PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହୀରାକୁଦରେ ପର୍ଯ୍ୟଟନର ବିକାଶ ପାଇଁ ୧୩୦ କୋଟି ବ୍ୟୟ ହେବ
  • ||
  • ଗଞ୍ଜାମ ପୁରୁଷୋତ୍ତମପୁର- ପ୍ରେମିକାକୁ ଜୀଅନ୍ତା ଜାଳିଦେବା ଘଟଣାରେ ଅଭିଯୁକ୍ତ ଯୁବକ ଗିରଫ
  • ||
  • ଭୁବନେଶ୍ଵର : ଅଗଷ୍ଟ ପ୍ରଥମ ସପ୍ତାହରୁ +୨ ନାମଲେଖା ପ୍ରକ୍ରିୟା, ଜୁଲାଇ ଶେଷ ସୁଦ୍ଧା ବିସ୍ତୃତ ତଥ୍ୟ ଅପଡେଟ୍‌ ପାଇଁ ଜୁନିୟର୍‌ କଲେଜଗୁଡ଼ିକୁ ନିର୍ଦ୍ଦେଶ
  • ||
  • ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ଟି ଗେଟ୍, ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କୁ ଘରେ ଟିକା ଦେବା ମାମଲା : ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଓ କୌଣସି ପରିଚୟ ପତ୍ର ନଥିବା ଲୋକଙ୍କ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ହାଇକୋର୍ଟଙ୍କ ନିର୍ଦେଶ
  • ||
  • ବଲାଙ୍ଗିର : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ୟୁଜିସି ମାନ୍ୟତା ନମିଳିବା ପ୍ରସଙ୍ଗ, ଭିସିଙ୍କୁ ଭେଟି ଆଲୋଚନା କଲା ଛାତ୍ର କଂଗ୍ରେସ
  • ||
  • ରାଜ୍ୟରେ ଅଗଷ୍ଟରୁ ଅକ୍ଟୋବର ଭିତରେ ଆସିବ ତୃତୀୟ ଲହରୀ : ବିଜୟ ମହାପାତ୍ର
  • ||
  • ନୀଳଗିରି : ନୀଳଗିରି ନିକଟ ଆମ୍ବଡିହା ଛକରେ ଦୁର୍ଘଟଣା, ମେଡ଼ିକାଲକୁ ବିଲେଇ କାମୁଡ଼ା ଇଞ୍ଜେକ୍ସନ୍ ନେବାକୁ ଆସୁଥିବା ବେଳେ ବାଇକ୍ ଦୁର୍ଘଟଣାରେ ମହିଳା ମୃତ, ମୃତ ମହିଳା ହେଲେ ଖନ୍ତାପଡା ଥାନା ବରୁଣସିଂ ଗ୍ରାମର ଭିକା ଦାସଙ୍କ ସ୍ତ୍ରୀ ତୁଳସୀ
  • ||
  • କଟକ : ଚୌଦ୍ଵାର କଲେଜ ପଛପଟ ସାହିରେ ଲୁଟ୍, ଘରେ କେହି ନଥିବାର ସୁଯୋଗ ନେଇ ଲୁଟି ନେଲେ ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା
  • ||
  • ରାଇରଙ୍ଗପୁର : ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ନୁରୁବାଦଡା ଗ୍ରାମରେ ଟ୍ରାକ୍ଟର ଧକ୍କାରେ ବାଇକ ଆରୋହୀ ମୃତ
  • ||
  • ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟାର ଚାଲିଛି ଅଡିଟ୍, ଶେଷ ହେବାକୁ ଆଉ ୧୦ ରୁ ୧୫ ଦିନ ସମୟ ଲାଗିବ : ଡିଏମଇଟି
  • ||
  • କେସିଙ୍ଗା : କେସିଙ୍ଗା ପରିଦର୍ଶନ ସହ ବିଭିନ୍ନ ପ୍ରକଳ୍ପ କାମର ସମୀକ୍ଷା କଲେ ପିଡି ଡିଆରଡିଏ
  • ||
  • ନୂଆଦିଲ୍ଲୀ : କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମାଇ
  • ||
  • ଭୁବନେଶ୍ଵର : ଦିଲ୍ଲୀରୁ ଚୋରି ଭୁବନେଶ୍ଵରରେ ଗିରଫ, କୋଟିଏ ଟଙ୍କାର ଅଳଙ୍କାର ଚୋରି କରି ଚମ୍ପଟ ମାରିଥିଲା ଚୂନଲଗା ଚାକରାଣୀ, ସାଲିହାସାହିରୁ ଧରିଲା ପୋଲିସ
  • ||
  • ଜଗତସିଂହପୁର : ରାତି ଅଧରେ ଧାରଣାରତ ମହିଳାଙ୍କ ଉପରେ ଆକ୍ରମଣ, ମାଡ଼ ମାରି ଗାଳିଗୁଲଜ କଲେ ୫ରୁ ଉର୍ଦ୍ଧ୍ଵ ଦୁର୍ବୃତ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୭୦୩କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୭୦୩ ଜଣ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଅଣାୟତ୍ତ ଡେଙ୍ଗୁ, ଜୀବନ ସହ ଖେଳୁଛି ବିଏମ୍‌ସି, ମାଡ଼ିଚାଲିଛି ଏଡିସ୍‌ ମଶା ବଂଶ
  • ||

ଅଙ୍କ ଓଲଟପାଲଟ: ନବୀନ ନିବାସରେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬ ।୩(ବ୍ୟୁରୋ): ବିଜୁ ମାର୍କା ମରା ଜଣେ ଓଜନିଆ ନେତା (ଦାମ) ‘ପଦ୍ମ’ ପୋଖରୀକୁ ଡେଇଁଲେ । ସମାନ ଓଜନର ଆଉ ଜଣେ ବିଜୁ ଲିଗାସି ନେତା ଏବେ ସେଇ ପୋଖରୀରୁ ‘ଶଙ୍ଖ’ ପିଠିକୁ ଲମ୍ଫ ମାରିଛନ୍ତି । ଅଙ୍କ ଓଲଟପାଲଟ ହୋଇ ଯାଇଛି ।
ତିନି ମାସ ତଳେ ବିଜେପିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ଦିଲ୍ଲୀପ ରାୟ ଆସନ୍ତା କାଲି ବିଜେଡିକୁ ଫେରିବେ । ଶନିବାର ବିଳମ୍ବିତ ସନ୍ଧ୍ୟାରେ ସେ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ପାଖକୁ ଯାଇଥିଲେ, ନିମନ୍ତ୍ରଣ ପାଇ । ୨୦୦୨ରେ ଶେଷ ଥର ଦିଲ୍ଲୀପ ନବୀନ ନିବାସ ଯାଇଥିଲେ । ୧୭ ବର୍ଷ ପରେ ପୁଣି ପାଦ ପକାଇଲେ ।
ନବୀନଙ୍କ ସହ ମାତ୍ର ୫ ମିନିଟ ଆଲୋଚନା କରି ଦିଲ୍ଲୀପ ବାହାରି ଥିଲେ । ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ, କିନ୍ତୁ ଫେରିଲା ବେଳେ ବେଶ୍‌ ହସହସ ମୁହଁ ଥିଲା ତାଙ୍କର । ମିଳିଥିବା ସୂଚନା ଅନୁସାରେ ଆସନ୍ତା କାଲି ସେ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେବେ ।
ଶୁଣାଯାଉଛି, କେନ୍ଦ୍ରାପଡ଼ା କିମ୍ବା ବରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ ବିଜେଡି ମୁଖିଆ ଦିଲ୍ଲୀପଙ୍କୁ ପ୍ରସ୍ତାବ ଦେଇଛନ୍ତି । ବରଗଡ଼ ପାଇଁ ସେ ଆଗ୍ରହୀ ନୁହନ୍ତି ବୋଲି ଜଣାଇ ଦେଇଛନ୍ତି । କିନ୍ତୁ କେନ୍ଦ୍ରାପଡ଼ା କଥା ମନା କରି ନାହାନ୍ତି ।
ଦିଲ୍ଲୀପ କେନ୍ଦ୍ରାପଡ଼ାରୁ ପ୍ରାର୍ଥୀ ହେଲେ ବୈଜୟନ୍ତଙ୍କ ହିସାବ ଗୋଳମାଳିଆ ହୋଇଯିବ । କାରଣ ତାଙ୍କ ସହ ବିଜେପି ଛାଡ଼ିଥିବା ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଷ୍ଟ୍ରଙ୍ଗମ୍ୟାନ ଭାବେ ଜଣାଶୁଣା ବିଜୟ ମହାପାତ୍ର ଦିଲ୍ଲୀପଙ୍କୁ ସମର୍ଥନ କରିବେ । ବିଜୟ ଏବଂ ଦିଲ୍ଲୀପଙ୍କ ମଧ୍ୟରେ ସମ୍ପର୍କ ଏମିତି ଯେ ବିଜେଡି ବାହାରେ ରହିଲେ ବି ଦିଲ୍ଲ୍‌ୀପଙ୍କୁ ସମର୍ଥନ କରିବେ ସେ । ପାଟକୁରା, ମହାକାଳପଡ଼ା, ରାଜନଗର, କେନ୍ଦ୍ରାପଡ଼ା ବିଧାନସଭା ଅଞ୍ଚଳରେ ବିଜୟଙ୍କର ବେଶ୍‌ ଦବ୍‌ଦବା ରହିଛି । ଆଳି, ମାହାଙ୍ଗା ଏବଂ ସାଲେପୁର ଅଞ୍ଚଳରେ ବି ତାଙ୍କ ପ୍ରଭାବ ରହିଛି ।
ଏପଟେ ସାଲେପୁର ବିଧାୟକ ପ୍ରକାଶ ବେହେରାଙ୍କୁ ବିଜେପିକୁ ନେଇ ନିଜ ଦୁର୍ଗକୁ ଶକ୍ତିଶାଳୀ କରିବେ ବୋଲି ବୈଜୟନ୍ତ ଆକଳନ କରିଥିଲେ । ଦିଲ୍ଲୀପ ଛିଡ଼ା ହେଲେ ସମୀକରଣ ବଦଳିଯିବ ।
ରାଜ୍ୟ ରାଜନୀତିର ବେଶ୍‌ ପରିଚିତ ଚେହେରା ଦିଲ୍ଲୀପ ରାୟଙ୍କ ଗତିବିଧି ଉପରେ ଗତ କିଛିଦିନ ହେବ ରାଜନୈତିକ ମହଲର ନଜର ଲାଗି ରହିଥିଲା । ୩ ମାସ ତଳେ ବିଜେପିର ହାତ ଛାଡ଼ିଥିବା ଶ୍ରୀ ରାୟ ପୁଣି ଶଙ୍ଖ ଫୁଙ୍କିବେ ବୋଲି ଦୁଇଦିନ ହେବ ଚର୍ଚ୍ଚା ହେଉଥିଲା । ଶନିବାର ସନ୍ଧ୍ୟାରେ ଏ ଚର୍ଚ୍ଚାର ଅବସାନ ଘଟିଛି । ଦିଲ୍ଲୀପ ନବୀନ ନିବାସ ଆସିବା ପରେ ରାଜ୍ୟ ରାଜନୀତିରେ ହଠାତ୍‌ କରେଣ୍ଟ ଲାଗିଛି । ବିଜେଡି ଶିବିରରେ ଭରିଛି ନୂଆ ଉତ୍ସାହ ।
ଶନିବାର ସନ୍ଧ୍ୟା ୭ଟା ୪୬ ହେବ । ଗଣମାଧ୍ୟମ ପ୍ରତିନିିଧି ନବୀନ ନିବାସ ଗେଟ ନିକଟରେ ଭିଡ଼ କରିଥିଲେ । ଏକ ଧଳା ରଙ୍ଗର କାର ଦ୍ରୁତ ଗତିରେ ଆସିଲା । ଗାଡ଼ିର ପଛ ସିଟରେ ବସିଥିଲେ ଦିଲ୍ଲୀପ । ପୂର୍ବରୁ ଗେଟ୍‌ ସୁରକ୍ଷା କର୍ମୀଙ୍କୁ ନିର୍ଦ୍ଦେଶ ଥିଲା । କାର୍‌ ପହଞ୍ଚିବା ମାତ୍ରେ ଗେଟ୍‌ ଖୋଲିଲା । ଗାଡ଼ି ସିଧା ପୋର୍ଟିକୋରେ ପହଞ୍ଚିବା ପରେ ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ, ପିନାକୀ ମିଶ୍ର, ବିକ୍ରମ ଆରୁଖ, ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଦିଲ୍ଲୀପଙ୍କୁ ପାଛୋଟି ନେଲେ । ଭିତରକୁ ଯାଇ ନବୀନଙ୍କ ସହ ପ୍ରାୟ ୫ ମିନିଟର ରୁଦ୍ଧଦ୍ୱାର ବୈଠକ କଲେ ଦିଲ୍ଲୀପ । ସାଙ୍ଗେ ସାଙ୍ଗେ ଭିଆଇପି ଗେଟ୍‌ ଦେଇ ବାହାରିଗଲେ । ସାମ୍ବାଦିକମାନେ ଚାହିଁଲେ ବି ପ୍ରତିକ୍ରିୟା ନେଇପାରିଲେନି ।
ବିଜୁ ଜନତା ଦଳ ଗଠନରେ ସକ୍ରିୟ ଭୂମିକା ତୁଲାଇଥିବା ଦିଲ୍ଲୀପ ୨୦୦୨ରେ ବିଜେଡିରେ ଅଲୋଡ଼ା ହୋଇ ପଡ଼ିଥିଲେ । ତେବେ ବିଜେଡିକୁ ଚାଲେଞ୍ଜ କରି ରାଜ୍ୟସଭାକୁ ପୁଣି ନିର୍ବାଚିତ ହେବା ପରେ ବିଜେଡି ସହ ସଂପର୍କ ତୁଟାଇ ଦେଇଥିଲେ । ୨୦୦୪ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । ୨୦୦୮ରେ କଂଗ୍ରେସ ଛାଡ଼ି ପରବର୍ତ୍ତୀ ସମୟରେ ବିଜେପିରେ ସାମିଲ ହୋଇଥିଲେ । ଗତ ୨୦୧୪ ନିର୍ବାଚନରେ ଦିଲ୍ଲୀପ ବିଜେପି ଟିକେଟରେ ରାଉରକେଲାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମାତ୍ର ପ୍ରଧାନମନ୍ତ୍ରୀ ରାଉରକେଲାବାସୀଙ୍କୁ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲର ପ୍ରତିଶ୍ରୁତି ପୂରଣ ନହେବାରୁ ଗତ ନଭେମ୍ବର ୩୦ରେ ଶ୍ରୀ ରାୟ ବିଜେପିରୁ ଇସ୍ତଫା ଦେଇଥିଲେ । ଦିଲ୍ଲୀପଙ୍କ ସହ ବିଜୟ ମହାପାତ୍ର ମଧ୍ୟ ବିଜେପି ଛାଡ଼ିଥିଲେ । ଦଳର ରାଷ୍ଟ୍ରୀୟ ସଭାପତି ଅମିତ୍‌ ଶାହଙ୍କୁ ଦୁହେଁ ଚିଠି ଲେଖି ଦଳ ଲକ୍ଷଚ୍ୟୁତ ହୋଇଥିବାରୁ ସେମାନେ ଦଳ ଛାଡୁଥିବା ଉଲ୍ଲେଖ କରିଥିଲେ ।

ସମ୍ବନ୍ଧିତ ଖବର