PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି ସନ୍‌ସାଇନ୍‌ ସ୍କୁଲ୍‌ ସଭାପତି ଗୋବିନ୍ଦ ସାହୁ ଗିରଫ , ମମିତା ମର୍ଡର ମିଷ୍ଟ୍ରିର ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁ
  • ||
  • ବଲାଙ୍ଗୀର: ମୁଖ୍ୟଅଭିଯୁକ୍ତ ଚମ୍ପଟ ପରେ ଜବତ କାରର ବଢ଼ିଲା ସୁରକ୍ଷା, ଗୋବିନ୍ଦଙ୍କ ପରେ କାରକୁ ଉଠାଇଥିଲା ପୁଲିସ
  • ||
  • ବଲାଙ୍ଗୀର : ଫେରାର୍ ଗୋବିନ୍ଦ ସାହୁକୁ ଧରିବା ପାଇଁ ବଢିଲା ପୁରସ୍କାର ରାଶି, ସୂଚନା ଦେଲେ ମିଳିବ ୧ ଲକ୍ଷ୍ୟ ଟଙ୍କା ପୁରସ୍କାର ରାଶି
  • ||
  • ବଲାଙ୍ଗୀର: ମୋଷ୍ଟ ଓ୍ବାଣ୍ଟେଡ ଗୋବିନ୍ଦ ସାହୁ, ଧରାଇ ଦେଲେ ଦିଆଯିବ ୨୦ ହଜାର ଟଙ୍କାର ପୁରଷ୍କାର
  • ||
  • ବ୍ରହ୍ମପୁର: ଗୋପାଳପୁର ଛକ ନିକଟରେ ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ ଓ ଦୁଇ ଜଣ ଆହତ
  • ||
  • ବଲାଙ୍ଗୀର: ମହାଲିଙ୍ଗ ମିନି ଷ୍ଟାଡିୟମରୁ ପୋତା ଯାଇଥିବା ମମିତା ମେହେରଙ୍କ ମୃତ ଦେହ ଉଦ୍ଧାର, ଡିଏନଏ ପରୀକ୍ଷା ପରେ ସ୍ପଷ୍ଟ ହେବ।
  • ||
  • ରଙ୍ଗେଇଲୁଣ୍ଡା: ଚାଟ୍ ମାଗିବାକୁ ନେଇ ଗଣ୍ଡଗୋଳରେ ଜଣେ ଗୁରୁତର, ଦମ୍ପତ୍ତି ଆହତ
  • ||
  • ଟିକିଟି: ସିଦ୍ଧ ବାରାହୀ ପୀଠରୁ ଚୋରି, ଦେବୀଙ୍କ ପିତଳ ମୁକୁଟ (ପ୍ରାୟ ଦେଢ଼ କିଲୋ) ସହ ୨୦ ତୋଳାରୁ ଅଧିକ ରୁପା ଅଳଙ୍କାର ଚୋରି ଅଭିଯୋଗ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୯୪କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର : ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ନୀଳଗିରି: ନିଶ୍ଚିତପୁରରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର
  • ||
  • ଜଳେଶ୍ବର: ଜଳେଶ୍ବର ଷ୍ଟେସନ ବଜାରସ୍ଥିତ ଡାଇମଣ୍ଡ ହୋଟେଲ ଉପରେ ଚଢାଉ, ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ
  • ||

ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ବାପା କରୋନାରେ ସଂକ୍ରମିତ

ମୁମ୍ବାଇ ୬।୮: ବଲିଉଡ ଅଭିନେତ୍ରୀ ଦିଶା ପଟାନିଙ୍କ ବାପା ଜଗଦୀଶ ପଟାନିଙ୍କୁ କରୋନା। ଉତ୍ତରପ୍ରଦେଶ ପାଓ୍ବାର ଡିପାର୍ଟମେଣ୍ଟରେ ଭିଜିଲାନ୍ସ ୟୁନିଟର ୩ଜଣ ଅଫିସର କରୋନାରେ ସଂକ୍ରମିତ ହୋଇଛନ୍ତି। ସେହି ୩ଜଣ ଅଫିସରଙ୍କ ସହ ଦିଶା ପଟାନୀଙ୍କ ବାପା ସାମିଲ ଅଛନ୍ତି। ଏହି ସୂଚନା ଆଡିସନାଲ୍ ସିଏମଓ ଅଶୋକ କୁମାର ଦେଇଛନ୍ତି। ଅନ୍ୟପଟେ ଅଭିନେତ୍ରୀ ଟିମ୍‌ର ମୁଖପାତ୍ର ଏହି ସୂଚନା ଉପରେ ରୋକ୍‌ ଲଗାଇବା ସହିତ କହିଛନ୍ତି ଯେ ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି।

ଜଗଦୀଶ ପଟାନି ଏବଂ ବାକି ୨ଜଣ ଅଫିସରଙ୍କ କରୋନାରେ ସଂକ୍ରମିତ ହେବା ପରେ ଜୋନଲ୍ ଚିଫ ଇଞ୍ଜିନିୟର ଅଫିସକୁ ଆଗାମୀ ୪୮ଘଣ୍ଟା ପାଇଁ ବନ୍ଦ କରି ଦିଆଯାଇଛି। ଏହି ୩ଜଣ ଅଫିସର ଟ୍ରାନ୍ସଫର୍ମର ସ୍କାମର ଯାଞ୍ଚ କରୁଥିଲେ। ଦିଶା ପଟାନିଙ୍କ ବାପା ୟୁପି ପାଓ୍ବାର ଡିପାର୍ଟମେଣ୍ଟର ଭିଜିଲାନ୍ସ ୟୁନିଟର ଡେପୁଟି ଏସପି।

ଦିଶା ପାଟାନୀଙ୍କ ଟିମ୍‌ ଅଭିନେତ୍ରୀଙ୍କ ପିତାଙ୍କ ସହ ଜଡିତ ଖବରକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ସେ ଭଲରେ ଅଛନ୍ତି। ଦିଶା ପାଟାନୀଙ୍କ ପିତା ଜଗଦୀଶ ପଟାନିଙ୍କର କରୋନା ପରୀକ୍ଷା କରାଯାଇଥିଲା, ସେତେବେଳେ ସେ ପଜିଟିଭ୍‌ ଆସିଥିବା ଜଣାପଡ଼ିଥିଲା। ଏଥି ସହିତ ଆଡ଼ିସନାଲ୍‌ ସିଏମଓ କହିଛନ୍ତି ଯେ ସେ କରୋନା ସଂକ୍ରମିତ ହେବା ପରେ ଜୋନାଲ ମୁଖ୍ୟ ଇଞ୍ଜିନିୟର କାର୍ଯ୍ୟାଳୟ ବନ୍ଦ କରାଯାଇଛି।

View this post on Instagram

Love you my superhero❤️

A post shared by disha patani (paatni) (@dishapatani) on