ମୋର ଲିପ୍ ଲକ୍ କିସ୍ ଦରକାର … ଅଭିନେତ୍ରୀଙ୍କୁ ଏମିତି କହିଥିଲେ ଡାଇରେକ୍ଟର

ମୁମ୍ୱାଇ ୧୨-୦୩ :  ଫିଲ୍ମରେ ଏମିତି ଅନେକ କିଛି ଘଟିଥାଏ , ଯାହା କି ସାମନାକୁ ଆସିନଥାଏ , ପରଦା ପଛରେ ରହିଯାଏ । କୌଣସି ସୂତ୍ରରୁ କିଛି କିଛି କଥା  ବାହାରକୁ ଆସେ । ସମସ୍ତେ ଜାଣନ୍ତି ।  କେବେକେବେ ଏମିତି ହୁଏ ଅଭିନେତା ଓ ଅଭିନେତ୍ରୀ  ଫିଲ୍ମ ପଛର ଘଟିଥିବା କଥାକୁ ସେୟାର କରିଦିଅନ୍ତି । ଏମିତି କିଛି ଘଟଣା ଜଣେ ଲୋକପ୍ରିୟ ଭୋଜପୁରୀ ହିରୋଇନ୍‌ଙ୍କ ସହ ହୋଇଥିଲା ।

ଫିଲ୍ମ ସେଟ୍‌ରେ ତାଙ୍କ ସହ କଣ ସବୁ ଘଟିଥିଲା  ଭୋଜପୁର ହିରୋଇନ୍‌ ଶୁଭୀ ଶର୍ମା ନବଭାରତ ଟାଇମ୍ସକୁ କଥାବାର୍ତ୍ତାରେ ଖୁଲାସା କରିଛନ୍ତି -ତାଙ୍କୁ ଫିଲ୍ମ ସୁଟିଂ ବେଳେ କୁହାଯାଇଥିଲା କି  ଫିଲ୍ମର ଡିମାଣ୍ଡ ଅନୁସାରେ , ଗୀତ ସରିବା  କ୍ଷଣି  ହିରୋଙ୍କୁ ଲିପ୍‌ କିସ୍‌ କରିବେ। ସେ ଡାଇରେକ୍ଟରଙ୍କୁ ସ୍ପ୍ରିପ୍ଟ ଦେଖିବାକୁ କହିଥିଲେ ।  

ଅଭିନେତ୍ରୀ ଜଣକ କହିଛନ୍ତି, ମୁଁ ଯେତେବେଳେ  ସ୍କ୍ରିପ୍ଟ ପଢ଼ିବା ଆରମ୍ଭ କଲି , ମୋତେ ଲାଗିଲା କି କିସ୍‌ ର ଆବଶ୍ୟକତା ହିଁ ନାହିଁ । ଲିପ୍‌ ଲକ୍‌ ବିନା ମଧ୍ୟ ଗୀତ ଶେଷ ହୋଇପାରିବ । ମୁଁ ଡାଇରେକ୍ଟରଙ୍କ ସହ ଏ ବିଷୟରେ କଥା ହେଲି ।  କିନ୍ତୁ ସେ ମୋ କଥା ଶୁଣିବାକୁ ନାରାଜ ଥିଲେ ।  ତାଙ୍କୁ କେବଳ ଲିପ୍‌ କିସ୍‌ ଦରକାର ବୋଲି କହିଥିଲେ । କିନ୍ତୁ ଲିପ୍‌ କିସ୍‌  ଭଳି ସିନ୍‌ କରିବାକୁ ମୁଁ ମନା କରିଦେଲି। ଆପଣଙ୍କୁ ଗୀତ କରିବାର ଅଛି ଯଦି କର , ନୁହେଁତ ମୁଁ ଚାଲିଲି ।  ମୋର ଆଟିଟୁଡ୍‌ ଦେଖି ପ୍ରଡ୍ୟୁସର ପଳାଇଲେ । ସେ ଡାଇରେକ୍ଟରଙ୍କୁ କହିଲେ  ଏହି ଗୀତ ଦୃଶ୍ୟକୁ ସୁଟ୍‌ କରି  ଆଗକୁ ଚାଲି । ଜବରଦସ୍ତ ସିନ୍‌ ଦରକାର ନାହିଁ । 

ଏହାପରେ ବିନା ଲିପ୍‌ କିସ୍‌ ରେ ଗୀତ ସୁଟ୍‌ ହେଲା । ପରେ ମୁଁ ଡାଇରେକ୍ଟରଙ୍କୁ ଆରାମରେ ବୁଝାଇଥିଲି କି ସମସ୍ତଙ୍କ ପାଖରେ ଏମିତି ଚଳେ ନାହିଁ ।