PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

କ୍ୟାପିଟାଲ ହସ୍ପିଟାଲ ଟିକେଟ୍‌ କାଉଣ୍ଟରରେ ଅଚଳାବସ୍ଥା: ତାତିଲେ ରୋଗୀ, ଭଙ୍ଗାରୁଜା କଲେ

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ଭୀଷଣ ଜ୍ୱରରେ କିଏ ଥରୁଥିଲା ତ ଆଉ କିଏ ଭଙ୍ଗା ଗୋଡ଼ରେ ଛୋଟେଇ ଛିଡ଼ା ହୋଇଥିଲା । ଏମିତିକି ଗୁରୁତର ରୋଗୀ କାଜୁଆଲଟି ଭିତରେ ବେଡ୍‌ରେ ଶୋଇଥିଲେ । ହେଲେ ଚିକିତ୍ସା ମିଳୁନଥିଲା । କି ଡାକ୍ତରଙ୍କ କଲମ ଚାଲୁନଥିଲା । କାରଣ ଡାକ୍ତର ଯେଉଁ କାଗଜରେ ପ୍ରେସକ୍ରିପସନ୍‌ (ଚିଠା) ଲେଖିବେ, ସେହି ଟିକେଟ ଯୋଗାଉଥିବା ପଞ୍ଜିକରଣ କାଉଣ୍ଟର ହିଁ ଅଚଳ ହୋଇଯାଇଥିଲା । ଯେଉଁଥିପାଇଁ ଆଜି ଗୋଟିଏ ଓଳି କ୍ୟାପିଟାଲ ହସ୍ପିଟାଲ ରୋଗୀ ସେବା ଠପ ହୋଇଯାଇଥିଲା । ଆଉ ତାକୁ ନେଇ ଉପସ୍ଥିତ ରୋଗୀ ଓ ସଂପର୍କୀୟଙ୍କ ରାଗ ପଞ୍ଚମକୁ ଉଠିଥିଲା । ଫଳରେ ଡାକ୍ତରଖାନା ପରିସରରେ ଆରମ୍ଭ ହୋଇଥିଲା ହଙ୍ଗାମା ଓ ଭଙ୍ଗାରୁଜା ।

କାଉଣ୍ଟରରେ କାର୍ଯ୍ୟରତ ଘରୋଇ ସଂସ୍ଥା କର୍ମଚାରୀ କାମରୁ ଓହରିବାରୁ ହସ୍ପିଟାଲରେ ଆଜି ଏମିତି ନାହିଁ ନଥିବା ଅସୁବିଧାର ସାମ୍ନା କରିଛନ୍ତି ରୋଗୀ । ସକାଳ ସାଢ଼େ ୭ଟା ବେଳୁ ପଞ୍ଜିକରଣ ଟିକେଟ କାଉଣ୍ଟର ସାମ୍ନାରେ ଆରମ୍ଭ ହୋଇଯାଇଥିଲା ଉତ୍ତେଜନା । ଓପିଡିରେ ଦେଖାଇବା ଲାଗି ଲାଇନ୍‌ ବାନ୍ଧି ଛିଡା ହୋଇଥିବା ୨ଶହରୁ ଅଧିକ ରୋଗୀ ଟିକେଟ କାଉଣ୍ଟର ଖାଲି ଦେଖି ହୋ ହଲ୍ଲା କରିଥିଲେ । ଟିକେଟ କାଟୁଥିବା ଠିକା କର୍ମଚାରୀ ଅଭିଯୋଗ ବାଢ଼ିଥିଲେ, କମ୍ପ୍ୟୁଟର ଚାଲୁନି, ପ୍ରିଣ୍ଟ ପାଇଁ କାଳି ସରିଯାଇଛି । ସେମାନଙ୍କୁ ୧୦ ମାସ ଧରି ଦରମା ଦିଆଯାଇନି । ଏମିତି କହି ସେମାନେ କାଉଣ୍ଟର ଛାଡ଼ି ପଳାଇଥିଲେ । ହସ୍ପିଟାଲ ସୁପରିଟେଣ୍ଡଙ୍କ ଅଫିସ ସାମ୍ନାରେ ଧାରଣାରେ ବସିଥିଲେ । ଅପେକ୍ଷା କରିଥିବା ରୋଗୀମାନେ ରାଗିଯାଇ କାଉଣ୍ଟରରେ ଭଙ୍ଗାରୁଜା କରିଥିଲେ । ପରିସ୍ଥିତି ଅଣାୟତ୍ତ ହୋଇଥିଲା ।

ହସ୍ପିଟାଲ ଫାଣ୍ଡି ଥାନା ପୁଲିସ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ସ୍ୱେଚ୍ଛାସେବୀ ସଂଗଠନ ‘ସହାୟ’ କର୍ମଚାରୀଙ୍କ ସହାୟତାରେ ପୁଲିସ ନିଜେ କାଉଣ୍ଟରରେ ପଶି ରୋଗୀମାନଙ୍କୁ ଟିକେଟ ଯୋଗାଇଥିଲା । ଦୀର୍ଘ ୬ ଘଣ୍ଟା ଧରି ଏମିତି ଯୋଗାଡିଆ ବ୍ୟବସ୍ଥାରେ ଚାଲିଥିଲା ଟିକେଟ କାଉଣ୍ଟର । ପ୍ରତିଶ୍ରୁତି ପାଇ ଠିକା କର୍ମଚାରୀ ଫେରିବା ପରେ ଅପରାହ୍ଣ ୩ଟା ବେଳକୁ ପରିସ୍ଥିତି ସ୍ୱାଭାବିକ ହୋଇଥିଲା । ଟିକେଟ୍ କାଉଣ୍ଟରର ଅବ୍ୟବସ୍ଥା ନେଇ ଅନେକ ଥର ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ କିମ୍ବା ହସ୍ପିଟାଲ କତ୍ତୃପକ୍ଷ କେହି ଚେତିଲେନି । ଯାହାର ଭୟଙ୍କର ପରିଣାମ ଆଜି ଦେଖିବାକୁ ମିଳିଲା । ୟୁନିସେଫ ଟିକେଟ୍ କାଉଣ୍ଟର ଚଲାଇବାକୁ ଟେଣ୍ଡର ପାଇଥିଲା । ବର୍ଷେ ହେଲା ଟେଣ୍ଡର ଅବଧି ମଧ୍ୟ ସରିଲାଣି । କିନ୍ତୁ ଟିକେଟ କାଉଣ୍ଟର ଏବେ ବି ୟୁନିସଫ କବଜାରେ । କ୍ୟାପିଟାଲ ହସ୍ପିଟାଲକୁ ଇ-ହସ୍ପିଟାଲ କରିବାକୁ ମୁଖ୍ୟମନ୍ତ୍ରୀ “ସଡିାକ’୍‌ ସହତି ଏମଓୟୁ କରିବା ପରେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ କିନ୍ତୁ ଏହାକୁ ଏ ଯାଏ କାର୍ଯ୍ୟକାରୀ କରିପାରିନି । ଯାହାକୁ ନେଇ ଅସନ୍ତୋଷ ଦେଖାଯାଇଛି ।