ଦିବ୍ୟାଙ୍ଗ ଯୁବତୀ ୮ମାସର ଗର୍ଭବତୀ – ଦୁଷ୍କର୍ମ କରିଥିବା ବିବାହିତ ଯୁବକ ଫେରାର

ତେଲକୋଇ : ପୁଣି ଲଜ୍ଜା । ଜଣେ ଦିବ୍ୟାଙ୍ଗ ଯୁବତୀ ଏବେ ୮ମାସର ଗର୍ଭବତୀ। ତାଙ୍କର ଏଭଳି ଦୁର୍ଦ୍ଦଶା କରିଛନ୍ତି ଜଣେ ବିବାହିତ ବ୍ୟକ୍ତି। ସେ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲେ। ଏନେଇଥାନାରେ ଅଭିଯୋଗ କରାଯାଇଛି। ତେଲକୋଇ ଥାନା ଅନ୍ତର୍ଗତ ଜଟ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ସୂଚନା ଯେ, ବାପ-ଝିଅ ୨ ଜଣ ଦିବ୍ୟାଙ୍ଗ। ତାଙ୍କ ବାପା ଯାହା ଭିକ୍ଷାମାଗି ଆଣନ୍ତି, ସେଥିରେ ବାପ-ଝିଅ ୨ ପ୍ରାଣୀ ଚଳନ୍ତି। ଗତ ଦୋଳଯାତ୍ରା ଦିନ  ଯୁବତୀଙ୍କ ସରଳତାର ସୁଯୋଗ ନେଇ ଘରେ କେହି ନଥିବା ବେଳେ ସମୟରେ ଜଟ ଗାଁ ବାଲିସାହିର ଯୁବକ ରତ୍ନାକର ମୁଣ୍ଡା ଘରକୁ ଆସି ବଳପୂର୍ବକ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏକଥାକୁ ପୀଡିତା ଲୋକ ଲଜ୍ଜା ଭୟରେ କାହାକୁ କହି ନଥିଲେ।

ତେବେ ପୀଡିତା ଗର୍ଭବତୀ ହେବା ପରେ କଥା ସାମ୍ନାକୁ ଆସିଥିଲା। ଏହାପରେ ସ୍ଥାନୀୟ ଲୋକେ ରତ୍ନାକର ମୁଣ୍ଡା ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ଯୁବକ ବର୍ତ୍ତମାନ ଫେରାର ଅଛି।

   ସମ୍ବନ୍ଧିତ ଖବର


ଭଣ୍ଡାରୀପୋଖରୀରେ ମହିଳାଙ୍କୁ ମୃତ ଭାବିଥିଲେ ପଡେଶୀ- ବନ୍ଦ ଘରୁ ୧୫ ଘଣ୍ଟା ପରେ ଜୀବିତ ଉଦ୍ଧାର

ହାତୀ ମାଛ ପାଇଁ ପକାଥିଲେ ଜାଲ, ଧରା ପଡିଲା ଅଜଗର

ଶ୍ରୀଜଗନ୍ନାଥ ମନ୍ଦିରକୁ ଇଣ୍ଡିଆନ-ମୁଜାହିଦ୍ଦିନ ଓ ଲସ୍କର-ଇ-ତୋଇବା ଆତଙ୍କବାଦୀଙ୍କ ଆକ୍ରମଣ ଭୟ !

ନାବିଳାକାକୁ ଟେକି ନେଉଥିଲେ ପୋଲିସ ଭ୍ୟାନ ଦେଖି ଛାଡି ପଳାଇଲେ ଦୁର୍ବୃତ୍ତ

ବିଶ୍ୱସ୍ତରୀୟ ଟାଇମ୍ସ ହାଇଅର ଏଡୁକେସନ ରାକିଙ୍ଗ୍‌ରେ ସୋଆ ସ୍ଥାନିତ

ନାଗାର୍ଜୁନ ବେଶ ଆଭୂଷଣ ଅନୁକୂଳ