PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶଦ୍ରୋହୀ ୟାସିନ ମଲିକକୁ ଆଜୀବନ ଜେଲ, ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ମାମଲାରେ କୋର୍ଟ ଶୁଣାଇଲେ ଦଣ୍ଡାଦେଶ
  • ||
  • ସମ୍ୱଲପୁର : ଭବାନୀପାଲି ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , ଟ୍ରକ୍ ଧକ୍କାରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ , ମୃତକଙ୍କ ପରିଚୟ ମିଳନାହିଁ
  • ||
  • କଳିଙ୍ଗା ଘାଟିରେ ଟୁରିଷ୍ଟ ବସ୍ ଦୁର୍ଘଟଣାରେ ୬ ମୃତ୍ୟୁ ଘଟଣା, ଏଣିକି କଳିଙ୍ଗା ଘାଟି ଦେଇ ଯାଇପାରିବ ନାହିଁ ଟୁରିଷ୍ଟ ବସ୍ , ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସୂଚନା
  • ||
  • ଝାରସୁଗୁଡ଼ା : ଝାରସୁଗୁଡ଼ାରୁ ପ୍ରାୟ ୧୭ ଗ୍ରାମ୍‌ର ବ୍ରାଉନସୁଗର ଜବତ, ୩ ଗିରଫ
  • ||
  • ଜଳେଶ୍ଵର : ପାର୍କିଂ କରୁଥିବା ବେଳେ ଚଢିଗଲା ଟ୍ରକ୍, ହେଲ୍‌ପର୍ ମୃତ
  • ||
  • କଂଗ୍ରେସକୁ ଝଟକା, ସମାଜବାଦୀ ପାର୍ଟି ଟିକେଟରୁ ନାମାଙ୍କନ ପତ୍ର ଦାଖଲ କଲେ କପିଲ ସିବଲ
  • ||
  • ସମ୍ବଲପୁର : ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ, ତଳ ମୁଣ୍ଡର ୧୨ ଜିଲ୍ଲାକୁ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

ଭୁଲରେ ବି କରନ୍ତୁ ନାହିଁ ଗରିବକୁ ଅପମାନ, ଶନି ବିଗାଡ଼ିପାରନ୍ତି ଏହି ସବୁ କାମକୁ

ଜ୍ୟୋତିଷ ଶାସ୍ତ୍ରରେ ଶନି ଗ୍ରହକୁ ଧ୍ୟାୟଧିଶ ବୋଲି କୁହାଯାଏ। ଏହି ଗ୍ରହ କର୍ମର ଫଳ ପ୍ରଦାନ କରିଥାଏ। ଯେଉଁମାନଙ୍କ କର୍ମ ଭୁଲ ହୁଏ ତାଙ୍କ ଉପରେ ଶନି ଅସନ୍ତୁଷ୍ଟ ହୋଇଯାଆନ୍ତି। ଶନି ଅଶୁଭ ହେଲେ କୈାଣସି ବି କାମ ସଫଳ ହୁଏନାହିଁ। ଏହା ସହିତ ପରିବାରରେ ମଧ୍ୟ ଅଶାନ୍ତ ବଢ଼ିଚାଲେ। ଶନିବାରର କାରକ ହେଉଛନ୍ତି ଶନି। ଯେଉଁମାନଙ୍କ କୁଣ୍ଡଳୀରେ ଶନି ଅସନ୍ତୁଷ୍ଟ ଅଛନ୍ତି ବୋଲି ଜାଣୁଛନ୍ତି ସେମାନେ ଅନ୍ୟାବଶକ କାମରୁ ବଞ୍ଚିତ ରୁହନ୍ତୁ । ଆସନ୍ତୁ ଜାଣିବା ଶନିବାର କେଉଁ କେଉଁ କାମ କରିବା ଉଚିତ ନୁହେଁ…

୧. ଶନିବାର ଦିନ ଘରକୁ ଲୁହା କିମ୍ବା ଲୁହାରେ ତିଆରି ସାମଗ୍ରୀକୁ ଆଣନ୍ତୁ ନାହିଁ। ବରଂ ଏହି ଦିନ ଲୁହା ତିଆରି ସାମଗ୍ରୀକୁ ଦାନ କରନ୍ତିୁ।

୨. ଶନିବାର ଦିନ ଗରିବ ଲୋକଙ୍କୁ ଅପମାନ କରନ୍ତୁ ନାହିଁ। ଶନିଦେବ ଗରିବଙ୍କ ପ୍ରତିନିଧିତ୍ବ କରନ୍ତି। ଏହି କାରଣ ଯୋଗୁଁ ଯେଉଁ ଲୋକ ଗରିବର ଅପମାନ କରନ୍ତି କିମ୍ବା ଗରିବଙ୍କୁ ଅସୁବିଧାରେ ପକାନ୍ତି ଶନି ସେମାନଙ୍କ ଜୀବନରେ ଦୁଃଖ କଷ୍ଟ ବଢ଼ାଇ ଦିଅନ୍ତି।

୩. ଶନିଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ ଶନିବାର ଦିନ ତେଲ ଦାନ କରନ୍ତୁ। କିନ୍ତୁ ଘରକୁ ତେଲ ଆଣନ୍ତୁ ନାହିଁ।

୪. ଏହି ଦିନରେ ଅନ୍ୟ ବ୍ୟକ୍ତିଙ୍କୁ ଜୋତା ଚପଲ ଉପହାରରେ ଦିଅନ୍ତୁ ନାହିଁ। କୈାଣସି ଗରିବଙ୍କୁ ଯଦି ଜୋତା ଚପଲ ଦାନ କରିବେ ତେବେ ଶନି ଦୋଷ ଦୂର ହୋଇଯିବ।

୫. ଏହି ଦିନ ଅଶ୍ବସ୍ଥ ଗଛକୁ ପୂଜା କରିବା କଥା। ପୂଜା କରିବା ପରେ ଗଛ ଚାରିକଡ଼େ ୭ଥର ଥର ପରିକ୍ରମା କରନ୍ତୁ।

୬. ଶନିବାର ଦିନ ଶନି ମନ୍ଦିରରେ ସୋରିଷ ତେଲରେ ଦୀପ ଜଳାନ୍ତୁ।