ଡିଏନ୍‌ଏ ଗବେଷଣାରୁ ମିଳିଲା ଚିକିତ୍ସାର ଏକ ନୂଆ ଉପାୟ-ଏହି ଜିନିଷ କମ୍‌ଥିଲେ ଗୁରୁତର ହେଉଛନ୍ତି ରୋଗୀ

ହେଗ୍‌: ନେଦରଲ୍ୟାଣ୍ଡର ଗବେଷକମାନେ କରୋନା ରୋଗୀଙ୍କ ଡିଏନ୍‌ଏର ବିଶ୍ଲେଷଣ କରି ସେମାନଙ୍କର ଚିକିତ୍ସା ପାଇଁ ଏକ ନୂଆ ଉପାୟ ବାହାର କରିଛନ୍ତି । ସେମାନେ ଦାବି କରିଛନ୍ତି ଯେ ଜଣକ ଦେହରେ ଇଣ୍ଟରଫେରନ ନାମକ ପଦାର୍ଥ କମ ମାତ୍ରାରେ ଥିଲେ ତାଙ୍କର ଅବସ୍ଥା ଅତି ଗୁରୁତର ହୋଇପଡିବାର ସମ୍ଭାବନା ରହିଛି । ତେଣୁ ଏଭଳି ରୋଗୀଙ୍କୁ ସୁସ୍ଥ କରିବାକୁ ହେଲେ ସେମାନଙ୍କ ଦେହରେ ଏହି ପଦାର୍ଥର ମାତ୍ରା ବଢାଇବାକୁ ପଡ଼ିବ ନଚେତ ତାହାକୁ ଅଧିକ ସକ୍ରିୟ କରିବାକୁ ପଡିବ ।

ଏହି ଗବେଷକମାନଙ୍କ ଅନୁଯାୟୀ, ଗତ ମାର୍ଚ୍ଚ ମାସରେ ନେଦରଲ୍ୟାଣ୍ଡରେ ୨୯ ଓ ୩୧ ବର୍ଷୀୟ ଦୁଇ ଭାଇ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । କିନ୍ତୁ କିଛି ଦିନ ପରେ ସେମାନେ କରୋନା ଦ୍ୱାରା ସଂକ୍ରମିତ ହେଲେ ଏବଂ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ । ଆଉ ସେମାନଙ୍କ ଭିତରୁ ଜଣେ ପ୍ରାଣ ବି ହରାଇଲେ ।

କିଛି ସପ୍ତାହ ପରେ ପୁଣି ଗୋଟିଏ ପରିବାରର ଦୁଇ ଭାଇ କରୋନା ଦ୍ୱାରା ସଂକ୍ରମିତ ହେଲେ । ଏଥରକ କିନ୍ତୁ ଚିକିତ୍ସକମାନେ ସେମାନଙ୍କ ଉପରେ ଅଧ୍ୟୟନ କରିବା ପାଇଁ କିଛି ଜେନେଟିକ୍‌ ବିଶେଷଜ୍ଞଙ୍କୁ ନିୟୋଜିତ କଲେ । ଏହି ବିଶେଷଜ୍ଞମାନେ ସେମାନଙ୍କର ଜେନେଟିକ୍‌ ସଂରଚନା ଭିତରେ ଥିବା ସମାନତା ଓ ପାର୍ଥକ୍ୟ ଜାଣିବାକୁ ଉଦ୍ୟମ କଲେ । ସେମାନେ ଜାଣିବାକୁ ପାଇଲେ ଯେ ଯାହା ଦେହରେ ଇଣ୍ଟରଫେରନ ନାମକ ପଦାର୍ଥ ଯଥେଷ୍ଟ ମାତ୍ରାରେ ଅଛି, ତାଙ୍କ ଅବସ୍ଥା ଗୁରୁତର ହେଉନାହିଁ । କିନ୍ତୁ ଯାହା ଦେହରେ ଏହି ପଦାର୍ଥ କମ୍‌ ମାତ୍ରାରେ ଅଛି କିମ୍ବା ତାହା ସକ୍ରିୟ ହେଉନାହିଁ, ତାଙ୍କ ଅବସ୍ଥା ଗୁରୁତର ହୋଇଯାଉଛି ।


ଏହି ଆବିଷ୍କାରରୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏକ ନୂଆ ଉପାୟ ବାହାରିଲା । କରୋନା ରୋଗୀଙ୍କ ଦେହରେ ଇଣ୍ଟରଫେରନର ମାତ୍ରା ବଢାଇ ସେମାନଙ୍କୁ ସୁସ୍ଥ କରାଯାଇପାରିବ ବୋଲି ଏଇ ଗବେଷକମାନେ କହିଛନ୍ତି ।

   ସମ୍ବନ୍ଧିତ ଖବର


ବନ୍ଧୁକ ମୁନରେ ବିଲ୍‌ଡର୍‌ଙ୍କୁ ୨୦ ଲକ୍ଷ ବଟି ଧମକ: ୨ ଅଭିଯୁକ୍ତ ଗିରଫ, ଦୁଇ ମାଉଜର ଓ ଗାଡ଼ି ଜବତ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

ଝିଟିପିଟିର ଦାମ୍‌ ୫୫ଲକ୍ଷ ଟଙ୍କା – ଚୋରୀ ହୋଇଯାଇଥିବା ଏହି ଜୀବକୁ ଉଦ୍ଧାର କଲା ପୁଲିସ୍‌ , ୨ଚୋର ଗିରଫ

ଅନ୍ଧବିଶ୍ୱାସର କରୁଣ ଦୃଶ୍ୟ … ନିଜ ୨୪ ବର୍ଷିୟ ପୁଅକୁ ବଳି ଦେଇଦେଲେ ମହିଳା !

ଭଙ୍ଗା ହାତରେ ଚା’ ବିକୁଛନ୍ତି ବୟସ୍କ ଦମ୍ପତି

ଏତେ ଭିଡ଼ରେ କରୋନା ବି ପଶି ପାରିବନି- ଏମିତି କହିଲେ ଆଇପିଏସ୍ ଅଫିସର