‘ବାଳିକା ବଧୂ’ ସିରିଏଲର ଡାଇରେକ୍ଟର ଏବେ ଠେଲାରେ ବିକ୍ରି କରୁଛନ୍ତି ପରିବା, କରୋନା ଲକଡାଉନ୍ ଛଡାଇ ନେଲା ଜୀବିକା

ଆଜମଗଡ,୨୭।୯: ବହୁ ପ୍ରସିଦ୍ଧ ଟିଭି ସିରିଏଲ ଓ ଫିଲ୍ମର ନିର୍ଦେଶନା ଦେଇଥିବା ଡାଇରେକ୍ଟର ରାମବୃକ୍ଷ ଗୌଡ ଆଜି ନିଜେ ଠେଲା ଗାଡିରେ ପରିବା ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି। ଗୋଟିଏରୁ ଗୋଟିଏ ଜଣେ ପ୍ରସିଦ୍ଧ କଳାକାରଙ୍କୁ ନିଜର ଇଶାରାରେ ହସାଇବା ଓ କନ୍ଦାର ନିର୍ଦେଶ ଦେଉଥିବା ଡାଇରେକ୍ଟର ଆଜି ନିଜର ସ୍ଥିତି ସହିତ ଲଢୁଛନ୍ତି। ଡାଇରେକ୍ଟର ରାମବୃକ୍ଷ ଉତ୍ତର ପ୍ରଦେଶରେ ଆଜମଗଡରେ ରୁହନ୍ତି।

ରିଲିଜ୍ ଲାଇଫରେ ବିଳାସମୟ ଜୀବନ ବିତାଉଥିବା ଡାଇରେକ୍ଟର ନିଜର ପରିସ୍ଥିତି ସହ ଏଭଳି ଭାବରେ ବୁଝାମଣା କରିନେଇଛନ୍ତି ଯେ, ତାଙ୍କ ପରିବାର ପେଟ ପୋଷିବାକୁ ତାଙ୍କୁ ପରିବା ବିକ୍ରି କରିବାକୁ ପଡୁଛି। ରାମବୃକ୍ଷଙ୍କ କହିବା ଅନୁସାରେ, ରିୟଲ ଓ ରିଲ ଲାଇଫ୍ ଦୁଇଟି ଚାଲିଥାଏ। ଲକଡାଉନରେ ନିଜର ପିଲାଙ୍କୁ ପରୀକ୍ଷା ଦେବାକୁ ଆସିଥିବା ରାମବୃକ୍ଷ ଆଉ ଏବେ ମୁମ୍ବାଇ ଯାଇପାରିଲେନି। ପରିବାରର ଦାୟିତ୍ବ ଏବେ ବଢିଗଲାରେ ମୁମ୍ବାଇରେ ପିଲ୍ମର କାମ ବନ୍ଦ ହେବା ଯୋଗୁଁ ବାଧ୍ୟ ହୋଇ ପରିବା ବିକ୍ରି କରି ପେଟ ପୋଷୁଛନ୍ତି।

୨୫ରୁ ଅଧିକ ଟିଭି ସିରିଏଲ ଓ ଫିଲ୍ମ ପ୍ରଡକ୍ସନରେ କାମ କରିସାରିଥିବା ରାମବୃକ୍ଷ କହିଛନ୍ତି, ଲକଡାଉନ ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ବଦଳି ଦେଲା। ଏବେ ଠେଲାରେ ପରିବା ବିକ୍ରି କରିବାକୁ ବାଧ୍ୟ ହୋଇଛି।  ସେ ବାଲିକାବଧୁ, ଜ୍ୟୋତି, କୁଛ ତୋ ଲୋଗ୍ କହେଙ୍ଗେ, ସୁଜାତା ଭଳି ସୁପରହିଟ୍ ସିରିଏଲର ନିର୍ଦେଶନା ଦେଇ ସାରିଛନ୍ତି। ତାଙ୍କ ପାଖରେ ଫିଲ୍ମ ଦୁନିଆର ୨୨ ବର୍ଷର ଅନୁଭବ ରହିଛି।

   ସମ୍ବନ୍ଧିତ ଖବର


ଆଫଗାନିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୨ ପୋଲିସ କର୍ମଚାରୀ ମୃତ

ଜମ୍ମୁ କଶ୍ମୀର ପୁଲଓ୍ବାମାରେ ଏନକାଉଣ୍ଟର, ଟଳିଲେ ଦୁଇ ଆତଙ୍କବାଦୀ …

ଷ୍ଟାଇଲିଶ୍‌ ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ‘ସର୍କସ’ ଫିଲ୍ମରେ କାମ କରିବେ ରଣବୀର

ଏଥର ପାର୍ବଣକୁ ଭିଜାଇବ ବର୍ଷା ! ଆସନ୍ତା ୨୮ ଯାଏଁ ବର୍ଷା ଆଶଙ୍କା

ଲଣ୍ଡନରେ ରହିବେ ଶାହାରୁଖ-କାଜୋଲ : ଜାଣନ୍ତୁ ଏହାର ମୁଖ୍ୟ କାରଣ

ଏମିତି ବି ଆସେ ମୃତ୍ୟୁ: ଟେଲର ମାଷ୍ଟରଙ୍କ ଦୋକାନ ସାମ୍ନରେ ସ୍ତ୍ରୀ ଓ ପୁଅ ଉପରେ ଚଢିଗଲା ଟ୍ରକ୍