PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାହାକୁ ଆଧାର କାର୍ଡ ପଠାଇବା ପୂର୍ବରୁ ହୋଇଯାନ୍ତୁ ସାବଧାନ , ନୂଆ ଆଡଭାଇଜରୀ ଜାରି କଲେ ସରକାର , ହୋଟେଲ ଓ ସିନେମା ହଲ୍ ପରି ସଂସ୍ଥାକୁ ଆଧାର କପି ଦିଅନ୍ତୁ ନାହିଁ
  • ||
  • ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା : ପୁଣି ରାଜ୍ୟସଭା ଯିବେ ସସ୍ମିତ ପାତ୍ର, ୩ ନୂଆ ମୁହଁଙ୍କୁ ସୁଯୋଗ
  • ||
  • ଭୁବନେଶ୍ଵର : କେରଳ ଛୁଇଁଲା ମୌସୁମୀ ବାୟୁ
  • ||
  • ନେପାଳରେ ଯାତ୍ରୀବାହୀ ବିମାନ ତାରା ଏୟାର ୯ NAET ର ମିଳୁନି ପତ୍ତା , ୪ ଭାରତୀୟଙ୍କ ସମେତ ୧୯ ଯାତ୍ରୀ ଥିବା ସୂଚନା
  • ||
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ଭୁଲରେ ବି କରନ୍ତୁ ନାହିଁ ଏହି ଆପ୍ଳିକେସନ୍ ଡାଉନଲୋଡ୍, ଖାଲି ହୋଇଯିବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ,୧୫।୪: ଡିଜିଟାଲ ଇଣ୍ଡିଆରେ ଏବେ ଡିଜିଟାଲ ଠକେଇ ମାମଲା ବଢିବାରେ ଲାଗିଛି। ତେଣୁ ଅନଲାଇନ୍ ଟ୍ରାନଜାକସନ୍ କରିବା ସମୟରେ ବହୁତ କିଛି ସାବଧାନୀ ଗ୍ରହଣ କରିବା ଦରକାର। ଏବେ ନାସିକରେ ଜଣେ କୃଷକଙ୍କ କଥା ଯଦି ହେବା ତେବେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଗୁଗୁଲ ପେ’ରେ  ତାଙ୍କୁ ଫୋନ୍ ରିଚାର୍ଜ କରିବା ମହଙ୍ଗା ପଡିଲା। ୧୦୦ ଟଙ୍କାର ରିଚାର୍ଜରେ ତାଙ୍କର ବ୍ୟାଙ୍କ ଖାତାରୁ ୯୧ ହଜାର ଟଙ୍କା ଉଡିଗଲା। କୃଷକ ଜଣଙ୍କର ଛୋଟିଆ ଭୁଲ ତାଙ୍କର ​‌ସେ ତାଙ୍କର ବର୍ଷସାରାର ଟଙ୍କା ହରାଇଥିଲେ। ତାଙ୍କର ଭୁଲ ଥିଲା ସେ ‘ଏନି ଡେସ୍କ ଆପ୍ଲିକେସନ୍’ ଡାଉନଲୋଡ୍ କରିଥିଲେ, ଯେଉଁଥିପାଇଁ ତାଙ୍କର ବ୍ୟାଙ୍କ ଖାତା ପୁରା ଖାଲି ହୋଇଯାଇଥିଲା। ଏହି ଆପ୍ଳିକେସନକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ଗାଇଡଲାଇନ ଜାରି କରିସାରିଛି।

ପ୍ରକୃତ ଘଟଣାଟି ହେଉଛି, ନାସିକର ଜଣେ କୃଷକ ରବି ଭଦୁରେ ‘ଗୁଗୁଲ ପେ’ରୁ ନିଜର ଫୋନ ରିଚାର୍ଜ କରିଥିଲେ, କିନ୍ତୁ ଦୁଇଥର ଚେଷ୍ଟା କରିବା ପରେ ମଧ୍ୟ ତାଙ୍କର ଫୋନ୍ ରିଚାର୍ଜ ହୋଇନଥିଲା। ସେ ଅନଲାଇନ୍ ‘ଗୁଗୁଲ ପେ’ର କଷ୍ଟମର କେୟାର ନମ୍ବର ସର୍ଚ୍ଚ କରିଥିଲେ ଓ ତାଙ୍କୁ ଫୋନ୍ କରିଥିଲେ। କଷ୍ଟମର କେୟାର ପକ୍ଷରୁ ରବିଙ୍କୁ ଏକ ‘ଏନି ଡେସ୍କ ଆପ୍ଲିକେସନ୍’ ଡାଉନଲୋଡ୍ କରିବାକୁ ପରାମର୍ଶ ଦିଆଯାଇଥିଲା। ତାଙ୍କୁ ଯେଉଁଭଳି ନିର୍ଦେଶ ଦିଆଯାଇଥିଲା ସେ ରବି ଏହାକୁ ଡାଉନଲୋଡ୍ କରିଥିଲେ। କିନ୍ତୁ କିଛି ସମୟ ଭିତରେ ତାଙ୍କର ବ୍ୟାଙ୍କ ଆକାଉଣ୍ଟରରୁ ଟଙ୍କା ଚାଲିଯାଇଥିବାର ମେସେଜ୍ ଆସିଥିଲା। ଦେଖୁଦେଖୁ ୯୧ ହଜାର ଟଙ୍କା ତାଙ୍କର ଚାଲିଯାଇଥିଲା।

ଉଲ୍ଳେଖନୀୟ ଯେ କିଛି ସମୟ ପୂର୍ବରୁ ଆରବିଆଇ ଗୁଗୁଲ ପ୍ଲେ ଷ୍ଟୋର କିମ୍ବା ଅନ୍ୟ ଷ୍ଟୋରରେ ଥିବା ‘ଏନି ଡେସ୍କ ଆପ୍ଲିକେସନ୍’ ନକରିବାକୁ ପରାମର୍ଶ ଦେଇଥିଲେ। ଆରବିଆଇର କହିବା ଅନୁସାରେ ଏହି ଆପ୍ ଆପଣଙ୍କ ବ୍ୟାଙ୍କ ଖାତା ଓ ଅନଲାଇନ୍ ଓ୍ବାଲେଟରେ ଥିବା ଟଙ୍କାକୁ ନେଇଯାଇପାରେ। ଏହି ଆପ୍ଲିକେସନ୍ ସୋସିଆଲ ମିଡିରେ ଅଧିକାଂଶ ସମୟ ‘ଏନି ଡେସ୍କ ଆପ୍ଳିକେସନ୍’ ଡାଉନଲୋଡ୍ କରିବାକୁ ପରାମର୍ଶ ଦେଖିବାକୁ ମିଳିଥାଏ। ଯଦି କେହି ଗ୍ରାହକ ଏହି ଆପ୍ଳିକେସନକୁ ଡାଉନଲୋଡ୍ କରିଦିଅନ୍ତି ତେବେ ତାଙ୍କ ପାଖକରୁ ଏକ ୯ ଡିଜିଓ୍ କୋଡ ଆସିଥାଏ। ଏହି କୋଡକୁ ଆପ୍ ସହିତ ଫିଡ୍ କରିବା ପରେ ଠକେଇ  କରୁଥିବା ବ୍ୟକ୍ତି ଗ୍ରାହକଙ୍କ ସେହି କୋଡ୍କୁ ନେଇଯାଇଥାନ୍ତି। ଯାହାପରେ ଆପ୍ଳିକେସନ ଆପଣଙ୍କୁ ପରମିଶନ୍ ମାଗିବ। ଯଦି ଗ୍ରାହକ ପରମିଶନ୍ ଦେଇ ଦିଏ ତେବେ ଗ୍ରାହକଙ୍କ ଫୋନର କନଟ୍ରୋଲ ଠକେଇ କରୁଥିବା ହ୍ୟାକରଙ୍କ ପାଖକୁ ଚାଲିଯିବ। ସେମାନେ ଗ୍ରାହକଙ୍କ ସମସ୍ତ ସୂଚନା ବ୍ୟବହାର କରି ବ୍ୟାଙ୍କ ଖାତା ଖାଲି କରିଦେଇଥାନ୍ତି।