PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ଅଭୁଲା ଆଲ୍‌ବମ୍‌ କୁଇନ୍ ଦୀପା, ଠିକ୍ ବର୍ଷେ ତଳେ ନେଇଥିରେ ଚିର ବିଦାୟ…

ଭୁବନେଶ୍ୱର,୨୭/୦୭: ସେ ଥିଲେ ଓଡ଼ିଆ ଆଲ୍‌ବମ୍‌ର ‘ମେଡ୍‌ ଇନ୍‌ ଓଡ଼ିଶା’ । ପିଲାବେଳେ ବାପା, ମା’ ନାଁ ଦେଇଥିଲେ ଦୀପା । ପରେ ତାଙ୍କ ନାଁ ପୂର୍ବରୁ ଲାଗି ଯାଇଥିଲା ଆଲ୍‌ବମ୍‌ କୁଇନ୍‌, ସତ ଯେମିତି ଏ ଟ୍ୟାଗ୍‌ ଲାଇନ୍‌ ତାଙ୍କ ପାଇଁ ହୋଇଥିଲା । ଆଲ୍‌ବମ୍‌ ଜଗତକୁ ତା’ପରେ ବହୁ କଳାକାର ଆସିଛନ୍ତି ସତ କିନ୍ତୁ କାହାକୁ ଏହି ନାମରେ ସମ୍ବୋଧନ କରାଯାଇନି । ସେ ଥିଲେ ଏକ ଓ ଅନନ୍ୟ । ଖୁବ୍‌ ନାଚିଲେ, ନଚେଇଲେ । ନାଁ କମେଇଲେ । ଦର୍ଶକଙ୍କୁ ମନୋରଞ୍ଜନ ବାଣ୍ଟି ଅଜସ୍ର ଲୋକପ୍ରିୟତା ସାଉଁଟି ଥିଲେ । ବାପାଙ୍କ ଆକଟ ପରେ ବି ଅଟକି ନଥିଲେ । ଲୁଚି ଲୁଚି ସ୍ୱପ୍ନକୁ ସତ କରିଥିଲେ । ଖୁବ୍‌ କମ୍‌ ଦିନରେ, କମ୍‌ ବୟସରେ ସଫଳତାର ଶିଖର ଛଇଁଥିଲେ । କୋଟି ଓଡ଼ିଆଙ୍କ ହୃଦୟରେ ଘର କରି ନେଇଥିଲେ । କିନ୍ତୁ ଏ ଖୁସିର ଯାତ୍ରା ଯେ ମାତ୍ର ୩୭ ବର୍ଷ, ତାହା ନା’ ଦୀପା ଜାଣିଥିଲେ ନା’ ଆଉ କେହି… । ସଂଘର୍ଷପୂର୍ଣ୍ଣ ଜୀବନ ଯାତ୍ରାରେ କର୍କଟରେ ପୀଡ଼ିତ ଦୀପା ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ହାରି ଯାଇଥିଲେ ।

ଠିକ୍‌ ଆଜିର ଦିନରେ, ଜୁଲାଇ ୨୭ ସୋମବାର ଅପରାହ୍ନ ୪ଟା ୨ମିନିଟ୍‌ । ହଠାତ୍‌ ହସ୍ପିଟାଲ୍‌ରୁ ଖବର ଆସିଥିଲା ୧୯୯୬ରୁ ଜଳି ଆସୁଥିବା ଦୀପ ଶୀଖାଟି ଅବେଳା ଅପରାହ୍ନଟାରେ ଲିଭି ଯାଇଛି । ଅଭିନେତ୍ରୀ ଦୀପା ସାହୁ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଶୋକରେ ବୁଡ଼ିଥିଲା ଓଡ଼ିଶା । ଅଶ୍ରୁଭିଜା ଶ୍ରଦ୍ଧାଞ୍ଜଳି ଦେଇ ଝୁରି ହେଉଥିଲେ ଦୀପାପ୍ରେମୀ । ସାରା ଜୀବନ କଷ୍ଟ ପାଇ ବି ଜୀବନର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ହସୁଥିବା ଦୀପାଙ୍କ ସେ ଅଭୁଲା ହସ ଆଜି ଅଲିଭା ହୋଇ ରହିଛି । ‘ତୋ କୃଷ୍ଣ ଚୂଡ଼ା ରଙ୍ଗର ନାଲି ଓଢ଼ଣୀ’ ହେଉ କି ‘ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା’, ଏମିତି ଶହ ଶହ ଆଲ୍‌ବମ୍‌ ଭିତରେ ଏବେ ବି ଜୀବିତ ଦୀପା । ୧୯୮୫ ଅକ୍ଟୋବର ୨୫ରେ ଢେଙ୍କାନାଳରେ ଜନ୍ମିତ ଦୀପାଙ୍କ ରୁଚିଥିଲା ଅଭିନେତ୍ରୀ ହେବେ । ୧୬ ବର୍ଷର ମା’ଙ୍କୁ ହରାଇ ଥିଲେ । କମ୍‌ ବୟସରେ ଘରର ଦାୟିତ୍ୱ ସମ୍ଭାଳି ସ୍ୱପ୍ନକୁ ସାକାର କରିବାକୁ ବହୁ ବାଧାବିଘ୍ନ ସତ୍ତେ୍ୱ ଆଗେଇ ଚାଲିଥିଲେ ।

ଓଡ଼ିଶୀ ନାଚୁଥିଲେ । ସପ୍ତମରେ ପଢ଼ୁଥିଲେ । ସ୍କୁଲ ତରଫରୁ କୋଲକାତାରେ ନାଚିବାର ସୁଯୋଗ ପାଇଥିଲେ । ଗଲାବେଳେ ବାପାଙ୍କୁ ପ୍ରତିଶ୍ରୁତି ଦେଇ ଯାଇଥିଲେ, ଏଇଟା ଶେଷ ଥର… । ହେଲେ ଯା’ ଦେହରେ ଥରେ ଅଭିନୟର ରଙ୍ଗ ଛିଟା ଲାଗିଛି ସେ କୋଉ ଛାଡ଼େ । ସେଥିପାଇଁ ତ ତାଙ୍କ ଦେହରେ ଘୋଡ଼େଇ ହୋଇଯାଇଥିଲା ‘କୃଷ୍ଣ ଚୂଡ଼ା ରଙ୍ଗର ନାଲି ଓଢ଼ଣୀ’ । ତାଙ୍କ କଥା କୁହା ଆଖି, ଚାଲି ଓ ନୃତ୍ୟ ସବୁକିଛି ଦର୍ଶକଙ୍କୁ ନିଜର କରିପାରିଥିଲା । ଯାହା ପାଇଁ ସେ କୋଟି ଓଡ଼ିଆଙ୍କ ହୃଦୟ କିଣିଥିଲେ । ଶେଷରେ ସହି ବେଶରେ ଅହିସୁଲକ୍ଷଣୀ ହୋଇ ଚାଲିଗଲେ ଅଫେରା ରାଇଜକୁ । ମାତ୍ର ଯେଉଁ ଦୀପାଳି ଜାଳି ଦେଇ ଗଲେ, ତା’ର ଆଲୋକ ମନେପକାଇ ଦେଉଛି ଦୀପାଙ୍କୁ । ଆଜିର ଦିନରେ ଏତିକି ପ୍ରାର୍ଥନା ଈଶ୍ୱର ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ । ତାଙ୍କ କୁନି ଝିଅକୁ ଆଶୀର୍ବାଦ କରନ୍ତୁ । ଦୀପା ତୁମକୁ ଆମର ଶ୍ରେଷ୍ଠ ପ୍ରଣାମ ।