ଦିପାବଳୀ ପୂର୍ବରୁ ଘରୁ ହଟାଇ ଦିଅନ୍ତୁ ଏହି ୭ଟି ଜିନିଷ, ନହେଲେ ହୋଇଯିବେ କାଙ୍ଗାଳ

ଆରମ୍ଭ ହୋଇ ଯାଇଛି ପାର୍ବଣ ଋତୁ। ନବରାତ୍ରୀ, ଦଶହରା, କରବା ଚୌଥ୍ ପରେ ଲୋକେ ଦିପାବଳୀ ପ୍ରସ୍ତୁତିରେ ଲାଗିପଡ଼ିବେ। ଏଥର ୨୭ ଅକ୍ଟୋବରରେ ଦିପାବଳୀ ପାଳନ ହେବ । ଦୀପାବଳୀ ଆସିବାର ବହୁତ ଦିନ ପୂର୍ବରୁ ଏହାର ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ। ସୁଖ-ସମୃଦ୍ଧିର କାମନା କରି ସମସ୍ତେ ଦିପାବଳୀରେ ନିଜ ଘର ସଫା ନିଶ୍ଚୟ କରନ୍ତି। ତେବେ ଜ୍ୟୋତିଷ ଓ ବାସ୍ତୁଶାସ୍ତ୍ର ଅନୁସାରେ ଏମିତି କିଛି ଜିନିଷ ଅଛି ଯାହାକୁ ଦୀପାବଳୀ ପୂର୍ବରୁ ଅର୍ଥାତ୍ ଘର ସଫା କରିବା ସମୟରେ ହିଁ ଘରୁ ବାହାର କରି ଫୋପାଡ଼ି ଦେବା ଉଚିତ୍। ନ ଫୋପାଡ଼ିଲେ ଆପଣ କାଙ୍ଗାଳ ହୋଇଯାଇପାରନ୍ତି। ତେବେ କେଉଁ ସାମଗ୍ରୀକୁ ଦିପାବଳୀ ପୂର୍ବରୁ ହଟାଇଦେଲେ ଆପଣଙ୍କ ସୁଖ-ସମୃଦ୍ଧି ବଢିବ ଆସନ୍ତୁ ଜାଣିବା।

ଖରାପ ଇଲେକଟ୍ରିକ୍ ସାମଗ୍ରୀ
ଯଦି ଆପଣଙ୍କ ଘରେ କିଛି ଇଲେକଟ୍ରିକ୍ ସାମଗ୍ରୀ ଖରାପ ହୋଇ ପଡିଛି ତେବେ ତାକୁ ତୁରନ୍ତ ସଜାଡିଦିଅନ୍ତୁ କିମ୍ବା ଘରୁ ବାହାର କରିଦିଅନ୍ତୁ । ଏହା ଆଦୌ ଶୁଭ ନୁହେଁ  ।

ଭଙ୍ଗା କାଚ ଜିନିଷ
ଯଦି ଆପଣଙ୍କ ଘରେ କୌଣସି ବି କୋଣରେ ଭଙ୍ଗା କାଚ ରଖାଯାଇଛି କିମ୍ବା ଝରକାରେ ଭଙ୍ଗା କାଚ ଲାଗିଛି ତେବେ ତୁରନ୍ତ ଘରୁ ବାହାର କରିଦିଅନ୍ତୁ । ତା ବଦଳରେ ନୂଆ କାଚ ଲଗାଇଦିଅନ୍ତୁ । ଘରେ ଭଙ୍ଗା କାଚ ସାମଗ୍ରୀ ରଖିବା ଅଶୁଭ ।

ଛାତକୁ ରଖନ୍ତୁ ସଫାସୁତୁରା
ଏହି ଦିପାବଳୀ ପୂର୍ବରୁ ଘର ଛାତକୁ ସଫା କରନ୍ତୁ ଏବଂ ଯଦି କିଛି ଅଳିଆ ପଡିଛି ବାହାରକୁ ଫୋପାଡି ଦିଅନ୍ତୁ

ଭଙ୍ଗା ମୂର୍ତ୍ତି
କେବେବି ଭୁଲରେ କୌଣସି ଦେବାଦେବୀଙ୍କ ଖଣ୍ଡିତ ମୂର୍ତ୍ତି କିମ୍ବା ଫଟୋ ପୂଜା କରନ୍ତୁ ନାହିଁ । ଦୁର୍ଭାଗ୍ୟକୁ ଦୂରେଇବା ପାଇଁ ଦିପାବଳୀ ପୂର୍ବରୁ ଏଭଳି ଫଟୋ ଓ ମୂର୍ତ୍ତିକୁ କୌଣସି ପବିତ୍ର ସ୍ଥାନରେ ରଖିଦିଅନ୍ତୁ ।

ବନ୍ଦ ଘଣ୍ଟାକୁ ବାହାର କରିଦିଅନ୍ତୁ
ବାସ୍ତୁ ଅନୁସାରେ ଘଣ୍ଟା ଆପଣଙ୍କ ପ୍ରଗତିର ପ୍ରତୀକ । କିନ୍ତୁ ବନ୍ଦ ଘଣ୍ଟା ଆପଣଙ୍କ ଉନ୍ନତିରେ ବାଧକ । ଏଥିପାଇଁ ଘରେ ଯଦି ଘଣ୍ଟା ବନ୍ଦ ହୋଇପଡିଛି ତେବେ ତାକୁ ଘରୁ ବାହାର କରିଦିଅନ୍ତୁ ।

ଭଙ୍ଗା ପଲଙ୍କ

ଯଦି ଆପଣଙ୍କ ଘରେ ଭାଙ୍ଗିଯାଇଥିବା ପଲଙ୍କ ବା ଖଟ ଅଛି ତାହେଲେ ତାକୁ ଠିକ୍ କରିଦିଅନ୍ତୁ ନହେଲେ ଘର ବାହାରକୁ ବାହାର କରିଦିଅନ୍ତୁ। କୁହାଯାଏ କି ଘରେ ଭଙ୍ଗା ପଳଙ୍କ ରହିଲେ ବୈବାହିକ ଜୀବନରେ କଳହ ଲାଗିରହେ।

ଭାଙ୍ଗି ଯାଇଥିବା ଫଟୋ ଫ୍ରେମ୍

ଭାଙ୍ଗି ଯାଇତିବା କୌଣସି ପ୍ରକାର ବି ଫଟୋ ବା ଫ୍ରେମକୁ ଘର ଭିତରେ ରଖନ୍ତୁ ନାହିଁ। ଏହା ଦ୍ବାରା ବାସ୍ତୁ ଦୋଷ ହେବାର ସମ୍ଭାବନା ଥାଏ।

   ସମ୍ବନ୍ଧିତ ଖବର


Vodafoneର ୧୯୯ ଓ ୩୯୯ ଟଙ୍କିଆ ପ୍ଲାନରେ ମିଳିବ ଡବଲ ଡାଟା

ଶୀତରେ ବଢ଼େ ଷ୍ଟ୍ରୋକ୍‌ ଆଶଙ୍କା: ଏମିତି କରନ୍ତୁ ଘରେଇ ଉପଚାର, ମିଳିବ ଫାଇଦା…

Dish TV ଆଣିଲା ଶସ୍ତା ଅଫର ! ଏବେ ୨୧୯ ଟଙ୍କାରେ ମିଳିବ ୨୫୦ରୁ ଅଧିକ ଚ୍ୟାନେଲ୍

ଦିପାବଳୀ ୨୦୧୯: କାହିଁକି ଦିପାବଳୀରେ ମା ଲକ୍ଷ୍ମୀଙ୍କୁ କରାଯାଏ ପୂଜା ?