ୍ମ ଦିବସରେ ତାଙ୍କୁ ହାର୍ଦ୍ଦିକ ଶୁଭକାମନା।’ ଦିଗବିଜୟ ସିଂହଙ୍କ ଏହି ଟ୍ବିଟ ପରେ ଲୋକମାନେ ଭୟଙ୍କର ଭାବରେ ନିଜର କ୍ରୋଧ ବାହାର କରିଛନ୍ତି ଏବଂ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।  

ଜଣେ ୟୁଜର୍ସ ଦିଗବିଜୟ ସିଂହଙ୍କ ଟ୍ବିଟରରେ ଲେଖିଛନ୍ତି କି- ଏହାଠାରୁ ବି କମ୍ ଶବ୍ଦରେ ଶୁଭେଚ୍ଛା ଦେଇ ପାରିଥାନ୍ତେ। ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି କି-ଚର୍ଚ୍ଚା..ଏଠାରେ ବି ମୋଦିଜୀ ବାଜି ମାରି ଦେଲେ। ତୁମେ ପୁଣି ପଛରେ ରହିଗଲ…୩ ମିନିଟରେ। ଆଉ ଜଣେ ୟୁଜର୍ସ ଦିଗବିଜୟ ସିଂହଙ୍କ ମଜା ଉଡାଇବା ସହ ଟ୍ବିଟରେ ଲେଖିଛନ୍ତି କି- ମହୋଦୟ, ଆପଣଙ୍କୁ ଇତିହାସ ପୁସ୍ତକରେ ଏକ ସଫଳ ଓ ଅସଫଳ ନେତା ରୂପରେ ସ୍ମରଣ କରାଯିବ। ଏଭଳି ଅନେକ ୟୁଜର୍ସ ଅଛନ୍ତି ଯେଉଁମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।

   ସମ୍ବନ୍ଧିତ ଖବର


ଓ୍ବାଜିଦଙ୍କ ପରଲୋକ ପରେ ପରିବାର ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ପତ୍ନୀ, କହିଲେ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଉଛି …

ନାଗାଲାଣ୍ଡର ଏହି ଗାଁରେ ହୀରା ମିଳିବା ଖବର ପରେ ପାହାଡ ଖୋଳିଦେଲେ ଗ୍ରାମବାସୀ

‘ନିବାର’ ବାତ୍ୟା ଯୋଗୁ ବେଳାଭୂମିରେ ଜମା ହେଲା ସୁନା, କଥା ପ୍ରଚାର ହେବା ପରେ ସୁନାର ସନ୍ଧାନ ପାଇଁ ଲାଗିଲା ପ୍ରବଳ ଭିଡ଼

ଶାଳୀକୁ ନେଇ ଫେରାର ହେଲା ଭିଣୋଇ, ଧରା ପଡିବା ପରେ ବିଷ ପିଇଲେ ଯୁବତୀ

ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର