PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଗୋଟିଏ କୋଚ୍‌ରେ କେବଳ ୫୦ ଲୋକଙ୍କୁ ଅନୁମତି , ମେଟ୍ରୋରେ ଠିଆ ହୋଇ ଯିବାକୁ ମନା

ନୂଆଦିଲ୍ଲୀ – ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ ( ଡିଏମ୍‌ଆର୍‌ସି)ର ସ୍ୱତନ୍ତ୍ର ନିର୍ଦ୍ଦେଶ । ଗୋଟିଏ କୋଚ୍‌ରେ କେବଳ ୫୦ ଜଣ ଯାତ୍ରୀଙ୍କୁ ମିଳିବ ଅନୁମତି ଏବଂ କୌଣସି ଯାତ୍ରୀ ଠିଆ ହୋଇ ଯାତ୍ରା କରିପାରିବେ ନାହିଁ ।  ଡିଏମ୍‌ଆର୍‌ସି ସ୍ପଷ୍ଟ ରୂପେ କହିଛି କି ,ଯଦିଓ କରୋନା ସଂକ୍ରମଣର ପୂର୍ବରୁ ମେଟ୍ରୋରେ ୩୦୦ ଯାତ୍ରୀଙ୍କୁ ଯାତ୍ରା କରିବାକୁ ଅନୁମତି ଥିଲା , ହେଲେ ଏବେ ଅନ୍‌ଲକ୍‌ର ନୂଆ ଗାଇଡ୍‌ଲାଇନ୍‌ ପରେ ମଧ୍ୟ ଗୋଟିଏ କୋଚ୍‌ରେ କେବଳ ୫୦ ଜଣ ଯାତ୍ରୀ ଯାତ୍ରା କରିପାରିବେ ।

ଡିଏମ୍‌ଆର୍‌ସି ଲୋକଙ୍କୁ ଅନୁରୋଧ କରି କହିଛି କି,  ଲୋକେ ବହୁତ ଜରୁରୀ ହେଲେ ହିଁ ମେଟ୍ରୋରେ ଯାତ୍ରା କରନ୍ତୁ । ମେଟ୍ରୋରେ ଯାତ୍ରା ସମୟରେ କୋଭିଡ୍‌ ସମ୍ୱନ୍ଧୀୟ ସବୁ ଯାତ୍ରା ନୀତିନିର୍ଦ୍ଦେଶର ପାଳନ କରନ୍ତୁ । ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥୋରିଟି (ଡିଡିଏମ୍‌ଏ) ଶନିବାର ଦିନ ଏକ ନିର୍ଦ୍ଦେଶ ଜାରି କରିଥିଲା । ଯେଉଁଥିରେ କହିଥିଲା, ଦିଲ୍ଲୀ ମେଟ୍ରୋ ଓ ଡିଟିସିର ବସ୍‌ ଗୁଡ଼ିକ ସୋମବାର ସକାଳ ୫ଟାରୁ ରାଷ୍ଟ୍ରୀୟ ରାଜଧାନୀରେ ପୂରା କ୍ଷମତା ସହ ଚାଲିବ ।

ଶନିବାର ଦିଲ୍ଲୀରେ ୨୪ ଘଣ୍ଟାରେ ୬୬ଟି ନୂଆ କୋଭିଡ୍‌ କେସ୍‌ ଓ ଶୂନ୍ୟ ମୃତ୍ୟୁ କେସ୍‌ ରେକର୍ଡ କରାଯାଇ ଥିଲା । ୧୮ ଜୁଲାଇରେ ବି ଏହି ଡାଟା ଥିଲା । ଡିଏମ୍‌ଆରସିର ଏହି ନିଷ୍ପତ୍ତି ସେତେବେଳେ ଆସିଲା , ଯେବେ ଅଧିକାରୀମାନେ କହିଥିଲେ କି ମେଟ୍ରୋରେ ୫,୧୦୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଛନ୍ତି । ଏହାପରେ ଡିଏମ୍‌ଆରସି ଦୃଢ଼ ପଦକ୍ଷେପ ନେଇଥିଲା ।  

ସମ୍ବନ୍ଧିତ ଖବର