ଯେତେବେଳେ ମାୟାବତୀଙ୍କ ପାଦ ଛୁଁଇଲେ ଡିମ୍ପଲ ଯାଦବ, ଆର୍ଶିବାଦ ମିଳିଲା ବିଜୟୀ ହୁଅ ବୋହୂ,ଏହି ଫଟୋକୁ ନେଇ ବଢିଲା ରାଜନୈତିକ ଚର୍ଚ୍ଚା

କନୌଜ,୨୬।୪: ଲୋକସଭା ନିର୍ବାଚନରେ ଏଥର ଦେଖିବାକୁ ମିଳିଛି ହାଇଭୋଲଟେଜ ଡ୍ରାମା। ତାହା ପୁଣି ଯେଉଁ ଦଳ ଗୁଡିକ ପରସ୍ପରର ପରମ ଶତ୍ରୁ ଥିଲେ ଏବେ ଏକାଠି ହୋଇଛନ୍ତି ଏନଡିଏକୁ ମାତ୍ ଦେବା ପାଇଁ। ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି ମଧ୍ୟରେ ଏବେ ଏଭଳି କ୍ଷୀର-ନୀର ସମ୍ପର୍କ ଦେଖିବାକୁ ମିଳିଛି। ନିକଟରେ ଗୋଟିଏ ମଞ୍ଚରେ ଚିରପ୍ରତିଦ୍ବନ୍ଦୀ ମୁଲାୟମ ସିଂହ ଯାଦବ ଏବଂ ମାୟାବତୀଙ୍କୁ ଦେଖିବାକୁ ମିଳିଥିଲା। କିନ୍ତୁ ଗତ ଗୁରୁବାର ଥିଲା ଆଉ ଟିକେ ଭିନ୍ନ ଦୃଶ୍ୟ।

କନୌଜରେ ବିଏସପି ଏବଂ ଏସପିର ମିଳିତ ରାଲିରେ ମାୟାବତୀ ଏବଂ ଏସସି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସହ ତାଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କୁ ଦେଖିବାକୁ ମିଳିଥିଲା। ଏହି ସମୟରେ ଡିମ୍ପଲ ଯେତେବେଳେ ମାୟାବତୀଙ୍କ ପାଦ ଛୁଇଁଥିଲେ,ସେତେବେଳେ ମାୟାବତୀ ମଧ୍ୟ ତାଙ୍କୁ ବୋହୂ କହି ସମ୍ବୋଧନ କରିବା ସହ ବିଜୟୀ ହେବାର ଆର୍ଶୀବାଦ ଦେଇଥିଲେ। ଯାହାକୁ ନେଇ ଏବେ ୟୁପିରେ ବେଶ୍ ଚର୍ଚ୍ଚା ଚାଲିଛି।

ଏହି ରାଲିରେ ଡିମ୍ପଲ ଭୋଟ ପାଇଁ ଲୋକଙ୍କୁ ଅପିଲ କରିଥିଲେ। ଏହାପରେ ମାୟାବତୀ ଡିମ୍ପଲଙ୍କ ସମର୍ଥନରେ ଭୋଟ ଦେବାକୁ ଅପିଲ କରି କହିଥିଲେ ଏସପି ସହିତ ମେଣ୍ଟ ପରେ ଡିମ୍ପଲ ଯାଦବଙ୍କୁ ମୁଁ ହୃଦୟରୁ ନିଜର ବୋହୁ ବୋଲି ମାନୁଛି। ଅଖିଳେଶ ଯାଦବ ମଧ୍ୟ ମୋତେ ଖୁବ୍ ସମ୍ମାନ ଦିଅନ୍ତି, ସେଥିପାଇଁ ତାଙ୍କର ପତ୍ନୀଙ୍କର ଆମ ପରିବାର ସହିତ ଏକ ଭିନ୍ନ ସମ୍ପର୍କ ରହିଛି ଓ ଆଗକୁ ମଧ୍ୟ ରହିବ।

   ସମ୍ବନ୍ଧିତ ଖବର


ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର

ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

ଭାରତ ପାଙ୍ଗୋଙ୍ଗ୍‌ ଲେକ୍‌ ଏବଂ ଲଦାଖ ସୀମାରେ ମୁତୟନ କରିଛି ‘ଅଦୃଶ୍ୟ କମାଣ୍ଡୋ’ -ଜାଣନ୍ତୁ ଏମାନେ କିଏ ଏବଂ ନେଇଛନ୍ତି କେଉଁ ତାଲିମ

ବିଦେଶରେ ଥିବା ୫୦ ଜଣ ବେଜ୍ଞାନିକଙ୍କ ସହ କରୋନା ସଂକ୍ରମିତ ବୈଜ୍ଞାନିକଙ୍କୁ ଭାରତ ଅଣାଗଲା

ଚର୍ଚ୍ଚାରେ ଅଜିତ ଡୋଭାଲଙ୍କ ଶ୍ରୀଲଙ୍କା ଗସ୍ତ, ଏହି ସବୁ ବିଷୟରେ କରିଛନ୍ତି ଆଲୋଚନା

ଜହ୍ନରେ ହେବ ୧୭୪ କୋଟି ଟଙ୍କାର ଟୟଲେଟ୍, ଖର୍ଚ୍ଚ କରିବ ନାସା