ଦିଶାଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ମା’, କହିଲେ- ସୁଶାନ୍ତଙ୍କ ସହ କନେକ୍ସନ୍, ନେତାଙ୍କ ବୟାନ ସବୁକିଛି ମିଛ…

ମୁମ୍ବାଇ ୮।୮ : ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଏକ ସପ୍ତାହ ପୂର୍ବରୁ ଦିଶା ସାଲିୟାନଙ୍କ ଜୁନ୍ ୯ ତାରିଖରେ ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୨୮ ବର୍ଷ ହୋଇଥିଲା । ସେ ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଥିଲେ।  ଜୁନ୍ ୧୪ରେ ସୁଶାନ୍ତଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ତତ୍ତ୍ବ ସାମ୍ନାକୁ ଆସିଥିଲା। କେତେକ ରିପୋର୍ଟରେ ସୁଶାନ୍ତ ସିଂ ରାଜପୁତ ଏବଂ ଦିଶା ସାଲିୟାନ ମାମଲାରେ ଲିଙ୍କ ଅଛି ବୋଲି ନେତାମାନେ ଅଭିଯୋଗ କରିଛନ୍ତି। ଏଥି ସହ ମୁମ୍ବାଇ ପୋଲିସ ଏପର୍ଯ୍ୟନ୍ତ ଏହାକୁ ମନା କରିଆସୁଛି। ଉଭୟ ମାମଲାରେ କୌଣସି ସମ୍ପର୍କ ନାହିଁ । ଏହି ସମଗ୍ର ଘଟଣାରେ, ଦିଶାଙ୍କ ବାପା ସତୀଶ ଏବଂ ବସନ୍ତୀ ସାଲିୟାନଙ୍କ ଏପର୍ଯ୍ୟନ୍ତ କିଛି କହିନଥିଲେ।

ଏକ ମିଡ଼ିଆ ସାକ୍ଷାତକାରରେ ଦିଶାଙ୍କ ପିତାମାତା କହିଛନ୍ତି ଯେ, ‘ଆମ ଝିଅକୁ ବଦନାମ କରି ନିଜର ଫାଇଦା ଉଠାନ୍ତୁ ନାହିଁ । ତାଙ୍କ ସହିତ ଖେଳନ୍ତୁ ନାହିଁ । ସେ ଆମର ଏକମାତ୍ର ସନ୍ତାନ ଥିଲା। ଆମେ ଆମର ଏକମାତ୍ର ଝିଅକୁ ହରାଇଲୁ । ବର୍ତ୍ତମାନ ସେହି ଲୋକମାନେ ତାଙ୍କ ଛବି ଖରାପ କରୁଛନ୍ତି । ଏହି ସମୟରେ ସେମାନେ ଆମକୁ ହାରାସ୍‌ କରି ଆମକୁ ମାରିବାକୁ ଚାହୁଁଛନ୍ତି।

ଦିଶାଙ୍କ ମା’ ବସନ୍ତୀ ସାଲିୟାନ କହିଛନ୍ତି, ‘ସର୍ବପ୍ରଥମେ ମୁଁ ଭାରତର ଲୋକଙ୍କୁ, ସମସ୍ତ ଗଣମାଧ୍ୟମ, ସୋସିଆଲ ମିଡିଆ, ୟୁଟ୍ୟୁବ ଏବଂ ଅନ୍ୟ ସମସ୍ତଙ୍କୁ କହିବାକୁ ଚାହେଁ ଯେ ସବୁକିଛି ଭୁଲ ଅଟେ। ସମସ୍ତ ଖବର ନକଲି ଏବଂ କେବଳ ଗୁଜବ। ମୁଁ ମୋର ଏକମାତ୍ର ସନ୍ତାନକୁ ହରାଇଛି, କିନ୍ତୁ ଏବେ ଏହି ମିଡିଆ-ସୋସିଆଲ ମିଡିଆ ଆମକୁ ମାରିଦେବ । ତେଣୁ ମୁଁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରୁଛି ଯେ ଏହି ସବୁ ବନ୍ଦ କରିବାକୁ, ଏହି କାରଣରୁ ଆମେ ଅତ୍ୟନ୍ତ ବିବ୍ରତ। ବର୍ତ୍ତମାନ ମୋ ଝିଅ ବିରୁଦ୍ଧରେ ଏହି ସବୁ ମିଥ୍ୟା ଖବର ଶୁଣିବାକୁ ଆମର ଆଉ ଧୈର୍ଯ୍ୟ କି ଶକ୍ତି ନାହିଁ।‘

ଦିଶାଙ୍କ ସହ ଦୁଷ୍କର୍ମ ଓ ହତ୍ୟା ମାମଲା ଉପରେ ବସନ୍ତୀ କହିଛନ୍ତି, “ଏହା ସବୁ ଭୁଲ ଅଟେ। ଏହି ମାମଲାରେ ଦୁଇ ଥର ବୟାନ ନିଆଯାଇଛି। ମାଲଭାନୀ ପୋଲିସ (ଯେଉଁଠାରେ ଦିଶା ମାମଲାର ଅନୁସନ୍ଧାନ କରାଯାଉଛି) ସମସ୍ତ ଦଲିଲ ରେକର୍ଡରେ ଅଛି। ପୋଷ୍ଟ ମର୍ଟମ ରିପୋର୍ଟ ଦେଖିଛି। ମୁମ୍ବାଇ ପୋଲିସ ଏହାର କାର୍ଯ୍ୟ ଠିକ୍ ଭାବରେ କରୁଛି ଏବଂ ସେଥିପାଇଁ ଆମେ ମୁମ୍ବାଇ ପୋଲିସ ଉପରେ ବିଶ୍ବାସ କରୁଛୁ। ପ୍ରଥମେ ଆମେ ଶାନ୍ତ ଥିଲୁ କିନ୍ତୁ ଗଣମାଧ୍ୟମରେ ଆମ ଝିଅକୁ ବଦନାମ କରୁଛି। ଆମେ ଆଉ ସହି ପାରିବୁ ନାହିଁ। ତେଣୁ ମୁଁ ଲୋକଙ୍କୁ ଅନୁରୋଧ କରୁଛି ମୁଁ ଚାହେଁ ସେମାନେ ସତ୍ୟ କ’ଣ ବୁଝନ୍ତୁ। ”

ସେ ଆହୁରି ମଧ୍ୟ କହିଛନ୍ତି, “ପୁନୀତ ବଶିଷ୍ଠ ମୋ ଝିଅ ବିରୁଦ୍ଧରେ ଅନେକ ଭୁଲ କଥା ଲେଖୁଛନ୍ତି। ସେ ଆମକୁ ଅଧିକ ଅସୁବିଧାରେ ପକାଇଛନ୍ତି। ସେ ଆମ ଝିଅକୁ ବଦନାମ କରିଛନ୍ତି। ମୁଁ ତାଙ୍କ ଭଳି ଲୋକଙ୍କୁ ଦଣ୍ଡ ଦେବାକୁ ଅନୁରୋଧ କରୁଛି। ପରିସ୍ଥିତି ଏତେ ଖରାପ କି ଲୋକମାନେ ଗଣମାଧ୍ୟମରେ ବିଶ୍ୱାସ ହରାଇବେ ?  ଆଉ କେହି ବି ଖବର ଦେଖିବେ ନାହିଁ। “

ଦିଶା ଏବଂ ଭାବି ସ୍ବାମୀ ରୋହନ ରୟଙ୍କ ସମ୍ପର୍କ ଉପରେ ମା ବସନ୍ତୀ କହିଛନ୍ତି, “ସେମାନେ ଲକଡାଉନ ପରେ ବିବାହ କରିବାକୁ ଯୋଜନା କରୁଥିଲେ। ପୁରା ଲକଡାଉନ୍ ରୋହନ ଆମ ସହିତ ରହିଲେ। ଜୁନ୍ ୪ ରେ ରୋହନ ଏକ ଅଫର ପାଇଲେ। ଇନଡୋର ସୁଟ୍ ପାଇଁ ମାଲାଡ ହାଉସ ଲୋକେସନ୍‌କୁ ଫାଇନାଲ କଳେ। ଏଥିପାଇଁ ଦିଶା ଏବଂ ରୋହନ ରୟ ସେଠାକୁ ଯାଇଥିଲେ। ଏଥିପାଇଁ ରୋହନଙ୍କୁ ଚେକ୍ ମିଳିଥିଲା। ଯେମିତିକି ଲକଡାଉନ୍ ସମୟରେ କୌଣସି କାମ ଥିଲା, ସେଥିପାଇଁ ଏହି ଅଫର୍ ପରେ ଦୁହେଁ ଖୁସି ହୋଇଯାଇଥିଲେ, ଦିଶାଙ୍କୁ ମଧ୍ୟ ବାହାରକୁ ଯିବାକୁ ଅଫର ମିଳିଥିଲା। ପୁରା ଲକ୍ଡାଉନ୍ ସେମାନେ ଘରେ ହିଁ ଥିଲେ।

ବସନ୍ତୀ ତାଙ୍କ ସହିତ ନିୟମିତ ଭାବେ ଜୁନ୍ ୫ରୁ ଫୋନରେ କଥା ହୋଇଥିଲେ । ଶୁଟିଂ କିପରି ହେଲା ବୋଲି ଦିଶା ତାଙ୍କ ମା’ଙ୍କୁ କହିଥିଲେ। ତେବେ କିଛି ଡିଲ୍ ବାତିଲ୍ ହୋଇଯାଇଥିଲା। କାମ ସଂପର୍କରେ ସେ ଫୋନରେ ନିରନ୍ତର କଥାବାର୍ତ୍ତା କରୁଥିଲେ । ବସନ୍ତୀ ସାଲିଆନ୍ କହିଛନ୍ତି, “ସେ ବହୁତ ଚାପରେ ଥିଲେ। ମୁଁ କଦାପି ବୁଝିପାରିଲି ନାହିଁ ଯେ ସେ ଏତେ ଚାପରେ ଥିଲା ଏବଂ ସେ ଏପରି ପଦକ୍ଷେପ ନେଇପାରିବ। ଚାପ କାରଣରୁ ସେ ନିଶ୍ଚୟ ଭିତରୁ ଭାଙ୍ଗି ଯାଇଥିଲା ଏବଂ ସେଥିପାଇଁ ସେ ଏପରି ପଦକ୍ଷେପ ନେଇଥିବେ।

   ସମ୍ବନ୍ଧିତ ଖବର


ବଦଳି ଯାଇଛି କି ହ୍ରିତିକ୍ ରୋଶନଙ୍କ ଚେହେରା ? ସେୟାର କଲେ ଫଟୋ

ଏବେ ବଡ଼ ପରଦାରେ ଏକ ଚର୍ଚ୍ଚିତ ନାଁ ପ୍ରଜ୍ଞା

ଇଏ କଣ ଶାହାରୁଖ ଖାନ୍‌ଙ୍କର ‘ପଠାନ୍‌’ ଲୁକ୍‌ ? କିଙ୍ଗ୍‌ ଖାନଙ୍କର ନୂଆ ଫିଲ୍ମକୁ ନେଇ ଟ୍ୱିଟରରେ ଟ୍ରେଣ୍ଡ #Pathan

ସମୁଦ୍ରରେ ଅଭିନେତ୍ରୀଙ୍କ ଷ୍ଟଣ୍ଟ – ଦିଶା ପଟାନି ମୁଣ୍ଡ ଦ୍ୱାରା ପାଣିରେ ଠିଆ ହେଲେ , ଭିଡ଼ିଓ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ମନାଲୀ ରାସ୍ତାରେ ରୋମାଣ୍ଟିକ୍‌ ହେଲେ ଅର୍ଜୁନ କାପୁର ଏବଂ ତାଙ୍କ ଠାରୁ ଢେର ବଡ ମଲାଇକା ଆରୋରା

କପିଲ ଶର୍ମାଙ୍କ ପିଛା ଛାଡୁନି ବିବାଦ : ୟୁଜର କହିଲେ, ‘ଚୁପ୍‌ଚାପ୍‌‌ କମେଡି କରନ୍ତୁ, ରାଜନୀତି କରିବାକୁ ଚେଷ୍ଟା କରନ୍ତୁ ନାହିଁ’