‘ଗଦର’ ଡାଇରେକ୍ଟର ଖୋଲିଲୋ ରାଜ୍, ଏହି କାରଣ ପାଇଁ ସନ୍ନି ବିଜେପିରେ ଯୋଗଦେଇଛନ୍ତି

ନୂଆଦିଲ୍ଲୀ,୨୬।୪: ସନ୍ନି ଦେଓଲ ଗତ ୨୩ରେ ବିଜେପିରେ ଯୋଗ ଦେଇଛନ୍ତି। ୬୨ ବର୍ଷୀୟ ସନ୍ନି ଦେଓଲ ବିଜେପିରେ ସାମିଲ ହେବା ପରେ  ଗୁରୁଦାସପୁର ଲୋକସଭା ଆସନରୁ ନିର୍ବାଚନ ଲଢିବା ନେଇ ଘୋଷଣା କରିଦିଆଯାଇଛି। କିନ୍ତୁ ସନ୍ନି ଦେଓଲଙ୍କୁ ନେଇ ସୋସିଆଲ ମିଡିଆରେ ଏପର୍ଯ୍ୟନ୍ତ ମଧ୍ୟ ଜାରି ରହିଛି ବିଭିନ୍ନ ପ୍ରକାର ପ୍ରତିକ୍ରିୟା। ‘ଗଦର: ଏକ୍ ପ୍ରେମ କଥା’ ଫିଲ୍ମର ଡାଇରେକ୍ଟର ଅନିଲ ଶର୍ମା ଏବେ ଟ୍ବିଟ୍ କରି ଜଣାଇଛନ୍ତି ସନ୍ନି ବିଜେପିରେ କାହିଁକି ଯୋଗ ଦେଲେ?

ସେ ଟ୍ବିଟ୍ କରିଛନ୍ତି ‘ଲୋକ ପଚାରୁଛନ୍ତି ସନ୍ନି ଦେଓଲ ସାର ରାଜନୀତିରେ କାହିଁକି ଆସିଲେ? ଏହା ଖୁବ୍ ମଇଳା ଏବଂ ଅନ୍ଧକାରମୟ। ସନ୍ନି ଦେଓଲଙ୍କ ଛବି ଜଣେ ଭଲ ମଣିଷର। ରାଜନୀତି ତାଙ୍କ ପାଇଁ ନୁହେଁ… କିନ୍ତୁ ପ୍ରତି ଭଲ ଲୋକ ଯଦି ଏହା ଭାବିବ ତେବେ ରାଜନୀତିକୁ କିଏ କିଭଳି ସଫା କରିବ… କେହି ତ ଦରକାର ଏହି ଅନ୍ଧାରରୁ ମୁକ୍ତି ଦେବା ପାଇଁ।’ ଅନିଲଙ୍କ ଏଭଳି ଟ୍ବିଟ ପରେ ସନ୍ନି ବିଜେପିରେ ଯୋଗ ଦେବାର କାରଣ ଏବେ ସ୍ପଷ୍ଟ ହୋଇଛି।  ଉଲ୍ଲେଖନୀୟ ଯେ ଅନିଲ ଶର୍ମା ଓ ସନ୍ନି ଦେଓଲ ବହୁ ସୁରପହିଟ୍ ଫିଲ୍ମ ଏକାଠି ଦେଇସାରିଛନ୍ତି। ଏହା ପୂର୍ବରୁ ସନ୍ନି ବିଜେପିରେ ଯୋଗଦେବା ଦିନ ଅନିଲ ଟ୍ବିଟ୍ କରି କହିଥିଲେ ’୫୬ ଇଞ୍ଚର ଛାତି ଏବେ ୬୨ ଇଞ୍ଚର ହୋଇଗଲା।’

   ସମ୍ବନ୍ଧିତ ଖବର


କାହାକୁ ନଜଣାଇ ଲୁଚିଛପି କିମ ଜୋଙ୍ଗ ଉନ ନିଜ ପରିବାର ସହ ନେଇଗଲେ କରୋନା ଟିକା, ଜାଣନ୍ତୁ କେଉଁଠୁ ପାଇଲେ ସେ ଟିକା ?

ଥରେ କି ଦୁଇଥର ନୁହେଁ ଏବେ ତୃତୀୟଥର ପାଇଁ କରୋନାକୁ ମାତ୍ ଦେଲେ ଏହି ମହିଳା, ବୟସ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

୧୨୬ ବର୍ଷରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ହେବେ ବାଟାର ବସ୍

ଆତଙ୍କବାଦୀକୁ “ସୈନ୍ୟ ସମ୍ନାନ” ଭୂଷିତ କରୁଛି ପାକିସ୍ତାନ ? 26/11 ଆକ୍ରମଣରେ ନିଭାଇଥିଲା ବଡ ଭୁମିକା…

ତଦନ୍ତ ବେଳେ ଆଶ୍ଚର୍ଯ୍ୟ ହୋଇଗଲା ପୁଲିସ- ହତ୍ୟା ଅଭିଯୋଗ କରିଥିବା ବ୍ୟକ୍ତି ହଁ ହତ୍ୟାକାରୀ

ଏହି ରାଜନେତାଙ୍କୁ ହୃଦୟ ଦେଇବସିଛନ୍ତି ଦାଉଦର ଗର୍ଲଫ୍ରେଣ୍ଡ ହୟାତ୍